ଗ୍ଲୋବାଲ ଟାଇମ୍ସ ଏହାର ରିପୋର୍ଟରେ ଲେଖିଛି ଯେ, ଲି ଲାନଜୁଆନ୍ କହିଛନ୍ତି ଯେ କୋରୋନା ଭୂତାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୀତରେ ରହିପାରେ । ଏହି କାରଣରୁ ଭାଇରସ୍ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚୁଛି ।
Trending Photos
)
ନୂଆଦିଲ୍ଲୀ: ଚୀନର ପ୍ରମୁଖ ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍ କହିଛନ୍ତି ଯେ, କୋରୋନା ଭୂତାଣୁ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୨୦ ବର୍ଷ ଯାଏ ରହିପାରିବ । ଅନ୍ୟପକ୍ଷେ ମାଇନସ୍ ୪ ଡିଗ୍ରୀ ସେଲସିୟସରେ ଅନେକ ମାସ ଯାଏ ଏହି ମହାମାରୀ ଭାଇରସ ବଞ୍ଚି ରହିପାରେ । ଚୀନର ଅଫିସିଆଲ୍ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ଚାଇନା ନ୍ୟୁଜ୍ ସର୍ଭିସ ସୂତ୍ରରୁ ଏହି କଥାକୁ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଲି ଲାନଜୁଆନ୍ ବୁଝଛନ୍ତି ଯେ ବିଶେଷ ଭାବରେ କୋରୋନା ଭୂତାଣୁ କୋଲ୍ଡ-ରେଜିସ୍ଟେଣ୍ଟ ହୋଇଥାଏ । କିନ୍ତୁ ପ୍ରକାଶନ ପରେ ଯେତେବେଳେ ଏହି ରିପୋର୍ଟ ଭାଇରାଲ ହୋଇଛି । ଲି ଲାନଜୁଆନ୍ ତାଙ୍କ ବୟାନରୁ ଓହରି ଯାଇଥିଲେ ।
ଗ୍ଲୋବାଲ ଟାଇମ୍ସ ଏହାର ରିପୋର୍ଟରେ ଲେଖିଛି ଯେ, ଲି ଲାନଜୁଆନ୍ କହିଛନ୍ତି ଯେ କୋରୋନା ଭୂତାଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୀତରେ ରହିପାରେ । ଏହି କାରଣରୁ ଭାଇରସ୍ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚୁଛି । ଅନେକ ସାମଗ୍ରୀ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପଠାଯାଏ । କେବଳ ତାପମାତ୍ରାକୁ ଥଣ୍ଡା କରି ଏହି ସାମଗ୍ରୀକୁ ରପ୍ତାନୀ କରାଯାଇଥାଏ । ଏହା ମଧ୍ୟ କୁହାଯାଇଛି ଯେ, ଭୂତାଣୁ ଥଣ୍ଡା-ଅନୁକୂଳ ହୋଇଥିବାରୁ ଚୀନ୍ର ସମୁଦ୍ର ଖାଦ୍ୟ ବଜାରରେ କୋରୋନା ଅନେକ ଥର ଦେଖିବାକୁ ମିଳିଥିଲା ।
ଚାଇନାର ଖବରକାଗଜ ମଧ୍ୟ ଇଣ୍ଡଷ୍ଟ୍ରିର ଲୋକଙ୍କ ଉଦ୍ଦେଶ୍ୟରେ କହିଛି ଯେ, ମହାମାରୀ ବିଶେଷଜ୍ଞଙ୍କ ବୟାନ ପରେ ଚୀନ୍ ଲୋକମାନେ ଫ୍ରିଜ୍ ଖାଦ୍ୟରୁ ନିଜକୁ ଦୂରେଇ ରଖିଛନ୍ତି । ଶୁକ୍ରବାର ଚାଇନାର ଭୂତଳ ସମୁଦ୍ର ଖାଦ୍ୟ ବଜାରରୁ ୨୦୦ ନମୁନା ନିଆଯାଇଛି । ଏହି ନମୁନାଗୁଡ଼ିକ ମଧ୍ୟରୁ ଅନେକ ପଜିଟିଭ ଆସିଥିଲା ।