Advertisement
Article Detail0/zeeodisha/odisha760703
Zee OdishaOdisha National-Internationalକୋଇଲା ଆବଣ୍ଟନ ଦୁର୍ନୀତିରେ ଦିଲ୍ଲୀପ ଦୋଷୀ

କୋଇଲା ଆବଣ୍ଟନ ଦୁର୍ନୀତିରେ ଦିଲ୍ଲୀପ ଦୋଷୀ

୧୯୯୯ ମସିହାରେ ହୋଇଥିବା କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କୋଇଲା ଆବଣ୍ଟନ ଦୁର୍ନୀତିରେ ଦିଲ୍ଲୀପ ଦୋଷୀ

ନୂଆଦିଲ୍ଲୀ: ୧୯୯୯ ମସିହାରେ ହୋଇଥିବା କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଦିଲ୍ଲୀପଙ୍କ ସହିତ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ତତ୍କାଳୀନ ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ମାଇନିଂ କମ୍ପାନୀର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ୱାଲଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। 

ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାରତ ପରାଶର ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଆସନ୍ତା ୧୪ ତାରିଖରେ ତାଙ୍କ ବିରୋଧରେ ଦଣ୍ଡ ବିଧାନ କରାଯିବ। ତେବେ ଏହି ଦୁର୍ନୀତିରେ ମନ୍ତ୍ରୀ ଭାବେ ଦିଲ୍ଲୀପ ପ୍ରଥମ ଦୋଷୀ ବୋଲି ସେ କହିଥିଲେ। 

ସୂଚନାଯୋଗ୍ୟ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପ ରାୟ କାଷ୍ଟ୍ରନ ମାଇନିଂ କମ୍ପାନୀକୁ କୋଇଲା ଖଣି ଆବଣ୍ଟନ କରିଥିଲେ। ଝାଡ଼ଖଣ୍ଡର ଗିରିଡ଼ିହିର ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରିଥିଲେ।  ଏହାକୁ ବିରୋଧ କରି ଗତ ୨୦୧୭ ମସିହାରେ ତାଙ୍କ ବିରୋଧରେ ସିବିଆଇ ଧାରା ୪୨୦(ଠକାମି), ୧୨୦(ବି) ଓ ୧୩-୧(ଡି) ମାମଲାର ତଦନ୍ତ ଆରମ୍ଭ କରିଥିଲେ।  

Add Zee News as a Preferred Source

ତେବେ ପୂର୍ବରୁ ଏନେଇ ଦିଲ୍ଲୀପ କହିଥିଲେ କି, ଏହା ସମ୍ପୂର୍ଣ୍ଣ ଭାବେ ଭୁଲ। ଏଥିରେ ଏକ ଷଡ଼ଯନ୍ତ୍ର। ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ। 

About the Author