Advertisement
Article Detail0/zeeodisha/odisha700790
Zee OdishaOdisha National-Internationalଚୀନର ଯାଉନି ମୁଁହ ଫୁଟାଣି, ଭୁଲ ତଥ୍ୟ ଦେଇ ଭୁଆଁ ବୁଲାଉଛି...

ଚୀନର ଯାଉନି ମୁଁହ ଫୁଟାଣି, ଭୁଲ ତଥ୍ୟ ଦେଇ ଭୁଆଁ ବୁଲାଉଛି...

ମାରାତ୍ମକ କୋରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ଧୀରେଧୀରେ ସୁଧୁରିବାରେ ଲାଗିଛି। ଦେଶରେ ଶିଳ୍ପ ଗୁଡ଼ିକ ଧୀରେଧୀରେ ଖୋଲିବାରେ ଲାଗିଛି। ଉଦ୍ୟୋଗ ଗୁଡ଼ିକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବାରେ ଲାଗିଛି। ଉତ୍ପାଦନ ମଧ୍ୟ ଦ୍ରୁତ ବେଗରେ ଆରମ୍ଭ ହୋଇ ସାରିଛି ବୋଲି ବିଗତ କିଛି ଦିନ ହେବ ଏଭଳି ଖବର ଚୀନୀ ଗଣମାଧ୍ୟମରେ ଖବର

ଚୀନର ଯାଉନି ମୁଁହ ଫୁଟାଣି, ଭୁଲ ତଥ୍ୟ ଦେଇ ଭୁଆଁ ବୁଲାଉଛି...

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ଧୀରେଧୀରେ ସୁଧୁରିବାରେ ଲାଗିଛି। ଦେଶରେ ଶିଳ୍ପ ଗୁଡ଼ିକ ଧୀରେଧୀରେ ଖୋଲିବାରେ ଲାଗିଛି। ଉଦ୍ୟୋଗ ଗୁଡ଼ିକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅର୍ଥବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବାରେ ଲାଗିଛି। ଉତ୍ପାଦନ ମଧ୍ୟ ଦ୍ରୁତ ବେଗରେ ଆରମ୍ଭ ହୋଇ ସାରିଛି ବୋଲି ବିଗତ କିଛି ଦିନ ହେବ ଏଭଳି ଖବର ଚୀନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି। ଏପରିକି ଦେଶର ଜିଡ଼ିପି ମଧ୍ୟ ସ୍ୱାଭାବିକ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। 

ସେପଟେ କିନ୍ତୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ନଜର ରଖିଥିବା ସଂସ୍ଥା ଚାଇନା ବିଗ ବୁକ(China Beige Book) କହିଛି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଖବର। ଚୀନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଲକଡାଉନ ସମୟରେ ଗୁରୁତର କ୍ଷତି ସହିଥିବା ବେଳେ ସେଥିରୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ମୁକୁଳିପାରିନାହିଁ ଚୀନ। ରିଟେଲ ସେକ୍ଟର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟ ଉଦ୍ୟୋଗ, ଶିଳ୍ପ ଗୁଡ଼ିକ ମଧ୍ୟ ବେଶ ଗୁରୁତର ଭାବେ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସେକ୍ଟର ଗୁଡ଼ିକରେ ବ୍ୟବସାୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ବୋଲି ଉକ୍ତ ସଂସ୍ଥା ପ୍ରକାଶ କରିଛି। 

ବିସେଷ କରି ଉତ୍ପାଦନକାରୀ ସଂସ୍ଥା(manufacutering) ଓ ସର୍ଭିସ ସେକ୍ଟର(Service Sector) କ୍ଷେତ୍ରରେ ଗତ ୨୦୦୮ ମସିହାରେ ଆସିଥିବା ମାନ୍ଦାବସ୍ଥା ଠାରୁ ମଧ୍ୟ ଅଧିକ ସମସ୍ୟା ରହିଛି ବୋଲି ଉକ୍ତ ସଂସ୍ଥା ଦର୍ଶାଇଛି। ଏପରିକି ଦେଶର ଜିଡ଼ିପି ୬।୮କୁ ଖସିଆସିଛି । ରିପୋର୍ଟରେ କୁହାଯାଇଛି ଯେ, ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା ଠାରୁ ମଧ୍ୟ ଅଧିକ ଅବସ୍ଥା ସଂକଟଜନକ ହୋଇ ପଡ଼ିଛି। 

Add Zee News as a Preferred Source

ଉକ୍ତ ସଂସ୍ଥାର ସିଇଓ ଲିଲୈଣ୍ଡ ମିଲର(Leland Miller) କହିଛନ୍ତି କି ଆମେ ଚୀନର ହଜାର ହଜାର କମ୍ପାନୀ ଓ ଉଦ୍ୟୋଗଙ୍କୁ ଭେଟି ସେମାନଙ୍କ ଆର୍ଥିକ ତଥ୍ୟ ଏକାଠି କରିଥିଲୁ। ଏହି ସଂଖ୍ୟା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଉତ୍ପାଦନ ତଥା ଆର୍ଥିକ ସମସ୍ୟା ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ। ଚୀନ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଇ ଦିଆଯାଉଥିବା ସଂଖ୍ୟା ଓ ସେମାନଙ୍କ ଦ୍ୱାରା ପ୍ରଦତ୍ତ ସଂଖ୍ୟା ବେଶ ମହତ୍ତ୍ୱ ରଖିଥାଏ।  ଏହା ମଧ୍ୟରେ ବହୁମାତ୍ରାରେ ବ୍ୟବଧାନ ରହୁଛି। ମିଲର ଆହୁରି ମଧ୍ୟ କହିଛନ୍ତି କି, ମିଡ଼ିଆରେ ଯେଉଁଭଳି ତଥ୍ୟ ପ୍ରଦାନ କରାଯାଉଛି ତାହାର ବାସ୍ତବ ସ୍ଥିତି କିଛି ଭିନ୍ନ। ଉଭୟ ତଥ୍ୟ ମଧ୍ୟରେ ଆକାଶପାତାଳ ଫରକ ରହିଛି ବୋଲି ସେ କହିଛନ୍ତି। 

About the Author