ଚୀନ-ପାକିସ୍ତାନକୁ ମିଳିବ ଜବାବ, ୟୁଏନଏସସିର ସ୍ଥାୟୀ ସଦସ୍ୟତା ଲାଗି ଭାରତକୁ ମିଳିଲା ଫ୍ରାନ୍ସର ସମର୍ଥନ
Advertisement

ଚୀନ-ପାକିସ୍ତାନକୁ ମିଳିବ ଜବାବ, ୟୁଏନଏସସିର ସ୍ଥାୟୀ ସଦସ୍ୟତା ଲାଗି ଭାରତକୁ ମିଳିଲା ଫ୍ରାନ୍ସର ସମର୍ଥନ

ମିଳିତ ଜାତିସଂଘ-ୟୁଏନଓ ସୁରକ୍ଷା ପରିଷଦ-ୟୁଏନଏସସି ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଛି ଅନ୍ୟତମ ମିତ୍ର ଦେଶ ଫ୍ରାନ୍ସ। 

ଚୀନ-ପାକିସ୍ତାନକୁ ମିଳିବ ଜବାବ, ୟୁଏନଏସସିର ସ୍ଥାୟୀ ସଦସ୍ୟତା ଲାଗି ଭାରତକୁ ମିଳିଲା ଫ୍ରାନ୍ସର ସମର୍ଥନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟରେ ବଢିବ ଭାରତର ଶକ୍ତି । ଆଉ ଭାରତର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଚୀନ (China) ସହ ପାକିସ୍ତାନକୁ (Pakistan) ସେମାନଙ୍କ ଭାଷାରେ ମିଳିବ ଜବାବ । ମିଳିତ ଜାତିସଂଘ-ୟୁଏନଓ (UNO-United Nations Organisation) ସୁରକ୍ଷା ପରିଷଦ-ୟୁଏନଏସସି(UNSC-United Nations Security Council) ଭାରତର ସ୍ଥାୟୀ ସଦସ୍ୟତାକୁ (Indias Permanent Membership) ସମର୍ଥନ ଜଣାଇଛି ଅନ୍ୟତମ ମିତ୍ର ଦେଶ ଫ୍ରାନ୍ସ (France)। ଯାହା ସାମ୍ରାଜ୍ୟବାଦୀ ଚୀନ ଲାଗି ଏକ ଝଟକା ସଦୃଶ୍ୟ।

ଅନ୍ୟପଟେ ଶତ୍ରୁ ଦେଶଙ୍କୁ ଜବାବ ଦେବା ଲାଗି ସାମରିକ ଶକ୍ତିକୁ ବଢାଇବାରେ ଲାଗିଛି ଭାରତ । ଏହି କ୍ରମରେ ସେପ୍ଟମ୍ବର ୧୦ ତାରିଖ ୨୦୨୦, ଗୁରୁବାର ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲକୁ (Modern Fighter Jet Rafale) ଔପଚାରିକ ଭାବେ ଭାରତୀୟ ବାୟୁସେନା-ଆଇଏଏଫ(IAF-Indian Air Force) ସାମିଲ କରାଯାଇଛି । ଏନେଇ ହରିୟାଣାସ୍ଥିତ (Haryana) ଅମ୍ବାଲା ବାୟୁସେନା ଘାଟି (Ambala Air Base) ଠାରେ ଆୟୋଜିତ ହୋଇଥିବା ଏୟାର ସୋ କାର୍ଯ୍ୟକ୍ରମରେ (Air Show Programme) ଯୋଗ ଦେବା ଲାଗି ଫ୍ରାନ୍ସ ପ୍ରତିରକ୍ଷା ଫ୍ଲୋରେନ୍ସ ପାର୍ଲିଙ୍କୁ (French Defence Minister Florence Parly) କରାଯାଇଥିଲା ଆମନ୍ତ୍ରଣ। 

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ପ୍ରତିରକ୍ଷା, ଭାରତୀୟ ପ୍ରତିପକ୍ଷ (Indian Counterpart) ରାଜନାଥ ସିଂହଙ୍କୁ (Rajnath Singh) ସାକ୍ଷାତ କରିବା ସହ ଅମ୍ବାଲାରେ ଆୟୋଜିତ ହୋଇଥିବା ଏୟାର ସୋ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଅମ୍ବାଲା ଯିବା ପୂର୍ବରୁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

 

 
ଭାରତୀୟ ବାୟୁସେନାରେ ରାଫେଲ ଅନ୍ତର୍ଭୂକ୍ତ ହେବା ପ୍ରସଙ୍ଗରେ ମତ ରଖି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଭାରତକୁ ମଜବୁତ କରିବା ଏବଂ ଏହା ସହ ସମ୍ପର୍କ ସ୍ଥିର କରିବାକୁ ଫ୍ରାନ୍ସ ପ୍ରତିଶୃତିବଦ୍ଧ । " ଏହା ସହିତ ୟୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଛି ଫ୍ରାନ୍ସ।

ସେପ୍ଟେମ୍ବର ୨୦୧୬ରେ କେନ୍ଦ୍ର ସରକାର ଫ୍ରାନ୍ସ ଭିତ୍ତିକ କମ୍ପାନୀ ଡାସଲ୍ଟ ଆଭିଏସନ (France Based Company Dassault Aviation) ସହିତ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ଯୁଦ୍ଧ ବିମାନ କ୍ରୟ କରିବାକୁ ଏକ ଚୁକ୍ତି କରିଥିଲେ । ଯାହା ପରେ ଚଳିତ ବର୍ଷ ଜୁଲାଇ ୨୯ ତାରିଖରେ ଭାରତକୁ ପ୍ରଥମ ୫ଟି ରାଫେଲ ସ୍କ୍ୱାଡ୍ରନ (Rafale Squadron) ପ୍ରଦାନ କରିଥିଲା ଫ୍ରାନ୍ସ ।