ଦାଦା-ପୁତୁରା ଲଢେଇରେ ବାଣ୍ଟି ହୋଇଗଲେ LJP; ହଜିଗଲା ନିର୍ବାଚନୀ ସଙ୍କେତ
Advertisement

ଦାଦା-ପୁତୁରା ଲଢେଇରେ ବାଣ୍ଟି ହୋଇଗଲେ LJP; ହଜିଗଲା ନିର୍ବାଚନୀ ସଙ୍କେତ

ଉଭୟ ଗୋଷ୍ଠୀ ଭିନ୍ନ ଭିନ୍ନ ନାମ ସହ ନିର୍ବାଚନ ଆୟୋଗ ପକ୍ଷରୁ ବଣ୍ଟାଯାଇଥିବା ଦଳୀୟ ସଙ୍କେତ ବ୍ୟବହାର କରି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଦାଦା-ପୁତୁରା ଲଢେଇରେ ବାଣ୍ଟି ହୋଇଗଲେ LJP; ହଜିଗଲା ନିର୍ବାଚନୀ ସଙ୍କେତ

ନୂଆଦିଲ୍ଲୀ: ଦଳରେ କ୍ଷମତା ବିସ୍ତାର କରିବାକୁ ନେଇ ଲୋକ ଜନଶକ୍ତି ପାର୍ଟିର ସଂସ୍ଥାପକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ପୁଅ ଚିରାଗ ପାସୱାନ ଏବଂ ତାଙ୍କ ଭାଇ ପଶୁପତି ପାରସଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ବାଣ୍ଟି ହୋଇଯାଇଛି ଏଲଜେପି। ଏପରିକି ଦଳୀୟ ସଂଙ୍କେତର ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ। 

ଏହିକ୍ରମରେ ବିହାରର ୨ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପୂର୍ବରୁ ପୂର୍ବତନ ଲୋକ ଜନଶକ୍ତି ପାର୍ଟି (Lok Janshakti Party) ଏଲଜେପି କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ (Pashupati Paras) ଏବଂ  ଚିରାଗ ପାସୱାନଙ୍କ (Chirag Paswan) ମଧ୍ୟରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଉଭୟ ଗୋଷ୍ଠୀ ଭିନ୍ନ ଭିନ୍ନ ନାମ ସହ ନିର୍ବାଚନ ଆୟୋଗ (Election Commission of India) ପକ୍ଷରୁ ବଣ୍ଟାଯାଇଥିବା ଦଳୀୟ ସଙ୍କେତ ବ୍ୟବହାର କରି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। 

କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କ ନେତୃତ୍ୱାଧିନ ଗୋଷ୍ଠୀ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (Rashtriya Lok Janshakti Party) ନାମରେ ନାମିତ ହେବା ସହ ଏହାର ଦଳୀୟ ସଙ୍କେତ ହେଉଛି ସିଲାଇ ମେସିନ (Weaving Machines)। ଅନ୍ୟପଟେ ଚିରାଗ ପାସୱାନଙ୍କ ନେତୃତ୍ୱାଧିନ ଗୋଷ୍ଠୀ ଲୋକ ଜନଶକ୍ତି ପାର୍ଟି ରାମବିଳାସ (Lok Janshakti Party (Ram Vilas) ନାମରେ ନାମିତ ହେବା ସହ ଏହାର ଦଳୀୟ ସଙ୍କେତ ରହିଛି ହେଲିକ୍ୟାପ୍ଟର (Helicopter)। 

ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ପତ୍ର ଜାରି କରାଯାଇ ଏ ସମ୍ପର୍କିତ ଘୋଷଣା କରାଯାଇଛି। ଦଳର କିଏ ନେବ ତାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ କରିଛନ୍ତି ନିର୍ବାଚନ କମିଶନ। ପ୍ରକୃତ ଏଲଜେପି ଦଳ କିଏ  ସେ ନେଇ ପ୍ରମାଣ ଉପସ୍ଥାପନ କରିବାକୁ ଉଭୟ ଚିରାଗ ପାସୱାନ ଏବଂ ପଶୁପତି ପାରସଙ୍କୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହା ସହିତ ବିହାରରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଉଭୟ ଗୋଷ୍ଠୀକୁ ସେମାନଙ୍କ ନୂଆ ଦଳର ନାଁ ଏବଂ ଦଳୀୟ ସଂଙ୍କେତ କ'ଣ ରହିବ ସେ ନେଇ ଅକ୍ଟୋବର ୪ ତାରିଖ ସୋମବାର ମଧ୍ୟାନ୍ନ ୧ଟା ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆୟୋଗ। ଉଭୟ ପକ୍ଷ ସେମାନଙ୍କ ପ୍ରମାଣ ଉପସ୍ଥାପନ କରିବା ପରେ ପ୍ରକୃତ ଏଲଜେପି ଦଳ କିଏ ଏବଂ କାହାକୁ ଦଳୀୟ ସଂଙ୍କେତ 'ଘର'  ମିଳିବ ତାହାର ନିଷ୍ପତ୍ତି ନେବ ନିର୍ବାଚନ କମିଶନ। 

Also Read: କାହା ପାଖରେ ରହିବ 'ବଙ୍ଗଳା'; ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ

ଏ ପ୍ରସଙ୍ଗରେ ନିର୍ବାଚନ ଆୟୋଗକୁ ଲେଖିଥିବା ଏକ ପତ୍ରରେ ଚିରାଗ ପାସୱାନ ବିରୋଧି ପଶୁପତି ପାରସଙ୍କ ଗୋଷ୍ଠୀ  ବିରୁଦ୍ଧରେ ଅଭିଯୋଗ ଆଣି କହିଛି ନୂଆ ଦଳର ନାଁ ଏବଂ ଦଳୀୟ ସଂଙ୍କେତ କ'ଣ ରହିବ ସେ ନେଇ  ଧାର୍ଯ୍ୟ ହୋଇଥିବା ସମୟ ସୀମା ମଧ୍ୟରେ ସେମାନେ ଜାଣିଶୁଣି ସେମାନଙ୍କ ପକ୍ଷ ରଖିନଥିଲେ। ଯାହା ଫଳରେ ଏ ମାମଲାରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେବାରେ ଡେରି ହୋଇଥାନ୍ତା। ଯାହାର ଫଳ ସ୍ୱରୂପ ତାଙ୍କ ଗୋଷ୍ଠୀକୁ ନିର୍ବାଚନ ପ୍ରସ୍ତୁତ କରିବା ପାଇଁ ସମୟ କମ ପଡିଥାନ୍ତା। ଚଳିତ ମାସ ୩୦ ତାରିଖରେ  ବିହାରର ତାରାପୁର ଏବଂ କୁଶେଶ୍ୱର ବିଧାନସଭା ଆସନରେ ହେବାକୁ ଯାଉଛି ଉପନିର୍ବାଚନ। ଏହି ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି ତାଙ୍କ ଗୋଷ୍ଠୀ। 

ବିରୋଧି ପକ୍ଷରୁ ଆସିଥିବା ଅଭିଯୋଗ ଉପରେ ଜବାବ ରଖି  ପଶୁପତି ପାରସଙ୍କ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ସେମାନଙ୍କ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସେମାନଙ୍କ ପକ୍ଷ ରଖିନଥିଲା। ଉପରୋକ୍ତ ଦୁଇ ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହେଉଛି ୮ ଅକ୍ଟୋବର।