ଦୁର୍ଦ୍ଦାନ୍ତ ବିକାଶର ସହଯୋଗୀ ଶଶୀକାନ୍ତ ବଖାଣିଲା କଳାରାତିର କାହାଣୀ
Advertisement
Article Detail0/zeeodisha/odisha711717

ଦୁର୍ଦ୍ଦାନ୍ତ ବିକାଶର ସହଯୋଗୀ ଶଶୀକାନ୍ତ ବଖାଣିଲା କଳାରାତିର କାହାଣୀ

କାନପୁର ଏନକାଉଣ୍ଟରରେ ୮ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସେହି କଳାରାତିର କାହାଣୀ ବଖାଣିଛି ଦୁର୍ଦ୍ଦାନ୍ତ ଅପରାଧି ବିକାଶର ସହଯୋଗୀ ଶଶିକାନ୍ତ...

ଦୁର୍ଦ୍ଦାନ୍ତ ବିକାଶର ସହଯୋଗୀ ଶଶୀକାନ୍ତ ବଖାଣିଲା କଳାରାତିର କାହାଣୀ

ନୂଆଦିଲ୍ଲୀ: କାନପୁର ଏନକାଉଣ୍ଟର ଘଟଣା ପୁରା ଦେଶକୁ ସ୍ତବ୍ଧ କରି ପକାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିକାଶ ଦୁବେର ମଧ୍ୟ ଏନକାଉଣ୍ଟରରେ ମୃତ୍ୟୁ ହୋଇ ସାରିଛି। ତେବେ ବିକାଶ ଦୁବେର ଅତି ନିକଟତମ ସହଯୋଗୀ ଶଶୀକାନ୍ତ ପାଣ୍ଡେକୁ ମଧ୍ୟ ଗିରଫ କରିସାରିଛି ପୋଲିସ। ତେବେ ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ଶଶିକାନ୍ତ। ତେବେ ସେହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ତାଜୁବ କରି ପକାଇଛି। 

ଶଶିକାନ୍ତ କହିଛି ଯେ, ବିକାଶର ନିର୍ଦ୍ଦେଶ କ୍ରମେ ହିଁ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଯଦି ସେମାନେ ଗୁଳି କରିନଥାନ୍ତେ, ତେବେ ତାଙ୍କୁ ବିକାଶ ହତ୍ୟା କରିବ ବୋଲି ଶଶିକାନ୍ତ ସୂଚନା ଦେଇଛି। ଏଭଳି ଧମକ ପାଇବା ପରେ ହିଁ ପୋଲିସ ଉପରକୁ ଗୁଳି ଚଳାଇଥିବା ନେଇ ଶଶିକାନ୍ତ ସୂଚନା ଦେଇଛି। ସେହିପରି ବିକାଶ ପୋଲିସ ଉପରକୁ ଜାଣିଶୁଣି ସେ ନିଜେ ଓ ଅନ୍ୟ ସହଯୋଗୀଙ୍କୁ ଜବରଦସ୍ତୀ ଗୁଳି ଚଳାଇଥିଲା। ବିକାଶ ଦୁବେ ଓ ତାର ସହଯୋଗୀଙ୍କ ସମେତ ପ୍ରାୟ ୧୦ ଜଣ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏପରିକି ଫୋନ କରି ସମସ୍ତଙ୍କୁ ଡକାଯାଇଥିଲା ବୋଲି ଶଶିକାନ୍ତ କହିଛି। 

ଶଶିକାନ୍ତ ଆହୁରି ମଧ୍ୟ କହିଛି କି, ଏହି ଆକ୍ରମଣ ପାଇଁ ପୂର୍ବରୁ ଅସ୍ତ୍ରଶସ୍ତ୍ରର ଆୟୋଜନ କରିସାରିଥିଲା। ପୋଲିସମାନଙ୍କ ଉପରକୁ କେଉଁଠାରୁ ଓ କିପରି ଗୁଳି କରାଯିବ ସେ ନେଇ ମଧ୍ୟ ସମସ୍ତ ଆୟୋଜନ କରିସାରିଥିଲା। ରାତିରେ ଘରର ଛାତ ଉପରୁ ପୋଲିସ ବାଲାଙ୍କ ଉପରକୁ ଗୁଳି ମରାଯାଇଥିଲା। ବିକାଶ ଫୋନ କରି କହିଥିଲା ଯେ ଆଜି ସମସ୍ତେ ଆସ। ଗୁଳି ଚାଲିବ ବୋଲି ଶଶିକାନ୍ତ କହିଥିଲା। ଆମେମାନେ ପହଞ୍ଚିବା ପୂର୍ବରୁ ବିକାଶ ସମସ୍ତ ପ୍ରକାର ବନ୍ଧୁକର ଆୟୋଜନ କରିସାରିଥିଲା। ମୋ ଘର ଅଗଣାରେ ସିଓ ଦେବେନ୍ଦ୍ର ମିଶ୍ରଙ୍କୁ ହତ୍ୟା କରାଯାଇଥିଲା ବୋଲି ଶଶିକାନ୍ତ କହିଛି। 

ସେହିପରି ମୋ ଘର ଅଗଣାରେ ଦରୋଗାର ହତ୍ୟା କରାଯାଇଥିଲା। ଦରୋଗା ବଞ୍ଚିବା ପାଇଁ ସାହାଯ୍ୟ ମାଗିଥିଲା। କିନ୍ତୁ ଆମେମାନେ କବାଟ ଖୋଲିନଥିଲୁ। ଆମେ ମାନେ ଯଦି କବାଟ ଖୋଲିଥାନ୍ତୁ ତେବେ ବିକାଶ ଦୁବେ ଆମକୁ ମାରିଦେଇଥାନ୍ତା ବୋଲି ସେ କହିଛନ୍ତି। 

;