ପୁଣି ଥରେ ଅଯୋଧ୍ୟା ଗସ୍ତରେ ଯିବେ ସିଏମ ଯୋଗୀ, ଭୂମି ପୂଜନ ପ୍ରସ୍ତୁତିର କରିବେ ସମୀକ୍ଷା
Advertisement

ପୁଣି ଥରେ ଅଯୋଧ୍ୟା ଗସ୍ତରେ ଯିବେ ସିଏମ ଯୋଗୀ, ଭୂମି ପୂଜନ ପ୍ରସ୍ତୁତିର କରିବେ ସମୀକ୍ଷା

ଆସନ୍ତାକାଲି ପୁଣି ଥରେ ଅଯୋଧ୍ୟା ଗସ୍ତରେ ଯିବେ ୟୁପି ସିଏମ ଯୋଗୀ। 

ପୁଣି ଥରେ ଅଯୋଧ୍ୟା ଗସ୍ତରେ ଯିବେ ସିଏମ ଯୋଗୀ, ଭୂମି ପୂଜନ ପ୍ରସ୍ତୁତିର କରିବେ ସମୀକ୍ଷା

ଲକ୍ଷ୍ନୌ: ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଭୂମି ପୂଜନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଆସିବା ପୂର୍ବରୁ ଆସନ୍ତାକାଲି ନିଜେ ଅଯୋଧ୍ୟା ଯାତ୍ରା କରି ସେଠାରେ ଭୂମି ପୂଜନ ସମାରୋହ ପ୍ରସ୍ତୁତି କିପରି ଚାଲିଛି ତାହାର ସମୀମା କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।    

ଭୂମି ପୂଜନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୂମି ପୂଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦରେ ତଦାରଖ କରିବା ଲାଗି ୟୁପି ସିଏମ ଯୋଗୀ ଆସନ୍ତାକାଲି ପୁଣି ଥରେ ଅଯୋଧ୍ୟା ଅଭିମୁଖେ ଗସ୍ତ କରିବେ। ସେଠାରେ ସେ ମଧ୍ୟାହ୍ନ ସୁଦ୍ଧା ଭଗବାନ ରାମଙ୍କ ସହରରେ ପହଞ୍ଚିବେ ଏବଂ ଅଗଷ୍ଟ ୫ ତାରିଖରେ ଆୟୋଜିତ ହେବାକୁ ଥିବା ସମାରୋହର ପ୍ରସ୍ତୁତି କିପରି ଚାଲିଛି ସେ ନେଇ ଅନୁଧ୍ୟାନ କରିବେ। 

ଅଖଣ୍ଡ ରାମାୟଣ ପାଠ ଏବଂ ଦୀପୋତ୍ସବ

ଭୂମି ପୂଜନ ସମାରୋହ ଅବସରରେ ଧାର୍ମିକ ଦୃଷ୍ଟିକୋଣରୁ ଦେଶର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସିଏମ ଯୋଗୀଙ୍କ ଆହ୍ୱାନ କ୍ରମେ ଏହି ଅବସରରେ ଭାରତ ପ୍ରମୁଖ ତୀର୍ଥ ନଗରୀ କାଶୀ, ମଥୁରା, ଚିତ୍ରକୂଟ, ପ୍ରୟାଗରାଜ, ନିମିଷାରଣ୍ୟ ଏବଂ ଗୋରଖପୁରରେ ଚଳିତ ମାସ ୪-୫ ତାରିଖରେ ଅଖଣ୍ଡ ରାମାୟଣ ପାଠ ଏବଂ ଦୀପାବଳୀ ପାଳନ କରାଯିବ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଭୂମି ପୂଜନ କରିବା ଲାଗି ଏକ ସ୍ୱତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ, ଆରଏସଏସ ସରସଂଘଚାଲକ ମୋହନ ଭାଗବତ ଏବଂ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ପ୍ରମୁଖ ଉପସ୍ଥିତ ରହିବେ।