'ଚିରାଗଙ୍କ ଦାବି ମିଥ୍ୟା ଏବଂ ଭିତ୍ତିହୀନ, ଏଲଜେପି ରାଜ୍ୟରେ ଗୋଟିଏ ଆସନ ଜିତିବ ନାହିଁ'
Advertisement

'ଚିରାଗଙ୍କ ଦାବି ମିଥ୍ୟା ଏବଂ ଭିତ୍ତିହୀନ, ଏଲଜେପି ରାଜ୍ୟରେ ଗୋଟିଏ ଆସନ ଜିତିବ ନାହିଁ'

ବିହାର ଏନଡିଏ ମେଣ୍ଟର ମୁଖମନ୍ତ୍ରୀ ପ୍ରାର୍ଥୀ ତଥା ଜେଡିୟୁ ସୁପ୍ରିମୋଙ୍କ ଉପରେ ଏଲଜେପି ପକ୍ଷରୁ କରାଯାଉଥିବା ଆକ୍ରମଣର ଜବାବ ଦେବା ଲାଗି ଆଗେଇ ଆସିଛି ସହଯୋଗୀ ବିଜେପି। 

'ଚିରାଗଙ୍କ ଦାବି ମିଥ୍ୟା ଏବଂ ଭିତ୍ତିହୀନ, ଏଲଜେପି ରାଜ୍ୟରେ ଗୋଟିଏ ଆସନ ଜିତିବ ନାହିଁ'

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ସରଗରମ ହୋଇଉଠିଛି ରାଜ୍ୟର ରାଜନୈତିକ ପାଣିପାଗ। ଏହିକ୍ରମରେ ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାସୀନ ଶାସକ ଏନଡିଏ (NDA) ମେଣ୍ଟରେ ସାମିଲ ଥିବା ପୂର୍ବତନ ସହଯୋଗୀ ଲୋକ ଜନଶକ୍ତି ପାର୍ଟି-ଏଲଜେପି (Lok Janshakti Party) ସଭାପତି ଚିରାଗ ପାଶ୍ୱାନ (Chirag Paswan) ଏବେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ତଥା ଜନତାଦଳ ୟୁନାଇଟେଡ-ଜେଡିୟୁ (Janata Dal United) ସୁପ୍ରିମୋ ନୀତିଶ କୁମାର (Nitish Kumar) ଟାର୍ଗେଟ କରିଛନ୍ତି।

ଏନଡିଏ ମେଣ୍ଟରେ ଏଲଜେପି, ଜେଡିୟୁ ବ୍ୟତୀତ ବିଜେପି (BJP) ହେଉଛି ଅନ୍ୟତମ ଅଂଶୀଦାର ଦଳ । ବିହାର ଏନଡିଏ ମେଣ୍ଟର ମୁଖମନ୍ତ୍ରୀ ପ୍ରାର୍ଥୀ ତଥା ଜେଡିୟୁ ସୁପ୍ରିମୋଙ୍କ ଉପରେ ଏଲଜେପି ପକ୍ଷରୁ କରାଯାଉଥିବା ଆକ୍ରମଣର ଜବାବ ଦେବା ଲାଗି ଆଗେଇ ଆସିଛି ସହଯୋଗୀ ବିଜେପି। ଏନେଇ ଦଳୀୟ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ (Bihar Deputy Minsiter) ସୁଶୀଲ ମୋଦି (Sushil Modi) କହିଛନ୍ତି, " ଏଲଜେପି ପକ୍ଷରୁ କରାଯାଉଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ । ସରକାର ଗଠନ କରିବାକୁ ନେଇ ଦଳ ଭୋଟରଙ୍କ ସାମ୍ନାରେ ଗୁଜବ ପ୍ରଚାର କରୁଛି। "

ଏନେଇ ଟ୍ୱିଟ କରି ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, " ଏଲଜେପି ନେତାଙ୍କ ଦାବି ମିଥ୍ୟା ଏବଂ ଭିତ୍ତିହୀନ । ମୁଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛି । ଏଲଜେପି ନେତା ଏବଂ ଶାହାଙ୍କ ମଧ୍ୟରେ ନିର୍ବାଚନ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଆସନ ଭାଗବଣ୍ଟାକୁ ନେଇ ଏନଡିଏ ମେଣ୍ଟରେ ବିବାଦ ଲାଗି ରହିଥିଲା। ବିଜେପି ଯେତିକି ସିଟ ଦେଉଥିଲା ଏଲଜେପି ତାହା ଠାରୁ ଅଧିକ ଆସନ ଦାବି କରୁଥିଲା । ଯେଉଁ କାରଣରୁ ମେଣ୍ଟ ସମ୍ପର୍କ ଭାଙ୍ଗି ଯାଇଥିଲା । ଏଲଜେପି ଏନଡି ମେଣ୍ଟରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲା। ଯେଉଁ ଦଳ ବିହାରରେ ଗୋଟିଏ ଆସନ ଜିତିପାରିବ ନାହିଁ ସେ ସରକାର ଗଠନ କରିବାକୁ ଦାବି କରୁଛି " 

ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି, 'ଏହା ପରେ କେଉଁ ପ୍ରକାରର ରାଜନୀତି ହେଉଛି ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥିତ ନୀତୀଶ କୁମାରଙ୍କୁ ବିରୋଧ କରୁଛନ୍ତି। ଏଲଜେପି ଅନ୍ୟ ଦଲର ଭୋଟ୍ ବ୍ୟାଙ୍କ ଭାଙ୍ଗିୁବାକୁ ଚେଷ୍ଟା କରୁଛି। ଏହାର କାରଣ ହେଉଛି ବିହାରରେ ଯେପରି ଏନଡିଏ ସରକାର ଗଠନ ନହେଉ। ହେଲେ ରାଜ୍ୟରେ ଏତର ଏନଡିଏ ମେଣ୍ଟ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବ ।

ଏ ପ୍ରସଙ୍ଗରେ ମତ ରଖି ଏଲଜେପି ସଭାପତି ଚିରାଗ ପାଶ୍ୱାନ କହିଛନ୍ତି, "ବାପାଙ୍କ ମୃତ୍ୟୁ ପୂର୍ବରୁ ସେ କହିଥିଲେ ମୋର ପ୍ରତ୍ୟେକ ନିଷ୍ପତ୍ତି ଦଳର ନିଷ୍ପତ୍ତି ହେବ । ଚିଠି ଲେଖିବା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (BJP National President) ଜେପି ନଡ୍ଡା (JP Nadda) ଙ୍କୁ ଭେଟିଥିଲେ । ମୁଁ ତାଙ୍କୁ ସମସ୍ତ ପରିସ୍ଥିତି ବାବଦରେ ଅବଗତ କରାଇଥିଲେ । ମୁଁ ଅମିତ ଶାହାଙ୍କୁ ଏକୁଟିଆ ଯିବା ନେଇ ଜଣାଇଥିଲି। ଭୋଟରଙ୍କୁ ମୋର କିଛି କହିବାର ନାହିଁ। ମୁଁ ସଚ୍ଚୋଟ ଚିନ୍ତାଧାରା ସହିତ ଲୋକଙ୍କ ପାଖକୁ ଯାଉଛି। ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ ଯାଇପାରିବି ନାହିଁ। ସେମାନେ ମୋ ହୃଦୟରେ ଅଛନ୍ତି। "