ଏହି ରାଜ୍ୟର ୭ଟି ଜିଲ୍ଲାରେ କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମ୍ପୂର୍ଣ୍ଣ Lockdown
Advertisement

ଏହି ରାଜ୍ୟର ୭ଟି ଜିଲ୍ଲାରେ କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମ୍ପୂର୍ଣ୍ଣ Lockdown

ମାତ୍ର ଔଷଧ, କ୍ଷୀର ଓ ରାସନ ସାମଗ୍ରୀ କୁ ଛାଡ଼ି ଦେଲେ ଅନ୍ୟ ସବୁ ପ୍ରକାରର ଦୋକାନ ବଜାର ବନ୍ଦ ରହିବ । ପବ୍ଲିକ ଓ ପ୍ରାଇଭେଟ ସମସ୍ତ ପ୍ରକାରର ପରିବହନ ଉପରେ ରୋକ୍ ଲଗାଇ ଦିଆଯାଇଛି ।

ଏହି ରାଜ୍ୟର ୭ଟି ଜିଲ୍ଲାରେ କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମ୍ପୂର୍ଣ୍ଣ Lockdown

ନୂଆଦିଲ୍ଲୀ: ଆସାମର ୭ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଭାବେ ଲକଡାଉନ ରହିବ । ପ୍ରଶାସନ ନିକଟରୁ ମିଳିଥିବା ସୂଚନାନୁଯାୟୀ, ଏହି ସମୟରେ ଲଗାତାର କର୍ଫ୍ୟୁ ଭଳି କଟକଣା ଜାରି ରହିବ । ଏହି କଟକଣା ମଧ୍ୟରେ କୌଣସି ପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ ନାହିଁ । ମାତ୍ର ଔଷଧ, କ୍ଷୀର ଓ ରାସନ ସାମଗ୍ରୀ କୁ ଛାଡ଼ି ଦେଲେ ଅନ୍ୟ ସବୁ ପ୍ରକାରର ଦୋକାନ ବଜାର ବନ୍ଦ ରହିବ ।

ପବ୍ଲିକ ଓ ପ୍ରାଇଭେଟ ସମସ୍ତ ପ୍ରକାରର ପରିବହନ ଉପରେ ରୋକ୍ ଲଗାଇ ଦିଆଯାଇଛି ।ସରକାରୀ ସୂତ୍ର ଅନୁସାରେ, ଗୋଲପାରା, ଗୋଲଘାଟ, ଜୋରହାଚ, ଲକ୍ଷ୍ମୀପୁର, ସୋନିତ ପୁର, ବିଶ୍ୱନାଥ ଓ ମୋରୀ ଗାଓଁ  ଜିଲ୍ଲାରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ଅନ୍ତଃରାଜୀୟ ପରିବହନ(Transportation) ଉପରେ ମଧ୍ୟ ରୋକ୍ ଲଗାଯାଇଛି ।

Also Read: Shoot Out ସପକ୍ଷରେ Assam CM, କହିଲେ..

ତେବେ ଦେଖିବାକୁ ଗଲେ ଆସାମ (Assam) ରେ କୋରୋନା ସଂକ୍ରମଣ ବଢୁଥିବାରୁ ଆସାମ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏହାଦ୍ୱାରା ରାଜ୍ୟର ଶିବସାଗର ଓ ଦିବ୍ରୁଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ମାମଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି ମଙ୍ଗଳବାର ଏକ ଆଡଭାଇଜରି ଜାରି କରିଛି  । ନୂଆ ଆଦେଶ ମୁତାବକ ଶିବସାଗର, ଦିବ୍ରୁଗଡ଼, କୋକାରଝାର, ବାରପେତା, ନଲବାଡି, ବକ୍ସା, ବଜଲି, କାମରୁପ, ଦରଙ୍ଗ, ନୌଗାଓଁ, ହୌଜଇ, ଧୈମାଜୀ, କାଚର, କରୀମଗଞ୍ଜ ଓ ଏହାର ଆଖପାଖ ଜିଲ୍ଲାରେ ଦିନ-ଦ୍ୱିପ୍ରହରର ୨ ଟାରୁ ଆସନ୍ତା ସକାଳ ୫ଟା ଯାଏଁ କର୍ଫ୍ୟୁ କଟକଣା ଜାରି ରହିବ।

Also Read: କୋରୋନାରୁ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ୫୦,୦୦୦ ଟଙ୍କା ଆର୍ଥକ ସହାୟତା ଦେବେ ସରକାର

ତେବେ ଆସାମର ଯେଉଁ ଜିଲ୍ଲାମାନଙ୍କରେ କୋରୋନା ସଂକ୍ରମଣ (Corona Infection) କମୁଛି ସେଠାରେ ବି ସନ୍ଧ୍ୟା ୫ଟାରୁ ଆଗାମୀ ସକାଳ ୫ ଟା ଯାଏଁ କର୍ଫ୍ୟୁ (Curfew) କଟକଣା ଜାରି ରହିବ । ରାଜ୍ୟ ସରକାରଙ୍କ କହିବା କଥା, ଖୁବଶୀଘ୍ର ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ଯଦି ଜନସାଧାରଣ ସରକାରଙ୍କୁ ସହଯୋଗ କରି ସମସ୍ତ ପ୍ରକାରର ଗାଇଡଲାଇନକୁ ସଠିକ୍ ଭାବେ ପାଳନ କରିବେ ।