Trending Photos
)
ନୂଆଦିଲ୍ଲୀ: ଗଲଓ୍ୱାନ ଘାଟିରେ ଚୀନର ହରକତ ତା ପାଇଁ ଦିନକୁ ଦିନ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି। ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଚୀନ ବିରୋଧରେ ଭାରତର ଉଭୟ କୂଟନୈତିକ ଓ ରାଜନୈତିକ ସ୍ୱର ଶାଣିତ ହେବାରେ ଲାଗିଛି। ଏହି କ୍ରମରେ ଭାରତୀୟ ନାଗରିକ ମାନେ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ କରିବା ଆରମ୍ଭ କରିଦେଇଛନ୍ତି।
ଦେଶର କୌଣସି ହୋଟେଲ କିମ୍ବା ଗେଷ୍ଟ ହାଉସରେ ଚୀନ ନାଗରିକଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି କନଫେଡେରସନ ଅଫ ଅଲଇଣ୍ଡିଆ ଟ୍ରେଡର୍ସ(କ୍ୟାଟ) ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ଆହ୍ୱାନ ଦିଆଯାଇଛି। ଏହା ପରେ ହୋଟେଲ ଆଣ୍ଡ ଗେଷ୍ଟ ହାଉସ ଓନର୍ସ ଆସୋସିଏସନ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଚୀନର ପ୍ରକୃତି ଓ ତାର ନାପାକ ହରକତ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଣିକି ଦିଲ୍ଲୀର ହୋଟେଲ କିମ୍ବା ଗେଷ୍ଟ ହାଉସରେ କୌଣସି ଚୀନୀ ନାଗରିକଙ୍କୁ ସ୍ଥାନ ଦିଆଯିବ ନାହିଁ ବୋଲି ସଂଗଠନ ନିଷ୍ପତ୍ତି ନେଇଛି।
ସଂଗଠନ କହିଛି ଯେ, ଦିଲ୍ଲୀରେ ପ୍ରାୟ ୩ ହଜାର ହୋଟେଲ ଓ ଗେଷ୍ଟ ହାଉସ ରହିଛି। ଯେଉଁଠି ପାଖାପାଖି ୭୫ ହଜାର ରୁମ ରହିଛି। ଦିଲ୍ଲୀ ହୋଟେଲ ଓ ଗେଷ୍ଟ ହାଉସ ଓନର୍ସ ଆସୋସିଏସନ ମହାମନ୍ତ୍ରୀ ମହେନ୍ଦ୍ର ଗୁପ୍ତା ସୂଚନା ଦେଇ କହିଛନ୍ତି, ଚୀନ ଯେଉଁଭଳି ଭାବେ ଭାରତ ସହ ବ୍ୟବହାର କରୁଛି ତାହାକୁ ଘୋର ନିନ୍ଦା କରାଯାଉଛି। ଏପରିକି ଗଲଓ୍ୱାନ ଠାରେ ୨୦ ବୀର ଯବାନଙ୍କୁ ଗୁଳି କରିଛି। ଯେଉଁ ଘଟଣା ପାଇଁ ସମଗ୍ର ଦେଶବାସୀ ବେଶ କ୍ରୋଧାନ୍ୱିତ ହୋଇ ପଡ଼ିଛନ୍ତି।