ଜୁନ୍ ୨୪ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଓ ବାମପନ୍ଥୀ ସମେତ ସମସ୍ତ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି ।
Trending Photos
)
କୋଲକାତା: ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩,୦୦୦ରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଛି । ଏଥିସହ ବର୍ତ୍ତମାନ ଯାଏ ରାଜ୍ୟରେ ୫୫୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ଚିକିତ୍ସା ପରେ ୮,୨୯୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । କୋରୋନା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନ୍ ୨୪ରେ ଏହି ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଜୁନ୍ ୨୪ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ପାଇଁ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଓ ବାମପନ୍ଥୀ ସମେତ ସମସ୍ତ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ଜୁନ୍ ୨୨ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବେ ଅନେକ ନେତାଙ୍କୁ ଫୋନ କରି ସେମାନଙ୍କୁ ବୈଠକକୁ ଆମନ୍ତ୍ରଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିରୋଧୀ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ଫୋନ କରି ତାଙ୍କ ସହ କଥା ହୋଇଥିଲେ । ଏହାସହ ତାଙ୍କୁ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ, ଏହି ବୈଠକ ପୂର୍ବରୁ ଡାକିବା ଉଚିତ୍ ଥିଲା । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ସେ ଯୋଗ ଦେବେ ।