ପ୍ରବଳ ବର୍ଷା ଦାର୍ଜିଲିଂରେ ଭୂସ୍ଖଳନ, ଯୋଗଯୋଗ ବିଚ୍ଛିନ୍ନ

ଦାର୍ଜିଲିଂରେ ହୋଇଥିବା ଭୂସ୍କଳନ କାରଣରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି | 

ପ୍ରବଳ ବର୍ଷା ଦାର୍ଜିଲିଂରେ ଭୂସ୍ଖଳନ, ଯୋଗଯୋଗ ବିଚ୍ଛିନ୍ନ

କୋଲକାତା: ପ୍ରବଳ ବର୍ଷା ହେବା କାରଣରୁ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଜୁନ ୨୯ ତାରିଖ ସୋମବାର ସକାଳେ ଭୂସ୍ଖଳନ ହୋଇଥିବାର ଖବର ମିଳିଛି | ଏହା ଫଳରେ ପାଗଲାଜୋରା ଠାରେ ଥିବା ଏକ ମୁଖ୍ୟ ରାସ୍ତାର କ୍ଷତିଗ୍ରସ୍ତ ହୋଇଛି | ଏହା ପରେ ସମ୍ପୃକ୍ତ ଅଞ୍ଚଳ ଅବରୋଧ ହୋଇପଡିବା ପରେ ଯୋଗାଯୋଗ ପ୍ରଭାବିତ ହୋଇଛି |   

ଜିଲ୍ଲାର କୁର୍ସେଙ୍ଗ ସବଡିଭିଜନ ଅନ୍ତର୍ଗତ ପାଗଲାଜୋରା ଠାରେ ହୋଇଥିବା ଭୂସ୍ଖଳନ କାରଣରୁ ୫୫ ନମ୍ବର ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି | ଏନେଇ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣା ପଡିନାହିଁ | ଏହି ଅଞ୍ଚଳରେ ବର୍ଷା ପରେ ଭୂମି ଧସିବା କାରଣରୁ ୨୦ କୋଟି ଟଙ୍କା ବ୍ୟୟରେ ପୁନର୍ବାର ନିର୍ମିତ ହୋଇଥିବା ନୂତନ ରାସ୍ତାକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଛି | ଏ ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି | 

ପଶ୍ଚିମବଙ୍ଗର ଆଲିପୁରସ୍ଥିତ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଆସନ୍ତା ୬ ଦିନ ମଧ୍ୟରେ ଉତ୍ତର ପ୍ରଦେଶର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା କାରଣରୁ ସାଧାରଣ ଜୀବନ ବ୍ୟାହତ ହେବାର ସମ୍ଭାବନା ରହିଛି | ଏହା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଦାର୍ଜିଲିଂ, କଲିମପୋଙ୍ଗ, ଆଲିପୁରଦୁଆର, ଜାଲପାଇରିଗୁଡି, କୁଚବିହାର, ମାଲଦା ଏବଂ ଉତ୍ତର ଦିନାଜପୁର |

ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ଅଞ୍ଚଳ ବ୍ୟତୀତ ଦକ୍ଷିଣ ବଙ୍ଗଳାର ମୁର୍ଶିଦାବାଦ, ବୀରଭୂମି, ପୁରୁଲିଆ, ପୂର୍ବ ବର୍ଦ୍ଧମାନ ଏବଂ ପଶ୍ଚିମ ବର୍ଦ୍ଧମାନ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି | ଅନ୍ୟପଟେ କୋଲକାତାସ୍ଥିତ ପାଣିପାଗ ବିଭାଗ  କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି କୋଲକାତା ବ୍ୟତୀତ, ହାୱଡା, ଦକ୍ଷିଣ ୨୪ ପରଗଣା ଏବଂ ଉତ୍ତର ୨୪ ପରଗଣା ଜିଲ୍ଲାରେ ଆସନ୍ତା କିଛି ଦିନ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି |