ସମ୍ଭଲରେ ମିଳିଲା ପୁରୁଣା ଶିବଲିଙ୍ଗ, ସମସ୍ତେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha2558078

ସମ୍ଭଲରେ ମିଳିଲା ପୁରୁଣା ଶିବଲିଙ୍ଗ, ସମସ୍ତେ ଆଶ୍ଚର୍ଯ୍ୟ

ବିଦ୍ୟୁତ ଚୋରି ରୋକିବା ପାଇଁ ପୋଲିସ ସମ୍ଭଲରେ ପହଞ୍ଚିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୋଲିସକୁ ଏକ ବଡ ସଫଳତା ମିଳିଛି। ସାଂସଦ ବୁର୍କଙ୍କ ଘର ରାସ୍ତାରେ ହନୁମାନ ମନ୍ଦିର ୩୦ ବର୍ଷ ଧରି ବନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା।

ସମ୍ଭଲରେ ମିଳିଲା ପୁରୁଣା ଶିବଲିଙ୍ଗ, ସମସ୍ତେ ଆଶ୍ଚର୍ଯ୍ୟ

Hindu Temple found in Sambhal: ପ୍ରାୟ ତିରିଶ ବର୍ଷ ଧରି ବନ୍ଦ ହୋଇ ରହିଥିବା ଶିବ ଏବଂ ହନୁମାନଙ୍କ ମନ୍ଦିର ସମ୍ଭଲରେ ପୁନଃ ଉଦ୍ଧାର ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ସାଂସଦ ଜିଆ ଉର ରେହମାନ ବୁର୍କଙ୍କ ଘର ରାସ୍ତାରେ ଦେଖିବାକୁ ମିଳିଛି। ମନ୍ଦିର ପୁନଃ ଉଦ୍ଧାର ପରେ ହିନ୍ଦୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ମୃତ୍ୟୁ ଧମକ ଭୟରେ ଏଠାରେ ପୂଜା ବନ୍ଦ କରାଯାଇଥିଲା । ଯଦି ଲୋକମାନେ ମନ୍ଦିର ନିକଟରେ ଭଜନ-କୀର୍ତ୍ତନ କରିଥାନ୍ତେ ତେବେ ସେମାନଙ୍କୁ ହତ୍ୟା କରାଯାଇଥାନ୍ତା ।

ବିଦ୍ୟୁତ ଚୋରି ରୋକିବା ପାଇଁ ପୋଲିସ ସମ୍ଭଲରେ ପହଞ୍ଚିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୋଲିସକୁ ଏକ ବଡ ସଫଳତା ମିଳିଛି। ସାଂସଦ ବୁର୍କଙ୍କ ଘର ରାସ୍ତାରେ ହନୁମାନ ମନ୍ଦିର ୩୦ ବର୍ଷ ଧରି ବନ୍ଦ ହୋଇଥିବାର ଦେଖିବାକୁ ମିଳିଥିଲା। ପୂର୍ବରୁ ଗୁଳି ମାଡ କାରଣରୁ ଏହି ମନ୍ଦିର 30 ବର୍ଷ ଧରି ବନ୍ଦ ରହିଥିଲା। ଯେତେବେଳେ ପ୍ରଶାସନ ଏହି ମନ୍ଦିର ଖୋଲିଲା, ସେତେବେଳେ ଶିବଲିଙ୍ଗ ଏବଂ ହନୁମାନ ଜୀଙ୍କର ମୂର୍ତ୍ତି ଦେଖିବାକୁ ମିଳିଥିଲା । ଯାହା ମଇଳାରେ ପରିପୂର୍ଣ୍ଣ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବେଆଇନ ଭାବେ ମନ୍ଦିରକୁ ବନ୍ଦ କରାଯାଇଥିବା ପୋଲିସ କହିଛି। ଦଙ୍ଗା ଅଞ୍ଚଳରେ ଏକ ମନ୍ଦିର ପାଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଶାସନ ପକ୍ଷରୁ ହନୁମାନ ମନ୍ଦିର ଖୋଲାଯାଇଛି । ପୋଲିସ କର୍ମଚାରୀମାନେ ନିଜ ହାତରେ ଶିବଲିଙ୍ଗ ଏବଂ ପ୍ରତିମା ସଫା କରିଛନ୍ତି।

ବନ୍ଦ ମନ୍ଦିରରେ ଶିବଲିଙ୍ଗଙ୍କୁ ଖୋଜିବା ନେଇ ହିନ୍ଦୁମାନେ ଏକ ବଡ଼ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଏଠାରେ ଭଜନ ଏବଂ କୀର୍ତ୍ତନ କରାଯାଉଥିଲା । ତିରିଶ ବର୍ଷ ଧରି ବନ୍ଦ ଥିବା ମନ୍ଦିର ଭିତରେ ହନୁମାନଙ୍କ ମୁର୍ତ୍ତି ଏବଂ ଶିବଲିଙ୍ଗ ଦେଖିବାକୁ ମିଳିଛି। ପୋଲିସ କର୍ମଚାରୀ ଏହି ମନ୍ଦିର ଖୋଲିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

 

ସମ୍ଭାଲରେ ଜାମା ମସଜିଦକୁ ନେଇ ମଧ୍ୟ ବିଶୃଙ୍ଖଳା ରହିଛି । ଯେହେତୁ ୟୁପିର ସମ୍ଭାଲରେ ଶାହି ଜାମା ମସଜିଦ ଉପରେ ସର୍ଭେ କରାଯାଇଥିଲା, ସେତେବେଳେ ପୁରା ସହରରେ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା ।

Also Read- Lucky Zodiac Sign: ୧୪ ଡିସେମ୍ବରରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Also Read- Blueberry For Health: ପ୍ରତିଦିନ ଖାଆନ୍ତୁ ଏହି ଫଳ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ