ତାଇୱାନ ଉପରେ ଡ୍ରାଗନର ଲଲୁପ ଦୃଷ୍ଟି, ଯୁଦ୍ଧ ପାଇଁ କରୁଛି ପ୍ରସ୍ତୁତି
Advertisement

ତାଇୱାନ ଉପରେ ଡ୍ରାଗନର ଲଲୁପ ଦୃଷ୍ଟି, ଯୁଦ୍ଧ ପାଇଁ କରୁଛି ପ୍ରସ୍ତୁତି

୨୦୨୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ସାମରିକ ବିମାନ (Aircraft)   ବେଆଇନ ଭାବରେ ତାଇୱାନ ବାୟୁସୀମା (Air Space) ରେ ୭୫୦ରୁ ଊର୍ଦ୍ଧ୍ୱ ଥର ଉଡାଣ ଭରିଛନ୍ତି। କେବଳ ଗତ ୧୦ ମାସ ମଧ୍ୟରେ ୬୦୦ ଉଡାଣ ଭରି ଅନୁପ୍ରବେଶ କରିଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପଡୋଶୀଙ୍କ ଜମି ଉପରେ ଚୀନର ଲଲୁପ ଦୃଷ୍ଟି ରହିଛି। ଭାରତ, ନେପାଳ ପରେ ତାଇୱାନ କବଜା ପାଇଁ ଏବେ ଡ୍ରାଗନ ଯୋରସୋରରେ ପ୍ରସ୍ତୁତି ଚଳାଇଛି। ନିଜ ଅଭିଳାସକୁ ପୂରଣ କରିବା ପାଇଁ ସେ ଯୁଦ୍ଧ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ସେଥିପାଇଁ ବୋଧ ହୁଏ ଚୀନ ବାରମ୍ବାର ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରୁଛି। ଯଦି ତାଇୱାନ ଉପରେ ଚୀନ ଆକ୍ରମଣ କରେ ତେବେ ଏହାର ପରିଣାମ କଣ ହେବ ତାହା ବେଜିଂ ଭଲ ଭାବରେ ଜାଣିଛି। ତଥାପି ଲୋକଙ୍କୁ ଭୟଭିତ କରିବାର ନିଜର ପ୍ରକୃତି ଛାଡି ପାରୁନାହିଁ।

ରବିବାର ତାଇୱାନ (Taiwan) ତାର ସ୍ୱାଧିନତା ଦିବସ ପାଳନ କରିଛି। ଭାରତ ସହ ଅନେକ ଦେଶ ତାଇୱାନକୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଏହା ଚୀନକୁ ହଜମ ହେଲାନାହିଁ। ଯେଉଁଥିପାଇଁ ଭାରତରେ ଅବସ୍ଥାପିତ ଚୀନ ରାଜଦୂତ ବିବୃତି ଜାରି କରି ଚୀନ (China) କୁ ଭାଗ କରିବାର ସମସ୍ତ ପ୍ରୟାସ ବୃଥା ପ୍ରମାଣିତ ହେବ ବୋଲି କହିଛନ୍ତି। କାରଣ ଚୀନ ଭାବୁଛି ଯେ, ତାଇୱାନ ଚୀନର ଏକ ଅବିଚ୍ଛେଦୀୟ ଅଙ୍ଗ। କିନ୍ତୁ ଅନ୍ୟପଟେ ସେହି କଥିତ ଅବିଚ୍ଛେଦୀୟ ଅଙ୍ଗ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚୁଛି।

Also Read: ତାଇୱାନଙ୍କୁ ଭାରତ ଜଣାଇଲା ଶୁଭେଚ୍ଛା, ନାଲି ପଡ଼ିଗଲା ଚୀନ ଚେହେରା

୨୦୨୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନର ସାମରିକ ବିମାନ (Aircraft)   ବେଆଇନ ଭାବରେ ତାଇୱାନ ବାୟୁସୀମା (Air Space) ରେ ୭୫୦ରୁ ଊର୍ଦ୍ଧ୍ୱ ଥର ଉଡାଣ ଭରିଛନ୍ତି। କେବଳ ଗତ ୧୦ ମାସ ମଧ୍ୟରେ ୬୦୦ ଉଡାଣ ଭରି ଅନୁପ୍ରବେଶ କରିଛି। ଗତ ଶୁକ୍ରବାରରେ ୩୮, ଶନିବାର ୩୯ ଓ ରବିବାର ୧୯ଟି ଯୁଦ୍ଧ ବିମାନ ତାଇୱାନ ଆକାଳରେ ଅବାଧ ପ୍ରବେଶ କରିଥିଲେ। ଏହା ବ୍ୟତୀତ ଚୀନ ସମୁଦ୍ର ପଥରେ ମଧ୍ୟ ତାଇୱାନକୁ ଘେରିବା ସହ ସାଇବର ଆଟାକ କରିବା ପାଇଁ ମଧ୍ୟ ଯୋଜନା କରୁଛି। 

ତାଇୱାନକୁ ଚାରିପଟୁ ସମୁଦ୍ର ଘେରି ରହିଛି। ମୁଖ୍ୟ ଦୀପର ଆକାର ପ୍ରାୟ ୩୫ ହଜାର ୮୦୦ କିଲୋମିଟର, ଯେଉଠି ଅଢେଇ କୋଟିରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ତେବେ ଏତେ ବଡ ବିଶାଳ ଦ୍ୱୀପକୁ କେବଳ ବାୟୁସେନା ମାଧ୍ୟମରେ କବଜା କରିବା ଚୀନ ପକ୍ଷେ ଏତେଟା ସହଜ ନୁହେଁ। ତେଣୁ ଡ୍ରାଗନ ସମୁଦ୍ର ପଥରରେ ମଧ୍ୟ ଆକ୍ରମଣ କରିବ। ଏଥିପାଇଁ ତାକୁ ପ୍ରାୟ ଦେଢ ମିଲିୟନ ସୈନ୍ୟବାହୀନି ଆବଶ୍ୟକ। କିନ୍ତୁ ଏହା ଚୀନ ଉପରେ ଭାରି ପଡିପାରେ। କାରଣ ଏତେ ସଂଖ୍ୟକ ସୈନାକୁ ପରିଚାଳନା କରିବା ଓ ଖାଦ୍ୟ ସାମଗ୍ରୀ ଯୋଗାଇବା କଷ୍ଟକର ହେବ। ଆଉ ଏହି ସମସ୍ୟାରୁ ସମାଧାନ ପାଇଁ ଚୀନ ନିଜ ଦେଶର ଘରୋଇ ଜାହାଜ ଗୁଡ଼ିକର ବ୍ୟବହାର କରିପାରେ।

Also Read: LACରେ ଉତ୍ତେଜନା ପ୍ରସଙ୍ଗ; ଚୀନକୁ ଭାରତର ଚେକମେଟ୍

ଏହା ବ୍ୟତୀତ ତାଇୱାନ ଉପରେ ଚୀନ ସାଇବର ଆଟାକ କରିବାକୁ ବି ଯୋଜନା କରିଛି। ଦୀର୍ଘ ବର୍ଷ ହେବ ଚୀନ ଓ ତାଇୱାନ ମଧ୍ୟରେ ତିକ୍ତତା ଲାଗିରହିଛି। ଫଳରେ ଚୀନ ସାଇବର ଆଟାକ କରି ତାଇୱାନର ଅର୍ଥନୀତିକୁ ଧ୍ୱଂସ କରିବା ସହ ଜନତାଙ୍କ ମଧ୍ୟରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛି। ଏଥିପାଇଁ ଚୀନ ସେନା ଓ ସାଇବର ବିଶେଷଜ୍ଞମାନେ ପ୍ରସ୍ତୁତି ଚଳାଇଛନ୍ତି। ଯଦି ସାଇବର ଆଟାକ ହୁଏ ତେବେ ତାଇୱାନରେ ବିଜୁଳି ସରବରାହ, ଯୋଗଯୋଗ, କମ୍ପ୍ୟୁଟର ସେବା ବିଚ୍ଛିନ୍ନ ହେବା ସହ ସୂଚନାର ଆଦାନ ପ୍ରଦାନ ବାଧାପ୍ରାପ୍ତ ହେବ।

ଅନ୍ୟପଟେ ତାଇୱାନ ଉପରେ ଆକ୍ରମଣ କରିବା ଚୀନ ପକ୍ଷେ ସମ୍ଭବ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଯଦି ତାଇୱାନ ଉପରେ ଚୀନ ହମଲା କରେ ତେବେ ତାହା ତାକୁ ମହଙ୍ଗା ପଡିବ। କାରଣ ଭାରତ (India) LACରେ ନିଜର ପରାକ୍ରମ ଦେଖାଇବ ଏବଂ ଚୀନ ଭାରତର ଯେଉଁ ସବୁ ଅଞ୍ଚଳକୁ କବଜା କରିଛି ତାହାକୁ ପୁଣି ନିଜ ଅକ୍ତିଆରକୁ ନେଇ ଆସିବ। ସେପଟେ ଜାପାନ, ଆମେରିକା ଓ ଭାରତ ମିଳିତ ଭାବେ ତାଇୱାନକୁ ସମର୍ଥନ କରି ମୋର୍ଚ୍ଚା ବାହାର କରିବେ। ଯାହା ଡ୍ରାଗନକୁ ମାଟି କାମୁଡାଇ ଦେବ। କୁହାଯାଉଛି ଯେ, ଆମେରିକା, ତାଇୱାନ ସେନାକୁ ଯୁଦ୍ଧ କଳା ଶିଖାଉଛି। ଏହା ମଧ୍ୟ କେତେକାଂଶରେ ଚୀନକୁ ମାତ ଦେବାରେ ସହାୟକ ହେବ।