• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଭାରୀ ବର୍ଷାରେ ବେହାଲ ମୁମ୍ବାଇ, ମଧ୍ୟାନ୍ନରେ ଉଚ୍ଚ ଜୁଆର ଉଠିବା ଆଶଙ୍କା

ଭାରୀ ବର୍ଷା ପରେ ଜଳବନ୍ଦୀ ହୋଇପଡିଛି ମୁମ୍ବାଇ ସହର ।

ଭାରୀ ବର୍ଷାରେ ବେହାଲ ମୁମ୍ବାଇ, ମଧ୍ୟାନ୍ନରେ ଉଚ୍ଚ ଜୁଆର ଉଠିବା ଆଶଙ୍କା

ମୁମ୍ବାଇ: ବର୍ଷାରେ ବେହାଲ ହୋଇପଡିଛି ମାୟାନଗରୀ ମୁମ୍ବାଇ। ଭାରୀବର୍ଷା କାରଣରୁ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଉଠିଛି। ଗତ ରାତିରୁ ଆରମ୍ଭ ହୋଇଥିବା ବର୍ଷା କାରଣରୁ ହିନ୍ଦମାତା, ଦାଦର ଟିଟି, କିଙ୍ଗସ ସର୍କଲ, ସାୟନ, ଚେମ୍ବରୁ, ଅନ୍ଧେରୀ, ସାନ୍ତାକ୍ରୁଜ ଭଳି ସ୍ଥାନ ଜଳବନ୍ଦୀ ହୋଇପଡିଛି। ଏହା ସହିତ ସଡକ ପରିବହନ ପ୍ରଭାବିତ ହୋଇଛି।    

ମୁମ୍ବାଇସ୍ଥିତ ଥାନେ ଠାରେ ବର୍ଷା କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଠାକାର ଟିଏମସି ଷ୍ଟ୍ରିଟ ସ୍ଥିତ ଓବାଲା ହନୁମାନ ମନ୍ଦିର ନିକଟରେ ଥିବା ଏକ ବିଜୁଳି ଖୁଣ୍ଟରେ କରେଣ୍ଟ ଆସିବା କାରଣରୁ, ଏହାର ସଂଶ୍ପର୍ଷରେ ଆସିବାରୁ ସମ୍ପୃକ୍ତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।   ମୁମ୍ବାଇ ସହରର କୋଲାବା ଠାରେ ରାତି ୧ଟା ପର୍ଯ୍ୟନ୍ତ ୨୬୯ ମିଲିମିଟର ବର୍ଷା ହୋଇଛି।

ଭାରୀବର୍ଷା କାରଣରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତି ବିଗଡିଯାଇଛି। ଅବିରତ ବର୍ଷା ଫଳରେ ଜଳବନ୍ଦୀ ହୋଇଉଠିଛି ମୁମ୍ବାଇ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏବଂ ବୁଧବାର ଲାଗି ରେଡ ଆଲର୍ଟ ଜାରି କରାଯାଇଛି। ଏହା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଥିବା କୁହାଯାଇଛି। ଏନେଇ ବ୍ରିହାନ ମୁମ୍ବାଇ ମୁନିସପାଲ କର୍ପୋରେସନ-ବିଏମସି(Brihanmumbai Municipal Corporation-BMC) ସମୁଦ୍ରକୂଳିଆ ଅଞ୍ଚଳକୁ ନଯିବା ଲାଗି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରିଛି। ପ୍ରବଳ ବର୍ଷା ହେତୁ ପ୍ରାୟ ୪.୫୧ ମିଟର ଉଚ୍ଚତାର ଜୁଆର ଉଠିବା ନେଇ ପୂର୍ବାନୁମାନ କରାଯାଇଛି।

ଭାରୀବର୍ଷାକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ଏଜେନ୍ସି, ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ବିଦ୍ୟୁତ୍ ଯୋଗାଣ ଏବଂ ପରିବହନ ବିଭାଗକୁ ସତର୍କ ରହିବା ଲାଗି ବିଏମସି ପକ୍ଷରୁ କୁହାଯାଇଛି। ବର୍ଷା ଜଳ ନିଷ୍କାସନ କରିବାକୁ ଅଗ୍ନିଶମ ବାହିନୀର ସହାୟତା ନେବା ସହ ନେବା ସିଟି କର୍ପୋରେସନ୍ ୨୯୯ ପମ୍ପିଂ ମେସିନର ବ୍ୟବହାର କରୁଛି।  

ଅଗଷ୍ଟ ୪ ମଙ୍ଗଳବାର ଏବଂ ଅଗଷ୍ଟ ୫ ବୁଧବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସମେତ ଥାନେ ଏବଂ ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(Indian Metrological Department-IMD)। ବିଏମସି ଅନୁଯାୟୀ, ଅଗଷ୍ଟ ୩ରୁ ୪ତାରିଖ ମଧ୍ୟରେ ମୁମ୍ବାଇରେ ୧୪୦.୫ ମିଲିମିଟର ବର୍ଷା ହୋଇଛି। ସହରର ପୂର୍ବ ଏବଂ ପଶ୍ଚିମ ଭାଗରେ ଯଥାକ୍ରମେ ୮୪.୭୭ ମିଲିମିଟର ଏବଂ ୭୯.୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।