ଆରୋଗ୍ୟ ସେତୁର ଉଦ୍ଭାବକକୁ ନେଇ ହରଡଘଣାରେ କେନ୍ଦ୍ର ସରକାର। ଆରଟିଆଇରେ ପଚାରା ଯାଇଥିବା ପ୍ରଶ୍ନର ଉତ୍ତରେ ଦେବାରେ ବିଫଳ ସମ୍ପୃକ୍ତ ମନ୍ତ୍ରାଳୟ।
Trending Photos
ନୂଆଦିଲ୍ଲୀ: କୋରୋନା ସଂକ୍ରମଣରୁ ସୁରକ୍ଷା ଓ ଟ୍ରାକିଂରେ ଆରୋଗ୍ୟ ସେତୁ ମୋବାଇଲ ଆପର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଆପର ବ୍ୟବହାର ପାଇଁ ସମସ୍ତଙ୍କୁ ସରକାର ପ୍ରତ୍ସାହନ ଦେଉଥିବା ବେଳେ ଅନେକ ସଂସ୍ଥାରେ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଲୋକପ୍ରିୟ କୋରୋନା ନିୟନ୍ତ୍ରଣ ଆପକୁ କିଏ ତିଆରି କରିଛି, ସେ ବାବଦରେ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଯାହାର ପର୍ଦ୍ଦାଫାଶ କରିଛି ସୂଚନା ଅଧିକାର ଆଇନ।
ଜଣେ ସମାଜିକକର୍ମୀ ଆରୋଗ୍ୟ ସେତୁ ଆପର ଉଦ୍ଭାବକ କିଏ ବୋଲି ଆରଟିଆଇରେ ଉତ୍ତର ମାଗିଥିଲେ। କିନ୍ତୁ ଏ ବାବଦରେ କେନ୍ଦ୍ରୀୟ ସୂଚନା କମିଶନ ପାଖରେ କୌଣସି ତଥ୍ୟ ନଥିଲା। ପ୍ରଧାନମନ୍ତ୍ରୀ ବାରମ୍ବାର ଆରୋଗ୍ୟ ସେତୁ ଆପର ବ୍ୟବହାର କରିବାକୁ ଦେଶବାସୀଙ୍କୁ କହୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବି ଏହାକୁ ଖୁବ ପ୍ରସଂଶା କରାଯାଇଛି। ଏଭିଳି ଆପର ଉଦ୍ଭାବକଙ୍କ ବିଷୟରେ ତଥ୍ୟ ନ ରହିବା ଅଗ୍ରହଣୀୟ।
ଆରୋଗ୍ୟ ସେତୁ ଆପକୁ ଜାତୀୟ ସୂଚନା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଦ୍ୱାରା ତିଆରି କରାଯାଇଥିବା ୱେବସାଇଟରେ କହୁଯାଇଛି। କିନ୍ତୁ ଏବାବଦରେ କୌଣସି ମନ୍ତ୍ରାଳୟ ପାଖରେ ସୂଚନା ନାହିଁ। ତେଣୁ ସମ୍ପୃକ୍ତ ମନ୍ତ୍ରାଳୟକୁ କେନ୍ଦ୍ର ସୂଚନା କମିଶନ ଏକ ନୋଟିସ ଜାରି କରି ନଭେମ୍ବର ୨୪ ସୁଦ୍ଧା ଆପ ଉଦ୍ଭାବନ ସମ୍ପର୍କ ଉପରେ ସ୍ପଷ୍ଟିକରଣ ଦେବାକୁ କହିଥିଲେ।
Daily a new lie.
Aarogya Setu is a powerful companion which protects people. It has a robust data security architecture.
Those who indulged in surveillance all their lives, won’t know how tech can be leveraged for good! https://t.co/t8ThXmddcS— Ravi Shankar Prasad (@rsprasad) May 2, 2020
ସେପଟେ ନୋଟିସର ୨୪ ଘଣ୍ଟା ନପୁରୁଣୁ ନିଜ ପକ୍ଷ ରଖିଛନ୍ତି ସରକାର। ସେ କହିଛନ୍ତି ଯେ, ଏପ୍ରିଲ ୨ ତାରିଖରେ ଏକ ପ୍ରେସରିଲିଜ ଜାରି କରାଯାଇଥିଲେ। ସେଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଆରୋଗ୍ୟ ସେତୁ ପିପିପି ମୋଡରେ ତିଆରି ହୋଇଥିବା ଏକ ଆପ୍। କୋରୋନା ରୋଗୀଙ୍କ ଟ୍ରେସିଂରେ ଏହା ସହାୟକ ହେବ। ଆଇଟି ମନ୍ତ୍ରାଳୟ ଓ ଏନଆଈସି ବିଶେଷଜ୍ଞ ଓ କିଛି ଘରୋଇ ସଂସ୍ଥାର ସହଯୋଗରେ ଆରୋଗ୍ୟ ସେତୁକୁ ବିକଶିତ କରାଯାଇଛି ବୋଲି ମାଇଁଗଭ୍ ଓ ଡିଜିଟାଲ ଇଣ୍ଡିଆର ସିଇଓ କହିଛନ୍ତି।
ଅପରପକ୍ଷରେ ଆରୋଗ୍ୟ ସେତୁ ସହ ଏନଆଇସି ବା ଜାତୀୟ ସୂଚନା କେନ୍ଦ୍ରର କୌଣସି ସମ୍ପର୍କ ନାହିଁ। ଏହା ଇ-ଗଭର୍ଣ୍ଣାନ୍ସ ଅଧିନରେ ଆସେ ବୋଲି ବାରମ୍ବାର କହୁଛି। ବର୍ତ୍ତମାନ ସୁଦ୍ଧା ୧୬ କୋଟିରୁ ଊର୍ଦ୍ଧ୍ୱ ଲୋକ ଆରୋଗ୍ୟ ସେତୁ ଆପକୁ ସ୍ମାର୍ଟ ଫୋନରେ ଡାଉନଲୋଡ କରିଛନ୍ତି। ତେବେ ସରକାରଙ୍କ ଭ୍ରମାତ୍ମକ ସଫେଇ ପରେ ଏବେ ଲୋକ ନିଜର ତଥ୍ୟକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି।