ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ
Advertisement

ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ

India Ban Wheat Export: ଗ୍ଲୋବାଲ ଟାଇମ୍ସ କହିଛି ଯେ, ଖାଦ୍ୟ ସଙ୍କଟର ଏହି ସମୟରେ ଅନେକ ପାଶ୍ଚାତ୍ୟ ଦେଶ ଗହମ ରପ୍ତାନି ହ୍ରାସ କରିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ଭାରତକୁ ସମାଲୋଚନା କରିବାର ସ୍ଥିତିରେ ନାହାଁନ୍ତି । ତାହା ମଧ୍ୟ ସେହି ସମୟରେ ଯେତେବେଳେ ଭାରତ ନିଜର ଖାଦ୍ୟ ଯୋଗାଣକୁ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି । ଚୀନର ଖବରକାଗଜ ବିଶ୍ୱର ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ବିଶ୍ୱ ସ୍ତରୀୟ ଉଦ୍ୟମକୁ ସ୍ୱାଗତ କରିଛି କିନ୍ତୁ ଭାରତ ତଥା ଅନ୍ୟାନ୍ୟ ବିକାଶଶୀଳ ଦେଶକୁ ସମାଲୋଚନା ନକରିବାକୁ ପରାମର୍ଶ ଦେଇଛି । 

ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ

ବେଜିଂ: India Ban Wheat Export: ଭାରତ (India) ଗହମ (Wheat) ର କମ୍ କ୍ରୟ ଓ ଗରିବଙ୍କ ପାଇଁ ମାଗଣା ରାସନ (Free Ration) ଦେବାର ଯୋଜନା ପାଇଁ ଏହାର ରପ୍ତାନି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ପରେ ଦୁନିଆର ୭ଟି ଶକ୍ତିଶାଳୀ ଦେଶର ଗୋଷ୍ଠୀ G7 ଅସନ୍ତୋଷ ବ୍ୟକ୍ତ କରିଛି । G7 ରେ ସାମିଲ ଜର୍ମାନୀର କୃଷି ମନ୍ତ୍ରୀ କହିଛନ୍ତି ଯେ, ଭାରତର ଏହି ନିଷ୍ପତ୍ତି ୟୁକ୍ରେନ ଯୁଦ୍ଧ (Ukraine War) ମଧ୍ୟରେ ଚାଲିଥିବା ଖାଦ୍ୟ ସଙ୍କଟକୁ ଆହୁରି ଗଭୀର କରିବ । G7 ର ସମାଲୋଚନା ମଧ୍ୟରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ଚୀନ (China) ନୂଆଦିଲ୍ଲୀର ନିଷ୍ପତ୍ତିକୁ ସମର୍ଥନ କରିଛି । କେବଳ ଏତିକି ନୁହେଁ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ (Global Times) ପାଶ୍ଚାତ୍ୟ ଦେଶଗୁଡ଼ିକର ମୁଖା ଖୋଲି ଦେଇଛି । ଆସନ୍ତୁ ବୁଝିବା ଚୀନ କାହିଁକି ମୋଦି ସରକାର (Modi Government) ଙ୍କୁ ଖୁସ୍ କରିବାରେ ଲାଗିଛି?

ରବିବାର ଗହମ ଉପରେ ରୋକ୍ ଲଗାଇବାକୁ ଭାରତର ନିଷ୍ପତ୍ତିକୁ ଚୀନ ଜୋରଦାର ସମର୍ଥନ କରିଛି । ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତ ଭଳି ବିକାଶଶୀଳ ଦେଶକୁ ଦାୟୀ କରି ବିଶ୍ୱର ଖାଦ୍ୟ ସଙ୍କଟର ସମାଧାନ କରିହେବ ନାହିଁ । ଚୀନର ଏହି ସମର୍ଥନକୁ ନେଇ ସାରା ଦୁନିଆ ମଧ୍ୟ ଚକିତ ହୋଇଛି । ଗ୍ଲୋବାଲ ଟାଇମ୍ସ କହିଛି ଯେ, "ବର୍ତ୍ତମାନ G7 କୃଷି ମନ୍ତ୍ରୀମାନେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ନ ଲଗାଇବାକୁ ନିବେଦନ କରିଛନ୍ତି । ଏପରି ସ୍ଥିତିରେ କ'ଣ G7 ଦେଶ ନିଜେ ରପ୍ତାନି ବୃଦ୍ଧି କରି ଖାଦ୍ୟ ବଜାରକୁ କାହିଁକି ସ୍ଥିର କରନ୍ତି? ଯଦିଓ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଦେଶ, ତଥାପି ବିଶ୍ୱର ଗହମ ରପ୍ତାନିରେ ଏହାର ଅଂଶ ବହୁତ କମ୍ । ଅପରପକ୍ଷେ, ଗହମର ବୃହତ ରପ୍ତାନୀକାରୀ ଦେଶ ମଧ୍ୟରେ ଆମେରିକା, କାନାଡା, ୟୁରୋପୀୟ ୟୁନିଅନ୍ ଏବଂ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶ ସାମିଲ ଅଛନ୍ତି ।"

ଗ୍ଲୋବାଲ ଟାଇମ୍ସ କହିଛି ଯେ, ଖାଦ୍ୟ ସଙ୍କଟର ଏହି ସମୟରେ ଅନେକ ପାଶ୍ଚାତ୍ୟ ଦେଶ ଗହମ ରପ୍ତାନି ହ୍ରାସ କରିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ଭାରତକୁ ସମାଲୋଚନା କରିବାର ସ୍ଥିତିରେ ନାହାଁନ୍ତି । ତାହା ମଧ୍ୟ ସେହି ସମୟରେ ଯେତେବେଳେ ଭାରତ ନିଜର ଖାଦ୍ୟ ଯୋଗାଣକୁ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି । ଚୀନର ଖବରକାଗଜ ବିଶ୍ୱର ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ବିଶ୍ୱ ସ୍ତରୀୟ ଉଦ୍ୟମକୁ ସ୍ୱାଗତ କରିଛି କିନ୍ତୁ ଭାରତ ତଥା ଅନ୍ୟାନ୍ୟ ବିକାଶଶୀଳ ଦେଶକୁ ସମାଲୋଚନା ନକରିବାକୁ ପରାମର୍ଶ ଦେଇଛି । ଋଷର ୟୁକ୍ରେନ ଉପରେ ଆକ୍ରମଣ (Russia-Ukraine War) ପରଠାରୁ ସାରା ବିଶ୍ୱରେ ଗହମର ମୂଲ୍ୟ ଆକାଶ ଛୁଆ ହୋଇଛି ଓ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଋଷ ଓ ୟୁକ୍ରେନ ଉଭୟ ବିଶ୍ୱର ବଡ଼ ଗହମ ରପ୍ତାନୀକାରୀ ଦେଶ ।

ଚୀନର ସରକାରୀ ଖବରକାଗଜ ଭାରତର ପ୍ରଶଂସା ଏପରି ସମୟରେ କରିଛି ଯେତେବେଳେ କି ଆସନ୍ତା ମାସରେ ଚୀନରେ ବ୍ରିକ୍ସ ଦେଶ ଗୁଡ଼ିକ (BRICS countries) ର ବୈଠକ ହେବାକୁ ଯାଉଛି । ଚୀନ ଚାହୁଁଛି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବେଜିଂକୁ ଆସି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରନ୍ତୁ । ଏଥିରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin), ବ୍ରାଜିଲ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରାଧ୍ୟକ୍ଷମାନେ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ନିକଟ ଅତୀତରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ । ୱାଙ୍ଗ ୟି ନିଜର ଇଚ୍ଛା ପ୍ରକାଶ କରିଥିଲେ ,ଯେ ବ୍ରିକ୍ସ ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ଚୀନକୁ ଆସନ୍ତୁ । ତେବେ ଲଦାଖରେ ଚୀନର ଦାଦାଗିରିକୁ ଦୃଷ୍ଟିରେ ରଖି ଏହା ସ୍ପଷ୍ଟ ଯେ ଭାରତ ବେଜିଂକୁ ଯିବ ନାହିଁ ।

ଏହା ବି ପଢ଼ନ୍ତୁ:-ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେତେ?

ବର୍ତ୍ତମାନ କୁହାଯାଉଛି ଯେ, ବ୍ରିକ୍ସ ଶିଖର ସମ୍ମିଳନୀ ଅନଲାଇନରେ ହୋଇପାରେ । ୟୁକ୍ରେନ ଯୁଦ୍ଧ ପରେ ଏହା ପ୍ରଥମ ଥର ହୋଇଥାନ୍ତା ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୈଶ୍ୱିକ ମଞ୍ଚରେ ଦେଖାଦେଇଥାନ୍ତେ, କିନ୍ତୁ ଭାରତର କଠୋର ଆଭିମୁଖ୍ୟ ଯୋଗୁଁ ଏପରି ହେଉଥିବାର ଦେଖାଯାଉନାହିଁ । କୁହାଯାଉଛି ଯେ ବ୍ରିକ୍ସର ଏହି ବୈଠକ ଜୁନ ୨୩ରୁ ୨୪ ମଧ୍ୟରେ ଅନୁଷ୍ଠିତ ହେବ । ଏହା ସହିତ ଋଷକୁ ନେଇ ବ୍ରିକ୍ସ ଦେଶଗୁଡିକ ଏକତାର ବାର୍ତ୍ତା ଦେଇପାରନ୍ତି । ଲଦାଖ ସଙ୍କଟ ଆରମ୍ଭ ହେବା ପରେ ୱାଙ୍ଗ ୟି ପ୍ରଥମ ଚୀନ ନେତା ଥିଲେ, ଯିଏ ଭାରତ ଗସ୍ତକୁ ଆସିଥିଲେ । ବ୍ରିକ୍ସର ଏହି ବୈଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ G7 ଦେଶର ବୈଠକ ବ୍ରିକ୍ସ ପରେ ଜୁନ ୨୬-୨୮ ମଧ୍ୟରେ ଅନୁଷ୍ଠିତ ହେବ । ଏହି ବୈଠକରେ ଭାଗ ନେବାକୁ ଭାରତକୁ ଜର୍ମାନୀ ଏକ ବିଶେଷ ଆମନ୍ତ୍ରଣ ଦେଇଛି । G7 ଦେଶରେ ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଆମେରିକା, କାନାଡା, ଇଟାଲୀ, ଜାପାନ ସାମିଲ ରହିଛି, ଯେଉଁମାନେ ଋଷ ପ୍ରସଙ୍ଗରେ ଚୀନକୁ ଲଗାତର ଘେରୁଛନ୍ତି ।