Advertisement
Article Detail0/zeeodisha/odisha703382
Zee OdishaOdisha National-Internationalମହାରାଷ୍ଟ୍ର ସରକାର ଲଞ୍ଚ କଲେ ଦୁନିଆର ସବୁଠାରୁ ବଡ଼ ପ୍ଲାଜମା ଟ୍ରାଏଲ ପ୍ରକଳ୍ପ

ମହାରାଷ୍ଟ୍ର ସରକାର ଲଞ୍ଚ କଲେ ଦୁନିଆର ସବୁଠାରୁ ବଡ଼ ପ୍ଲାଜମା ଟ୍ରାଏଲ ପ୍ରକଳ୍ପ

ଏହି ପ୍ଲାଜମା ଥେରାପି ଟ୍ରାଏଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ହିଁ ଅର୍ଥ ପ୍ରଦାନ କରାଯିବ । ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଟ୍ୱିଟ କରି ଏହା ଘୋଷଣା କରିଛନ୍ତି । 

ମହାରାଷ୍ଟ୍ର ସରକାର ଲଞ୍ଚ କଲେ ଦୁନିଆର ସବୁଠାରୁ ବଡ଼ ପ୍ଲାଜମା ଟ୍ରାଏଲ ପ୍ରକଳ୍ପ

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ପ୍ରୋଜେକ୍ଟ ପ୍ଲାଟିନା (Project Platina) ଲଞ୍ଚ କରିଛନ୍ତି । ପ୍ଲାଜମା ଥେରାପି ମାଧ୍ୟମରେ ଗମ୍ଭୀର ରୂପରେ କୋରୋନା ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ଆରମ୍ଭ କରାଯାଇଥିବା ସବୁଠାରୁ ବଡ଼ ଟ୍ରାଏଲ ପ୍ରଜେକ୍ଟ । ସିଏମଓ ଅନୁଯାୟୀ, ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଟ୍ରାଏଲ୍-କମ-ଟ୍ରିଟମେଣ୍ଟ ପ୍ରୋଜେକ୍ଟ, ଯାହା ମହାରାଷ୍ଟ୍ରର କୋଭିଡ-19 ଦ୍ୱାରା ଗମ୍ଭୀର ଭାବେ ଅସୁସ୍ଥ ପ୍ରାୟ ୫୦୦ ଲୋକଙ୍କୁ ଚିକିତ୍ସା କରାଯିବ ।

ଏହା ବ୍ୟତୀତ ପ୍ଲାଜମା ଥେରାପି ଟ୍ରାଏଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ହିଁ ଅର୍ଥ ପ୍ରଦାନ କରାଯିବ । ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଟ୍ୱିଟ କରି ଏହା ଘୋଷଣା କରିଛନ୍ତି । ଏହା ସହିତ ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, "ମହାରାଷ୍ଟ୍ର କୋଭିଡ-19 ବିପକ୍ଷରେ ଏହି ଯୁଦ୍ଧ ଆରମ୍ଭରୁ ପ୍ଲାଜ୍ମା ଥେରାପି ଉପରେ କାମ କରୁଛି କିନ୍ତୁ ବର୍ତ୍ତମାନ ଏଥିପାଇଁ ସମଗ୍ର ରାଜ୍ୟରେ ଏକ ଟ୍ରାଏଲ ଚିକିତ୍ସା ପ୍ରକଳ୍ପ ଆରମ୍ଭ ହୋଇଛି ।"

ଏହା ପରେ ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମହାରାଷ୍ଟ୍ରର ପ୍ଲାଜମା ଥେରାପି ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଏହି ରୋଗୀମାନଙ୍କୁ ୧୭ଟି ମେଡିକାଲ କଲେଜରେ ଚିକିତ୍ସା କରାଯିବ । ଏହା କେବଳ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ବିଶ୍ୱକୁ ଏକ ଶକ୍ତିଶାଳୀ ତଥ୍ୟ ଦେବ ନାହିଁ, ବରଂ ସାରା ରାଜ୍ୟରେ ଏହି ଥେରାପି ପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ ।

Add Zee News as a Preferred Source

ତାଙ୍କ ତୃତୀୟ ଟ୍ୱିଟରେ ଆଦିତ୍ୟ କହିଛନ୍ତି ଯେ, ପ୍ଲାଜମା ଥେରାପି ପରୀକ୍ଷା ପାଇଁ ଅର୍ଥ ସିଏମ୍ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ । କୋଭିଡ ମହାମାରୀ ବିରୋଧରେ ବୈଶ୍ୱିକ ଲଢ଼େଇରେ ଏହା ଏକ ଐତିହାସିକ ପରୀକ୍ଷା ହେବ ବୋଲି ଆମେ ଆଶା କରୁଛୁ । 

About the Author