ବିଦେଶୀ ନିବେଶ ଦେଶ ଛାଡ଼ି ଯିବାର ରିପୋର୍ଟକୁ ଖାରଜ କଲା ଚାଇନା
Advertisement
Article Detail0/zeeodisha/odisha681962

ବିଦେଶୀ ନିବେଶ ଦେଶ ଛାଡ଼ି ଯିବାର ରିପୋର୍ଟକୁ ଖାରଜ କଲା ଚାଇନା

ଜାନୁଆରୀରେ ପ୍ରକାଶିତ UNCTADର "ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ଟ୍ରେଣ୍ଡସ୍ ମନିଟର"(Global Investment Trends Monitor)ର ରିପୋର୍ଟରେ,  ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ଚାଇନା ବିଶ୍ୱରେ ଦ୍ୱିତୀୟ ଏବଂ ବିକାଶଶୀଳ ଦେଶମାନଙ୍କରେ ପ୍ରଥମ ସ୍ଥାନରେ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋଭିଡ-19 ପରେ ବିଦେଶୀ ନିବେଶକମାନେ ଦେଶ ଛାଡ଼ି ଚାଲିଯାଉଥିବା ରିପୋର୍ଟକୁ ଖାରଜ କରିଛି ଚୀନ । ଅନେକ ଉଦାହରଣ ଦେଇ ଚୀନ କହିଛି ଯେ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରକୃତରେ ବୃଦ୍ଧି ପାଉଛି । ଏପ୍ରିଲରେ ପ୍ରକାଶିତ ଆମେରିକୀୟ ଚାମ୍ବର ଅଫ୍ କମର୍ସ, ସାଂଘାଇ ଏବଂ ପିଡବ୍ଲ୍ୟୁସିର ମିଳିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ୭୦% ଆମେରିକୀୟ କମ୍ପାନୀ କହିଛନ୍ତି ଯେ ସେମାନେ ଚାଇନାରୁ ଉତ୍ପାଦନ, ଯୋଗାଣ କିମ୍ବା କଞ୍ଚାମାଲ ନେବା ବନ୍ଦ କରିବେ ନାହିଁ । ଏହି କମ୍ପାନୀଗୁଡିକ ଆମେରିକା-ଚୀନ୍‌ର ଅର୍ଥନୈତିକ ଓ ବାଣିଜ୍ୟ ସହଯୋଗକୁ ଶେଷ  କରିବାକୁ ମଧ୍ୟ ବିରୋଧ କରୁଛନ୍ତି ।

ଆମେରିକୀୟ ଚାମ୍ବର ଅଫ୍ କମର୍ସ ଇନ୍ ସାଉଥ ଚାଉନାର ରିପୋର୍ଟ ଅନୁଯାୟୀ, ୭୫ ପ୍ରତିଶତ କମ୍ପାନୀ ନିଶ୍ଚିତ ଅଛନ୍ତି ଯେ କୋଭିଡ ମହାମାରୀ ସତ୍ତ୍ୱେ ଚୀନ୍‌ର ଆର୍ଥିକ ସ୍ଥିତି ଭଲ ରହିବ । ସେମାନେ ଏଠାରେ ଆଉ ନିବେଶ ଯୋଜନା ପରିବର୍ତ୍ତନ କରିବେ ନାହିଁ । ଉଦାହରଣ ସ୍ୱରୂପ, ଚଳିତ ବର୍ଷ  ଏପ୍ରିଲ ୨୯ରେ ସ୍ନାଇଡର୍  ଇଲେକ୍ଟ୍ରିକ୍(Schneider Electric) Xiamen ସହିତ ଚୁକ୍ତି ସ୍ୱାକ୍ଷରିତ କରିଥିଲା ​​। ଆଉ ପରିବେଶ ପାଇଁ ଉନ୍ନତ ବୈଦ୍ୟୁତିକ ଉପକରଣରେ ନିବେଶ କରିବ ।

ସେହିପରି ଏପ୍ରିଲ ୨୨ରେ, ExxonMobi ଗୁଆଙ୍ଗଡୋଙ୍ଗରେ ଏକ ବୃହତ ଆକାରର ଇଥିଲିନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଏକ କାର୍ଯ୍ୟକ୍ରମ କରିଥିଲା ​। ଗତ ବର୍ଷଠାରୁ ବିଶ୍ୱ ବ୍ୟାଙ୍କର “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରାଙ୍କିଙ୍ଗ୍”ରେ ଚୀନର ସ୍ଥିତି ୧୫ ଟି ରାଙ୍କ ଉପରେ ଆସିଛି । ଜାନୁଆରୀରେ ପ୍ରକାଶିତ UNCTADର "ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ଟ୍ରେଣ୍ଡସ୍ ମନିଟର"(Global Investment Trends Monitor)ର ରିପୋର୍ଟରେ,  ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ଚାଇନା ବିଶ୍ୱରେ ଦ୍ୱିତୀୟ ଏବଂ ବିକାଶଶୀଳ ଦେଶମାନଙ୍କରେ ପ୍ରଥମ ସ୍ଥାନରେ ରହିଛି ।

;