• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ଭାଙ୍ଗିବ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମାତାଶ୍ରୀ -୨ !

ବ୍ରିହାନ ମୁମ୍ବାଇ କର୍ପୋରେସନ (BMC) ଅଚାନକ ସକ୍ରିୟ ହୋଇପଡ଼ିଛି। ମୁମ୍ବାଇର ମେଟ୍ରୋପଲିଟାନ (Metro Politan City) ଅଞ୍ଚଳରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି। 

ଭାଙ୍ଗିବ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମାତାଶ୍ରୀ -୨ !

ମୁମ୍ବାଇ: ବ୍ରିହାନ ମୁମ୍ବାଇ କର୍ପୋରେସନ (BMC) ଅଚାନକ ସକ୍ରିୟ ହୋଇପଡ଼ିଛି। ମୁମ୍ବାଇର ମେଟ୍ରୋପଲିଟାନ (Metro Politan City) ଅଞ୍ଚଳରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି। ଏହି କାମ କଙ୍ଗନା ରଣାଓ୍ୱତ (Kangana Ranawat) ଙ୍କ ଘରଭଙ୍ଗାରୁ ଆରମ୍ଭ କରିଛି। ମୁମ୍ବାଇ (Mumbai) ରେ ଯଦି କେବଳ ଏହି ଅବୈଦ୍ଧ କିମ୍ବା ବେଆଇନ ନିର୍ମାଣ କଥା ଦେଖାଯାଏ ତେବେ ଏକାଧିକ ତାରକା, ଶିଳ୍ପପତି ତଥା ପୁଞ୍ଜିପତିମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ବାସଗୃହ ଏହି ତାଲିକାରେ ସାମିଲ ହେବା ଏକ ପ୍ରକାର ସ୍ପଷ୍ଟ ହେଉଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କ ନବନିର୍ମିତ ବାସଗୃହ ମାତାଶ୍ରୀ-୨ (Matashree) କୁ ନେଇ ମଧ୍ୟ ପ୍ରଶ୍ନ ଛିଡ଼ା ହୋଇଛି। 

ବାନ୍ଦ୍ରା ଇଷ୍ଟ (Bandra East) ର କାଲାନଗର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ (Chief Minister) ଙ୍କ ଏହି ବିଳାସମୟ ବାସଭବନର ନିର୍ମାଣ ହୋଇଛି। ଯାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ରାଜନୀତି ଓ ବିବାଦମୟ ସମୟ ମଧ୍ୟରେ ଶିବସେନା (Shivsena) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଏହି ବାସଭବନକୁ ନିର୍ମାଣ କରିଥିବା ଜଣାପଡ଼ିଛି। ଏହାର ନିର୍ମାଣକୁ ନେଇ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ବିଳାସମୟ ବାସଭବନ ମାତାଶ୍ରୀ-୧ ଠାରୁ ସ୍ୱଳ୍ପ ଦୂରରେ ରହିଛି। ଉଦ୍ଧବଙ୍କ ରାଜନୈତିକ କ୍ୟାରିୟର ବିବାଦରେ ରହିଥିବା ବେଳେ ଏବେ ଏହି ଗୃହ ନିର୍ମାଣ ତାଙ୍କୁ ବିବାଦ ମଧ୍ୟକୁ ଠେଲି ଦେଇଛି। ଏହି ଘରର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। 

କାରଣ ବାନ୍ଦ୍ରା ଇଷ୍ଟ (Bandra East) ଅଞ୍ଚଳରେ ଏହି ଘର ରହିଛି। ଉକ୍ତ ବିଳାସମୟ ଘରଟି ଯେଉଁ ଜମି  ଉପରେ ନିର୍ମାଣ ହୋଇଛି, ତାହାକୁ ଉଦ୍ଧବ ସାଢେ ୧୧ କୋଟି ଟଙ୍କା ଦେଇ କିଣିଛନ୍ତି। ଏହି ଜମି ଉପରେ ୮ ମହଲା ବିଲ୍ଡିଂକୁ ଛିଡ଼ା କରିଛନ୍ତି। ଏହି ୮ ମହଲା ବିଲ୍ଡିଂ ଉପରେ ଟ୍ରିପିଲେକ୍ସ ଆପାର୍ଟମେଣ୍ଟ ମଧ୍ୟ ଗଢିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପୂର୍ବରୁ ଏହି ଜମି କିଣିଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଏହି ଘରର ନିର୍ମାଣ କରିଛନ୍ତି। 

ତେବେ ମୁଖ୍ୟମନ୍ତ୍ରୀ କିଣିଥିବା ଏହି ପ୍ଲଟ ୧୦ ହଜାର ବର୍ଗଫୁଟରୁ ମଧ୍ୟ ଅଧିକ ରହିଛି। ଏହି ୧୦ ହଜାର ବର୍ଗ ଫୁଟ ଅଞ୍ଚଳରେ ଏହି ବିଳାସମୟ ଅଟ୍ଟାଳିକାର ବେସମେଣ୍ଟ, ଷ୍ଟିଲ୍ଟ ଓ ଆଠ ମହଲା ଘର ନିର୍ମାଣ ହୋଇଛି। ଏହା ବ୍ୟତୀତ ପ୍ରତିଟି ଟ୍ରିପିଲେକ୍ସ ଫ୍ଲାଟରେ ଲିଭିଂ ରୁମର ମଧ୍ୟ ନିର୍ମାଣ ହୋଇଛି। ଲିଭିଂ ରୁମ ଗୁଡ଼ିକ ମଧ୍ୟରେ ଦୁଇ ମହଲା ଉଚ୍ଚର ଖାଲି ସ୍ଥାନ ରହିଛି। ପ୍ରତିଟି ଫ୍ଲାଟରେ ପାଞ୍ଚଟି ଶୋଇବା ଘର, ଗୋଟିଏ ଷ୍ଟଡ଼ି ରୁମ ରହିଛି। 

ତେବେ ଏହି ବିଳାସମୟ ଘର ଭାଙ୍ଗିବାକୁ ପ୍ରଶ୍ନ ସେତେବେଳେ ସୃଷ୍ଟି ହୋଇଛି, ଯେତେବେଳେ ବେଆଇନ ଦର୍ଶାଇ କଙ୍ଗନାଙ୍କ ଘରକୁ ବୁଧବାର ଭାଙ୍ଗି ଦିଆଯାଇଛି। ସାଧାରଣରେ ଉକ୍ତ ଜମି ଓ ଘର ନିର୍ମାଣକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି। ଉକ୍ତ ଜମି ବୈଧ ଅଛି କି ନାହିଁ, ଉକ୍ତ ଘରର ବ୍ରିହାନ ମୁମ୍ବାଇ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ ନେଇ ଘର ନିର୍ମାଣ ହୋଇଛି କି ନାହିଁ ଏଭଳି ଅନେକ ପ୍ରଶ୍ନ ଧୀରେଧୀରେ ସୃଷ୍ଟି ହେବାର ଲାଗିଛି। ଏପରିକି ଘର ନିର୍ମାଣ ବ୍ୟତୀତ ଅନ୍ୟ ସମସ୍ତ ଖାଲି ସ୍ଥାନର କାଗଜପତ୍ର ବୈଧ ରହିଛି କି ନାହିଁ ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ମୁଣ୍ଡ ଟେକିବାରେ ଲାଗିଲାଣି। ସେପଟେ ନିଜର ଛବିକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ମୁଖ୍ୟମନ୍ତ୍ରୀ ଏହାକୁ ଯାଞ୍ଚ କରାଇ ନିଅନ୍ତୁ ବୋଲି ଦାବି ଜୋର ଧରିଛି।