ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ? ସାମ୍ନାକୁ ଆସିଲା ମୁଖ୍ୟ କାରଣ
Advertisement

ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ? ସାମ୍ନାକୁ ଆସିଲା ମୁଖ୍ୟ କାରଣ

ଦେଶରେ ସୃଷ୍ଟି ହୋଇଥିବା କଥିତ କୋଇଲା ସଙ୍କଟ ଉପରେ ହୋଇଥିବା ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଏହି ଘଟଣାର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ କରିଛି। 

ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ? ସାମ୍ନାକୁ ଆସିଲା ମୁଖ୍ୟ କାରଣ

ନୂଆଦିଲ୍ଲୀ: କଥିତ କୋଇଲା ସଂକଟକୁ କାରଣରୁ ସୃଷ୍ଟି ହେବାକୁ ଯାଉଥିବା ସାମ୍ଭାବ୍ୟ ବିଜୁଳି ସଂକଟକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର-ଦିଲ୍ଲୀ ସରକାର। ହେଲ ଏବେ ପ୍ରଶ୍ନ ଉଠୁଛି କ'ଣ ପ୍ରକୃତରେ କୋଇଲା ସଙ୍କଟ ରହିଛି ଏବଂ ଏହି କାରଣରୁ ଏକ ବିରାଟ ଶକ୍ତି ସଙ୍କଟ ସୃଷ୍ଟି ହେବାକୁ ଯାଉଛି?

ଦେଶରେ ସୃଷ୍ଟି ହୋଇଥିବା ଏହି କଥିତ କୋଇଲା ସଙ୍କଟ (Coal Crisis) ଉପରେ ହୋଇଥିବା ଅନୁସନ୍ଧାନରୁ ମିଳିଥିବା ତଥ୍ୟ ରାଜନୈତିକ ଦାବି ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସରକାରୀ ସୂତ୍ରରୁ ଜଣାପଡିଛି ଯେ କୋଇଲା ଅଭାବ ନାହିଁ ହେଲେ ବିଭିନ୍ନ ରାଜ୍ୟର ଚାହିଦା ଅନୁଯାୟୀ ଏହାକୁ ଯୋଗାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ତଥାପି ୪-୫ ଦିନ ପାଇଁ କୋଇଲା ମହଜୁଦ ରହିଛି। ବର୍ତ୍ତମାନ ଦୈନିକ ୧.୯୪ନିୟୁତ ଟନ୍ ଚାହିଦା ପୂରଣ ହେଉଛି। ଆଗାମୀ କିଛି ଦିନ ମଧ୍ୟରେ ୨ ନିୟୁତ ଟନ୍ ପର୍ଯ୍ୟନ୍ତ ଯୋଗାଣ ଯୋଗାଇ ଦିଆଯିବ। 

ମୋଟାମୋଟି ଭାବେ କହିବାକୁ ଗଲେ କୋଇଲା ଅଭାବରୁ ବିଦ୍ୟୁତ ବନ୍ଦ ହେବ ନାହିଁ। ଏବେ ମଧ୍ୟ ବିଭିନ୍ନ ରାଜ୍ୟର ଚାହିଦା ଅପେକ୍ଷା ସେମାନଙ୍କୁ ଅଧିକ ଯୋଗାଣ କରାଯାଉଛି ଏବଂ ଏହି ପରିମାଣ ଆହୁରି ବୃଦ୍ଧି ପାଇବ। ଦେଶରେ ଗ୍ରୀଷ୍ମ ଋତୁ ଚାଲିଥିବା ସମୟରେ କୋଲ ଇଣ୍ଡିଆ (Coal India) ନିକଟରେ ୧୦୦ ମିଲିୟନ୍ ଟନ୍ କୋଇଲା ମହଜୁଦ ଥିଲା। ଏହା ଠାରୁ ଅଧିକ ପରିମାଣର କୋଇଲା ମହଜୁଦ ରଖାଯାଇ ପାରିବ ନାହିଁ। ଏହାର କାରଣ ହେଉଛି ଯଦି ଏହା ଠାରୁ ଅଧିକ ପରିମାଣର କୋଇଲା ଗଚ୍ଛିତ ରଖାଯାଏ ତାହେଲେ ଏଥିରେ ନିଆଁ ଲାଗିବାର ସମ୍ଭାବନା ରହିଛି।

Also Read: ବଢିପାରେ ବିଦ୍ୟୁତ ସମସ୍ୟା; କୋଇଲା ସଂକଟ ସହ ସଂଘର୍ଷ କରୁଛି ଦେଶର ୧୧୬ Power Plant

କିଛି ପ୍ରାକୃତିକ କାରଣ ଏବଂ କେତେକ ରାଜ୍ୟର ଅବହେଳା ପାଇଁ ଦେଶରେ କୋଇଲା ସଙ୍କଟ ସୃଷ୍ଟି ହୋଇଥିବା ଜଣାପଡି଼ଛି। ପ୍ରଥମ କାରଣ ହେଉଛି ଚଳିତ ବର୍ଷ ବର୍ଷା ଋତୁ ବେଶ ଲମ୍ବା ସମୟ ଧରି ଚାଲିଥିଲା। ଚଳିତ ମାସ ପର୍ଯ୍ୟନ୍ତ ମଧ୍ୟ ଏହା ଜାରି ରହିଛି। ଯାହା ଉଭୟ ଉତ୍ପାଦନ ଏବଂ ପରିବହନ ଉପରେ ପ୍ରଭାବ ପକାଇଛି। ଦ୍ୱିତୀୟ କାରଣ ହେଉଛି ରାଜ୍ୟର ଅବହେଳା। ରାଜ୍ୟ ସରକାର ସାଧାରଣତଃ ୧୫ ଦିନ ପାଇଁ କୋଇଲା ଷ୍ଟକ୍ ରଖିଥାନ୍ତି କିନ୍ତୁ ଗତ ଏପ୍ରିଲ୍ ମାସରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ଷ୍ଟକ୍ ସଂରକ୍ଷଣ ପାଇଁ ଚିଠି ଲେଖିଥିଲେ ମଧ୍ୟ କେହି ଏହାପ୍ରତି ଧ୍ୟାନ ଦେଇନଥିଲେ। 

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ଏହା ଦର୍ଶାଯାଇଥିଲା କେନ୍ଦ୍ର ନିକଟରେ ପ୍ରାୟ ୧୦୦ ମିଲିୟନ ଟନ୍ କୋଇଲା ଗଚ୍ଛିତ ରହିଛି ହେଲେ କୌଣସି  ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଇନଥିଲେ। ଏହା ପରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଅନ୍ୟ ଏକ ଚିଠି ଲେଖାଯାଇଥିଲା। ଏହା ସତ୍ତ୍ୱେ କୌଣସି ରାଜ୍ୟ ସରକାରଙ୍କ କୋଇଲା ଗଚ୍ଛିତ କରି ରଖିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ। ଯଦିଓ ପ୍ରତି ବର୍ଷ ବର୍ଷା ଋତୁ ପୂର୍ବରୁ ରାଜ୍ୟ ସରକାର ଆବଶ୍ୟକୀୟ ପରିମାଣର କୋଇଲା ଗଚ୍ଛିତ କରି ରଖିଥାନ୍ତି ହେଲେ ଚଳିତ ବର୍ଷ ଅଧିକାଂଶ ରାଜ୍ୟ ଷ୍ଟକ ରଖିନଥିଲେ।

ରାଜ୍ୟ ସରକାର କାହିଁକି ନିଜ ପାଇଁ କୋଇଲା ଷ୍ଟକ୍ ତିଆରି କରି ପାରୁନାହାଁନ୍ତି ଏହାର ପଛରେ ଏକ ଅଦ୍ଭୁତ କାହାଣୀ ରହିଛି। ଅନ୍ତର୍ଜାତୀୟ ବଜାରରେ କୋଇଲା ମେଟ୍ରିକ୍ ଟନ୍ ପିଛା ୬୦ ଆମେରିକୀୟ ଡଲାରରେ ମିଳୁଥିବାରୁ ରାଜ୍ୟ ସରକାର ଷ୍ଟକ୍ ସୃଷ୍ଟି କରିନାହାଁନ୍ତି। ସେଥିପାଇଁ ନାଁ ସେମାନେ କୋଲ ଇଣ୍ଡିଆ ନିକଟରୁ କୋଇଲା ନେଇନାହାଁନ୍ତି କିମ୍ବା ପ୍ରତ୍ୟେକ ରାଜ୍ୟ ପାଇଁ ଆବଣ୍ଟିତ ହୋଇଥିବା ଖଣିରୁ କୋଇଲା ଉତ୍ପାଦନ ବୃଦ୍ଧି କରିନାହାଁନ୍ତି।

Also Read: ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ?

ବିଗତ କିଛି ଦିନ ମଧ୍ୟରେ ଆମଦାନୀ ହୋଇଥିବା ଏହି କୋଇଲା ମୂଲ୍ୟ ୩ ଗୁଣା ମହଙ୍ଗା ହୋଇଛି। ଅର୍ଥାତ୍ ଏହାର ମୂଲ୍ୟ ମେଟ୍ରିକ୍ ଟନ୍ ପିଛା ୬୦ ଡଲାରରୁ ୧୯୩ ଡଲାରକୁ ବୃଦ୍ଧି ପାଇଛି। ଯାହାର ଫଳସ୍ୱରୂପ ମହଙ୍ଗା କୋଇଲା କିଣାଯାଇ ପାରିଲା ନାହିଁ ଏବଂ କୋଲା ଇଣ୍ଡିଆ ଅନୁରୋଧ କ୍ରମେ କୋଇଲା ଷ୍ଟକ୍ କରି ଯାଇପାରିଲା ନାହିଁ। ଏହା ପରେ କଥିତ କୋଇଲା ସଂକଟ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏହା ବ୍ୟତୀତ ଏହା ମଧ୍ୟ ଜାଣିବା ଜରୁରୀ ଯେ ଆମଦାନୀ ହୋଇଥିବା କୋଇଲା ହ୍ରାସ ହେତୁ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇଥିବାବେଳେ ସ୍ୱଦେଶୀ କୋଇଲା ଉପରେ ନିର୍ମିତ ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇଛି।

ରାଜ୍ୟ ସରକାର କୋଇଲା ଗଚ୍ଛିତ କରିବାରେ ସକ୍ଷମ ନହେବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ଆନ୍ତଃର୍ଜାତୀୟ ବଜାରରେ କୋଇଲା ମୂଲ୍ୟ ବୃଦ୍ଧି ଏବଂ ଦ୍ୱିତୀୟରେ କୋଇଲ ଇଣ୍ଡିଆର ରହିଥିବା ବିପୁଳ ବକେୟା। କେବଳ ଦେଶର ୯ ରାଜ୍ୟ ଉପରେ କୋଲ ଇଣ୍ଡିଆର ପ୍ରାୟ ୨୧ ହଜାର କୋଟି ଟଙ୍କାର ବକେୟା ରହିଛି। କୋଲ ଇଣ୍ଡିଆର କେଉଁ ରାଜ୍ୟ ଉପରେ କେତେ ଟଙ୍କାର ବକେୟା ରହିଛି ତାହାର ପରିମାଣ ନିମ୍ନରେ ଦିଆଗଲା... 

  • ୧.ରାଜସ୍ଥାନ: ୨୭୮ କୋଟି
  • ୨. ମହାରାଷ୍ଟ୍ର: ୨୬୦୦ କୋଟି
  • ୩. ତାମିଲନାଡୁ: ୧୧୦୦ କୋଟି 
  • ୪.ପଶ୍ଚିମବଙ୍ଗ: ୨୦୦୦ କୋଟି  
  • ୫. ପଞ୍ଜାବ: ୧୨୦୦ କୋଟି
  • ୬. ମଧ୍ୟପ୍ରଦେଶ: ୧୦୦୦ କୋଟି 
  • ୭. କର୍ଣ୍ଣାଟକ: ୨୩ କୋଟି 
  • ୮. ଛତିଶଗଡ: ୧୨୫ କୋଟି 
  • ୯. ଆନ୍ଧ୍ରପ୍ରଦେଶ: ୨୫୦ କୋଟି

Also Read: China ଭଳି ଦେଶରେ ହୋଇପାରେ ବିଜୁଳି ସଂକଟ; କୋଇଲା ସଂକଟର ସାମ୍ନା କରୁଛନ୍ତି ୧୧୦ Power Plant

ବକେୟା ଦେୟ ପରିଶୋଧ କରି ନଥିବାରୁ ଏହି ରାଜ୍ୟ କୋଲ ଇଣ୍ଡିଆ ଦ୍ୱାରା ନିୟନ୍ତ୍ରଣର ସମ୍ମୁଖୀନ ହେଉଛନ୍ତି। ସୂଚନାନୁସାରେ କୌଣସି ରାଜ୍ୟ ସରକାର କିମ୍ବା ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର କୋଇଲା ବନ୍ଦ କରାଯାଇ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରାଯାଇଛି। ଅର୍ଥାତ୍ ବକେୟା ରାଶି ପ୍ରଦାନ କରିଥିବା ରାଜ୍ୟକୁ ପ୍ରାଥମିକତା ଦିଆଯାଉଛି। ସରକାରୀ ସୂତ୍ର ଅନୁଯାୟୀ ଯଦି ଝାଡଖଣ୍ଡ ସରକାର କୋଲା ଇଣ୍ଡିଆକୁ ୩୪ ନିୟୁତ ଟନ୍ କୋଇଲା ସଂରକ୍ଷଣ ଉତ୍ପାଦନ କରିବାକୁ ଅନୁମତି ଦେଇଥାନ୍ତେ ତାହେଲେ କୋଇଲା ଉତ୍ପାଦନ ଆହୁରି ବୃଦ୍ଧି ପାଇଥାନ୍ତା। ଏହା ବ୍ୟତୀତ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଇଛି, ଯେଉଁ କାରଣରୁ ବିଦ୍ୟୁତ୍ ଯୋଗାଣ କୌଣସି ନା କୌଣସି ସ୍ଥାନରେ ପ୍ରଭାବିତ ହୋଇଛି। ହେଲେ ସରକାର କହିଛନ୍ତି ଯେ ଚାହିଦା, ଯୋଗାଣ, ମହଜୁଦ ପରିମାଣକୁ ଦୃଷ୍ଟିରେ ରଖି ଆଗାମୀ ମାସେ ମଧ୍ୟରେ ସମ୍ପୂର୍ଣ୍ଣ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ।