)
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ତିକ୍ତତା କମିବାରେ ଲାଗୁଛି। ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ଏବଂ ଭାରତ ପରସ୍ପରର ବନ୍ଧୁ ଏବଂ ଅଂଶୀଦାର, ପରସ୍ପର ପାଇଁ ଦୁଇ ଦେଶ ବିପଦ ନୁହଁନ୍ତି। ପାଙ୍ଗୋଙ୍ଗ ଅସ୍ଥିରତା ପରେ ଭାରତ-ଚୀନ୍ ସମ୍ପର୍କ ଉପରେ ୱାଙ୍ଗ ୟିଙ୍କର ଏହା ହେଉଛି ପ୍ରଥମ ମନ୍ତବ୍ୟ।
ୱାଙ୍ଗ ୟି କହିଛନ୍ତି ଯେ, ଚୀନ୍ (China) ଏବଂ ଭାରତ (India) ଦୁଇଟି ବିଶ୍ୱର ବୃହତ ବିକାଶଶୀଳ ଦେଶ। ଉଭୟ ଦେଶ କିପରି ବିକାଶ ଏବଂ ନବୀକରଣ ପାଇଁ ଏକତ୍ର କାର୍ଯ୍ୟ କରିବେ ସେ ସମ୍ବନ୍ଧରେ ବିଚାର କରିବା ଉଚିତ। ତେବେ ୱାଙ୍ଗ ୟିଙ୍କ ଏହି ବିବୃତ୍ତି ପରେ ଚୀନ ସମ୍ପର୍କ (Indo-China Relation) ରେ ସୁଧାର ଆଣିବାକୁ ଚାହୁଁଥିବା ଜଣା ପଡୁଛି। ଲଦାଖ ସଙ୍ଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା। ଯାହାର ପ୍ରଭାବ ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି।
Also Read: ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେବ କି ଏତଲା?
ଶୁକ୍ରବାର ଦିନ ଚୀନ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ (Indian Ambassador) ବିକ୍ରମ ମିଶ୍ର ଚୀନ୍ର ଉପବୈଦେଶିକ ମନ୍ତ୍ରୀ ଲୁ ଜାଓହୁଇଙ୍କୁ ଭେଟିଥିଲେ। ପୂର୍ବ ଲଦାଖରରୁ ସୈନ୍ୟ ପ୍ରତ୍ୟାହାର (Troop Withdraw) ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ବିକ୍ରମ କହିଛନ୍ତି ଯେ, ଏହା ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇବାରେ ସହାୟକ ହେବ। ଏହା ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ପାଇଁ ଏକ ପରିବେଶ ସୃଷ୍ଟି କରିବ।
ଦୁଇ ଦେଶର ସୈନ୍ୟବାହିନୀ ପୂର୍ବ ଲଦାଖ (Ladakh) ରେ ଅନେକ ମାସ ରହିବା ପରେ ଉତ୍ତର ଏବଂ ଦକ୍ଷିଣ ପାଙ୍ଗୋଙ୍ଗ ଅଞ୍ଚଳରୁ ନିଜର ସୈନ୍ୟ ଏବଂ ଅସ୍ତ୍ର ପ୍ରତ୍ୟାହାର କରି ନେଇଥିଲେ। ତଥାପି, କିଛି ପ୍ରସଙ୍ଗ ଏପର୍ଯ୍ୟନ୍ତ ରହିଯାଇଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର (S Jay Shankar) ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି (Wang Yi) ଗତ ସପ୍ତାହରେ ପ୍ରାୟ ୭୫ ମିନିଟ ଧରି ଟେଲିଫୋନରେ କଥା ହୋଇଥିଲେ। ଏହି ସମୟରେ LAC ଓ ଦୁଇ ଦେଶର ସମ୍ପର୍କକୁ ନେଇ ଆଲୋଚନା କରାଯାଇଥିଲା।