ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ?
Advertisement

ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ?

ଚଳିତ ବର୍ଷ ହୋଇଥିବା ବର୍ଷା ହେତୁ ଦେଶର ଅନେକ ଅଞ୍ଚଳରେ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଛି।

ଦେଶରେ କାହିଁକି ସୃଷ୍ଟି ହେଲା କୋଇଲା ସଂକଟ?

ନୂଆଦିଲ୍ଲୀ: କୋଇଲା ସଂକଟ କାରଣରୁ ଦେଶରେ ପ୍ରଭାବିତ ହୋଇଛି ବିଦ୍ୟୁତ ଉତ୍ପାଦନ। ଏହି ସମସ୍ୟାର ସମାଧାନ ପାଇଁ ଗଠିତ ହୋଇଛି ଏକ କୋର ମ୍ୟାନେଜମେଣ୍ଟ ଟିମ୍। ଯିଏ ପ୍ରତିଦିନ ଦେଶରେ ମହଜୁଦ ରହିଥିବା କୋଇଲା ପରିମାଣ ଉପରେ  ତୀକ୍ଷ୍ଣ ନଜର ରଖିଛି। ଶନିବାର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣରେ ଉନ୍ନତି ଆଣିବା ପାଇଁ ଶକ୍ତି ମନ୍ତ୍ରଣାଳୟ, କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ରେଳବାଇ ସହିତ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନେବା ଉପରେ ବିଚାରବିମର୍ଶ ଜାରି ରଖିଛି।

ଚଳିତ ବର୍ଷ ହୋଇଥିବା ବର୍ଷା ହେତୁ ଦେଶର ଅନେକ ଅଞ୍ଚଳରେ କୋଇଲା ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଏହି କାରଣ ପାଇଁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ଚାପ ବଢିଯାଇଛି। ଯାହାର ଫଳସ୍ୱରୂପ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସେମାନଙ୍କ କ୍ଷମତାର ଅଧାରୁ କମ୍ ପରିମାଣର ଉତ୍ପାଦନ କରୁଛନ୍ତି। ଯଦିଓ ଚଳିତ ବର୍ଷ ଦେଶରେ ରେକର୍ଡ କୋଇଲା ଉତ୍ପାଦନ ହୋଇଛି ହେଲେ ଦୀର୍ଘ ସମୟ ଧରି ମୌସୁମୀ ସକ୍ରିୟ ରହିବା କାରଣରୁ ଖଣିରୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ଯୋଗାଣ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି।

Also Read: China ଭଳି ଦେଶରେ ହୋଇପାରେ ବିଜୁଳି ସଂକଟ; କୋଇଲା ସଂକଟର ସାମ୍ନା କରୁଛନ୍ତି ୧୧୦ Power Plant

ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ସ୍ୱାଭାବିକ ତୁଳନାରେ ୨୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏହି ବର୍ଷା କାରଣରୁ ଦେଶର ଅନେକ କୋଇଲା ଖଣି ଜଳମଗ୍ନ ହୋଇପଡିଥିଲା। ଯାହା ଫଳରେ ଖଣି ଖନନ କାର୍ଯ୍ୟ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅଟକି ରହିଥିଲା। ଯାହା ଫଳରେ ଖଣିରୁ କୋଇଲା  ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଯାଇପାରିଲା ନାହିଁ। ଏହି କାରଣରୁ ଦେଶର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ସଂକଟ ସୃଷ୍ଟିହୋଇଛି।

Also Read: Delhi ଉପରେ ବିଦ୍ୟୁତ ସଙ୍କଟ ବିପଦ; କେନ୍ଦ୍ରର ସହାୟତା ଲୋଡିଲା ରାଜ୍ୟ

କୋଇଲା ସଂକଟ ଉପରେ ପ୍ରତିକ୍ରିୟା ରଖି ଶକ୍ତି ମନ୍ତ୍ରଣାଳୟ (Ministry of Energy) ପକ୍ଷରୁ କୁହାଯାଇଛି କୋଇଲା ମନ୍ତ୍ରଣାଳୟ (Ministry of Coal) ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ (Coal India Limited) ଦ୍ୱାରା ଏହି ଆଶ୍ୱସନା ଦିଆଯାଇଛି ଯେ ଆସନ୍ତା ୩ ଦିନ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ରକୁ ଦୈନିକୁ ୧.୬ ମେଟ୍ରିକ ଟନ ପରିମାଣର  କୋଇଲା ଯୋଗାଇବାକୁ ପ୍ରୟାସ ଜାରି ରହିଛି। ଏହାକୁ ୧.୬ ମେଟ୍ରିକ ଟନ୍ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ନିକଟ ଭବିଷ୍ୟତରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଭଣ୍ଡାର ସୃଷ୍ଟି କରିବାରେ ଏହା ସାହାଯ୍ୟ କରିବ। ବିଦେଶରୁ ଆମଦାନୀ ହୋଇଥିବା କୋଇଲା ମୂଲ୍ୟରେ ରେକର୍ଡ ସ୍ତରରେ ବୃଦ୍ଧି ଘଟିଛି। ଏହି କାରଣରୁ କୋଇଲା ଆମଦାନୀ ହ୍ରାସ ପାଇଛି। କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର (Coal Fired Power Plant) ଉପରେ ଏହାର ପ୍ରଭାବ ପଡୁଛି।