• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

ନନ୍ଦିଗ୍ରାମ ଫଳାଫଳକୁ ନେଇ କଲିକତା ହାଇକୋର୍ଟରେ ମମତାଙ୍କ ଚ୍ୟାଲେଞ୍ଜ, ଆଜି ଶୁଣାଣି

ରାଜ୍ୟରେ ତୃତୀୟ ଥର କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ (Mamata Banrejee) ଦଳ ହୁଏତ ନିର୍ବାଚନରେ ​​୨୦୦ ରୁ ଅଧିକ ଆସନ ପାଇଥାଇ ପାରେ, କିନ୍ତୁ ସେ ନିଜେ ନିର୍ବାଚନରେ ​​ହାରିଯାଇଥିଲେ ।   

ନନ୍ଦିଗ୍ରାମ ଫଳାଫଳକୁ ନେଇ କଲିକତା ହାଇକୋର୍ଟରେ ମମତାଙ୍କ ଚ୍ୟାଲେଞ୍ଜ, ଆଜି ଶୁଣାଣି
(ଫାଇଲ ଫଟୋ)

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କଲିକତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ (Nandigram Election Results) ଚ୍ୟାଲେଞ୍ଜ କରିଛନ୍ତି । ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ । ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ହୁଏତ ନିର୍ବାଚନରେ ​​୨୦୦ ରୁ ଅଧିକ ସିଟ୍ ପାଇଥାଇପାରେ, କିନ୍ତୁ ସେ ନିଜେ ନିର୍ବାଚନରେ ​​ହାରିଯାଇଛନ୍ତି । ନନ୍ଦୀଗ୍ରାମର ନିର୍ବାଚନ ଫଳାଫଳକୁ ନେଇ ମମତା ବାନାର୍ଜୀ (Mamata Banrejee)  ଲଗାତାର ଭାବେ ଅଭିଯୋଗ କରି ଆସୁଛନ୍ତି ।

୨ ମେ'ରେ ନିର୍ବାଚନ ଫଳାଫଳ ପରେ ମମତା ବାନାର୍ଜୀ କହିଥିଲେ ଯେ ସେ ନନ୍ଦିଗ୍ରାମର (Nandigram) ନିଷ୍ପତ୍ତିକୁ ଗ୍ରହଣ କରନ୍ତି । କିନ୍ତୁ ଭୋଟ୍ ଗଣିବା ସମୟରେ ଗଡ଼ବଡ଼ ପ୍ରସଙ୍ଗରେ ସେ କୋର୍ଟକୁ ଯିବେ, କାରଣ ତାଙ୍କ ପାଖରେ ସୂଚନା ଅଛି ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ କିଛି ମନିପୁଲେସନ୍ କରାଯାଇଥିଲା, ଯାହା ସେ ପ୍ରକାଶ କରିବେ । ବାସ୍ତବରେ ନିର୍ବାଚନ ଧାରା ଆସିବା ପରେ ଶୁଭେନ୍ଦୁ ଅଧିକାରୀ (Suvendu Adhikari) ପ୍ରଥମେ ଆଗରେ ଥିଲେ । ତେବେ ୧୬ ତମ ରାଉଣ୍ଡ ଗଣନା ପରେ ମମତା ବାନାର୍ଜୀ ଅଚାନକ ଶୁଭେନ୍ଦୁଙ୍କୁ ପଛରେ ପକାଇ ଦେଇଥିଲେ । ଏହାପରେ ଗଣତିର ଖେଳ ପୁଣି ଓଲଟି ଯାଇଥିଲା ଓ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ।

ଅଧିକ ପଢ଼ନ୍ତୁ: WTC Final: ଐତିହାସିକ ମ୍ୟାଚ୍ ଉପରେ ବର୍ଷାର ଛାୟା, ଜାଣନ୍ତୁ ପିଚ୍ ରିପୋର୍ଟ

ବର୍ତ୍ତମାନ ବିରୋଧୀ ଦଳର ନେତା ଅଟନ୍ତି ଶୁଭେନ୍ଦୁ ଅଧିକାରୀ 
ବିଶ୍ୱାସ କରାଯାଉଥିଲା ଯେ ମମତା ଏହି ବିଷୟରେ କୋର୍ଟଙ୍କ ନିକଟକୁ ଯାଇପାରନ୍ତି । ନନ୍ଦିଗ୍ରାମରେ ମମତାଙ୍କୁ ପରାସ୍ତ କରିଥିବା ନେତା ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଅଟନ୍ତି । ନିକଟରେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟାସ ବାତ୍ୟାର ସମୀକ୍ଷା ବୈଠକ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ସେତବେଳେ ବିବାଦର ମୁଖ୍ୟ କାରଣ କେବଳ ଶୁଭେନ୍ଦୁ ଅଧିକାରୀ ବୋଲି କୁହାଯାଇଥିଲା । ବାସ୍ତବରେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ବୈଠକ ହେବା ଉଚିତ୍ । ଏହି ବୈଠକରେ ବିରୋଧୀ ଦଳର ନେତାଙ୍କର କୌଣସି ସ୍ଥାନ ନାହିଁ । ତେବେ ଏହା ପରେ କେନ୍ଦ୍ର ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ଏଭଳି ପ୍ରଥା ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ହୋଇସାରିଛି ।