ସିଜେଆଇ ବୋବଡେଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା
Advertisement
Article Detail0/zeeodisha/odisha720527

ସିଜେଆଇ ବୋବଡେଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା

ଏହାପୂର୍ବରୁ ପ୍ରଧାନ ବିଚାରପତିଙ୍କ ଜେଡ୍ କ୍ୟାଟେଗରୀର ସୁରକ୍ଷା ମିଳିଥିଲା । ବର୍ତ୍ତମାନ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି । 

ସିଜେଆଇ ବୋବଡେଙ୍କୁ ମିଳିଲା ଜେଡ୍ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ବର୍ତ୍ତମାନ ତାଙ୍କୁ ଜେଡ୍ ପ୍ଲସ(Z Plus) ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରଣାଳୟ ଥ୍ରେଟ ପରସେଶପନ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ରିପୋର୍ଟକୁ ଆଧାର କରି ସିଜେଆଇ ବୋବଡେଙ୍କ ସୁରକ୍ଷାକୁ ଜେଡ୍ କ୍ୟାଟେଗରୀରୁ ଜେଡ୍ ପ୍ଲସ୍ କ୍ୟାଟେଗରୀରେ ପରିବର୍ତ୍ତନ କରିଛି ।

ଏହାପୂର୍ବରୁ ପ୍ରଧାନ ବିଚାରପତିଙ୍କ ଜେଡ୍ କ୍ୟାଟେଗରୀର ସୁରକ୍ଷା ମିଳିଥିଲା । ବର୍ତ୍ତମାନ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି । ଜେଡ୍ ପ୍ଲସ୍ କ୍ୟାଟେଗରୀର ସୁରକ୍ଷା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(CRPF) ହାତରେ ରହିଛି । ଦେଶର କିଛି ଲୋକଙ୍କୁ ହିଁ ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷା ମିଳିଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ନଭେମ୍ବର ୧୮, ୨୦୧୯ରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଭାରତର ୪୭ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ବୋବଡେଙ୍କୁ ସିଜେଆଇ ପଦର ଶପଥ ପାଠ କରାଇଥିଲେ । ନଭେମ୍ବର ୧୭ରେ ଅବସର ନେଇଥିବା ପୂର୍ବତନ ସିଜେଆଇ ରଂଜନ ଗୋଗୋଇ CJI ପଦ ପାଇଁ ଜଷ୍ଟିସ ବବଡେଙ୍କ ନାମ ସୁପାରିଶ କରିଥିଲେ ।

ସିଜେଆଇ ବୋବଡେ ମଧ୍ୟ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ବେଞ୍ଚର ଏକ ଅଂଶ ଥିଲେ । ୧୯୭୮ରେ ଜଷ୍ଟିସ ବୋବଡେ ମହାରାଷ୍ଟ୍ରର ବାର୍ କାଉନସିଲରେ ଯୋଗ ଦେଇଥିଲେ । ଏହା ପରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଆଇନ ଅଭ୍ୟାସ କରିଥିଲେ । ୧୯୯୮ରେ ବରିଷ୍ଠ ଓକିଲ ହୋଇଥିଲେ । ୨୦୦୦ ମସିହାରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ । ସେ ଏପ୍ରିଲ ୨୩,୨୦୨୧ରେ ସୁପ୍ରିମୋକର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେବେ ।

;