ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଚେତାବନୀ, 'ମୋର ନିରବତାକୁ ମୋର ଅସହାୟତା ବୋଲି ଭାବ ନାହିଁ'

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସହ ଚାଲିଥିବା ବିବାଦ ପ୍ରସଙ୍ଗରେ ରବିବାର ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଚେତାବନୀ, 'ମୋର ନିରବତାକୁ ମୋର ଅସହାୟତା ବୋଲି ଭାବ ନାହିଁ'

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) ସହ ଚାଲିଥିବା ବିବାଦ ପ୍ରସଙ୍ଗରେ ରବିବାର (ସେପ୍ଟମ୍ବର ୧୩, ୨୦୨୦) ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharastra Chief Minister) ଉଦ୍ଧବ ଠାକରେ (Uddhav Thackeray)। ଏନେଇ ପ୍ରତିକ୍ରିୟା ରଖି  କହିଛନ୍ତି, ସେ ଅନେକ ପ୍ରସଙ୍ଗରେ କଥା ହେବାକୁ ଚାହାଁନ୍ତି, ହେଲେ ଆଜି ସେ କେବଳ କରୋନା ମହାମାରୀ ଉପରେ କଥା ହେବାକୁ ଚାହୁଁଛନ୍ତି। 

ଏନେଇ ସେ କହିଛନ୍ତି, "କରୋନା ମହାମାରୀ ମାମଲାରେ ମୁମ୍ବାଇକୁ ବଦନାମ କରିବା ଲାଗି ଉଦ୍ୟମ କରାଯାଉଛି। ମୋର ନୀରବତାକୁ ମୋର ଅସହାୟତା ବୋଲି ଭାବ ନାହିଁ। ବିଗତ କିଛି ଦିନ ହେବ ମହାରାଷ୍ଟ୍ର ଅନେକ ଅସୁବିଧାର ସମ୍ମୁଖିନ ହେଉଛି। ମହାରାଷ୍ଟ୍ରକୁ ଅସମ୍ମାନ କରିବାକୁ ଷଡଯନ୍ତ୍ର ଚାଲିଛି, ହେଲେ ବର୍ତ୍ତମାନର ସମୟ ଏ ବିଷୟରେ ଆଲୋଚନା କରିବାକୁ ନୁହେଁ। "

ଏହା ସହିତ ସେ କହିଛନ୍ତି, "ମୁଁ ରାଜନୈତିକ ଝଡର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। କୋରୋନା ମହାମାରୀକୁ ନେଇ ବିଶ୍ୱ ସମ୍ମୁଖରେ ମହାରାଷ୍ଟ୍ରକୁ ଅସମ୍ମାନ କରିବାକୁ ଚେଷ୍ଟା କରାଯାଉଛି। ସମଗ୍ର ବିଶ୍ୱ ଅନୁଭବ କରୁଛି କରୋନା ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ଏପରିକି ଗାଁ ଗଣ୍ଡାରେ ମଧ୍ୟ ପହଞ୍ଚି ସାରିଲାଣି କୋରୋନା। ମହାରାଷ୍ଟ୍ରର ଅବସ୍ଥା ସମ୍ପୂର୍ଣ୍ଣ ଖରାପ ନୁହେଁ। ରାଜ୍ୟକୁ ଅସମ୍ମାନ କରିବାକୁ ଚେଷ୍ଟା କରାଯାଉଛି। "

ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି, "ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଶେଷ ହୋଇଛି। ଏଥି ଲାଗି ମୁଁ ସମସ୍ତ ପକ୍ଷଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ଅନେକ ପ୍ରସଙ୍ଗରେ କଥା ହେବାକୁ ଚାହେଁ ହେଲେ ବର୍ତ୍ତମାନ କୋରୋନା ବାବଦରେ କଥା ହେବା।  ଆପଣ କୋରୋନାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଆପଣ ସାବଧାନ ରୁହନ୍ତୁ, ଆମେ ଉତ୍ତରଦାୟୀ ରହିବୁ । ଯେତେବେଳେ ଆମେ କିଛି ଦାୟିତ୍ୱ ଗ୍ରହଣ କରିବୁ ଏବଂ ଆପଣ ମଧ୍ୟ କିଛି ଦାୟିତ୍ୱ ଗ୍ରହଣ କରିବେ । ସେତେବେଳେ ଯାଇ ଆମେ କୋରୋନାକୁ ହରାଇ ପାରିବା ।"

ଏହା ସହିତ ସେ କହିଛନ୍ତି, ଆମେ ୧୫ ସେପ୍ଟେମ୍ବରରୁ ଏକ ଅଭିଯାନ ଆରମ୍ଭ କରୁଛୁ। ଯିଏ ନିଜର ମହାରାଷ୍ଟ୍ରକୁ ଭଲ ପାଉଥିବା ସମସ୍ତ ଲୋକ ଏଥିରେ ନିଜର ଦାୟିତ୍ୱ ପୂରଣ କରିବା ଆବଶ୍ୟକ । ମହାରାଷ୍ଟ୍ର ହେଉଛି ଆମର ପରିବାର, ଏହାକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ସେଥିଲାଗି ମୁଁ ଏହି ଅଭିଯାନର ନାମ 'ମୋ ପରିବାର, ମୋର ଦାୟିତ୍ୱ' ରଖିଛି । ସେ କହିଛନ୍ତି ବର୍ତ୍ତମାନର ସମୟରେ ମାସ୍କ ଆମକୁ କୋରୋନାରୁ ରକ୍ଷା କରିପାରିବ । କୌଣସି ସର୍ବସାଧାରଣ ସ୍ଥାନକୁ ଯିବା ବେଳେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।