ରାମ ମନ୍ଦିର ମାମଲାରେ କଂଗ୍ରେସର ଡାର୍ଟି ପଲିଟିକ୍ସ; ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ
Advertisement

ରାମ ମନ୍ଦିର ମାମଲାରେ କଂଗ୍ରେସର ଡାର୍ଟି ପଲିଟିକ୍ସ; ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ

ରାମ ମନ୍ଦିର ନିର୍ମାଣ ଲାଗି ହେବାକୁ ଯାଉଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।    

ରାମ ମନ୍ଦିର ମାମଲାରେ କଂଗ୍ରେସର ଡାର୍ଟି ପଲିଟିକ୍ସ; ଶିଳାନ୍ୟାସ କାର୍ଯ୍ୟକ୍ରମରେ ପିଏମ ମୋଦିଙ୍କ ଯୋଗଦାନକୁ ନେଇ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ରାଜନୈତିକ ଫାଇଦା ଲାଗି ଏହି ଶବ୍ଦର ଅପବ୍ୟବହାର ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳଙ୍କ ଦ୍ୱାରା କରାଯାଇଥାଏ । ଦେଶର ସାମ୍ପ୍ରତିକ ରାଜନୈତିକ ମାହୋଲ ମଧ୍ୟରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଯାଇଛି ଧର୍ମନିରପେକ୍ଷତା । ଯାହାକୁ ନେଇ ପୁଣି ଥରେ ସରଗରମ ହୋଇଉଠିଛି ଦେଶର ରାଜନୀତି । ଏହାର କାରଣ ହେଉଛି ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ।

ଧର୍ମନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବିଗତ କେତୋଟି ଲୋକଲଭା ନିର୍ବାଚନ ଇସ୍ତାହରରେ ସ୍ଥାନ ପାଇ ଆସୁଥିଲା । ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗାଯିବା ପରେ ଏଠାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ସ୍ଥାପନ କରିବାକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇ ଆସୁଥିଲା ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ସରକାର। ଯାହାକୁ କଂଗ୍ରେସ ସମେତ ତଥାକଥିତ ଅନ୍ୟ ଧର୍ମ ନିରପେକ୍ଷ ରାଜନୈତିକ ଦଳ ନିଜର ଦଳୀୟ ଭୋଟ ବ୍ୟାଙ୍କ ହରାଇବା ଭୟରେ ବେଶ ଦୀର୍ଘ ସମୟ ଧରି ବିରୋଧ କରି ଆସୁଥିଲେ ।   

ଏପରିକି ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦକୁ ଚାଲିଥିବା ବିବାଦର ସମାଧାନ କରିବା ଲାଗି ଏ ସମ୍ପର୍କିତ ମାମଲାର ଶୁଣାଣି ଉତ୍ତର ପ୍ରଦେଶର ହାଇକୋର୍ଟଙ୍କ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଗତବର୍ଷ ନଭେମ୍ବର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଏହି ମନ୍ଦିରର ଶିଳାନ୍ୟାସ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ହେଲେ ରାମ ମନ୍ଦିର ଭତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ସହଜେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଏ ପ୍ରସଙ୍ଗକୁ କେନ୍ଦ୍ର କରି ଶାସକ ବିଜେପି  ଏବଂ ବିରୋଧି କଂଗ୍ରେସ ସମେତ ଅନ୍ୟ ଦଳଙ୍କ ମଧ୍ୟରେ  ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।        
 
ରାମ ମନ୍ଦିର ମାମଲାରେ ବିରୋଧି ଦଳର ଆଭିମୁଖ୍ୟ 

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏନେଇ ଦଳୀୟ ନେତା ହୁସେନ ଦଲବାଇ କହିଛନ୍ତି ପ୍ରଧାନମନ୍ତ୍ରୀ ସେଠାକୁ ଯିବା ଠିକ ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁ ସୋମନାଥ ମନ୍ଦିରର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦାନ କରିନଥିଲେ କାରଣ ସେ ଧର୍ମନିରପେକ୍ଷ ରାଷ୍ଟ୍ରର ମୁଖ୍ୟ ଥିଲେ । ଅନ୍ୟପଟେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ଦ୍ୱାରା କୋରୋନ ଶେଷ ହୋଇଯିବ। 

ବିରୋଧି ପକ୍ଷରୁ ଆସିଥିବା ସମସ୍ତ ପ୍ରତିକ୍ରିୟାର ଜବାବ ରଖି ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ଚର୍ଚ୍ଚିତ ଚେହେରା ଉମା ଭାରତୀ କହିଛନ୍ତି ଶରଦ ପାୱାରଙ୍କୁ ମନ୍ତବ୍ୟ ରାମ ଦ୍ରୋହୀ ଏବଂ ଭଗବାନ ରାମଙ୍କ ବିରୁଦ୍ଧରେ  ରହିଛି ।

କଂଗ୍ରେସ ବିଚାର ଅନୁସାରେ ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ଅଯୋଧ୍ୟାକୁ ଯିବା ଉଚିତ ନୁହେଁ, କାରଣ ଏହା ଦ୍ୱାରା ସେ ସାମ୍ପ୍ରଦାୟିକ ହୋଇଯିବେ । କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ସୋମନାଥ ମନ୍ଦିରର ଉଦଘାଟନ ଉତ୍ସବକୁ ଯାଇନଥିଲେ। ଅର୍ଥାତ କଂଗ୍ରେସ ଅନୁଯାୟୀ ଧର୍ମନିରପେକ୍ଷ ଦେଶର ପ୍ରଧାନମନ୍ତ୍ରୀ ମନ୍ଦିରକୁ ଯିବା ଉଚିତ ନୁହେଁ। ପିଏମ ମୋଦିଙ୍କ ଦ୍ୱାରା ଭୂମି ପୂଜନ କରିବାର ଅର୍ଥ କ'ଣ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ହୁସେନ ଦଲବାଇ।  

କାହିଁକି ସୋମନାଥ ମନ୍ଦିର ଯାଇନଥିଲେ ନେହେରୁ?
ନେହେରୁ ବିଶ୍ୱାସ କରିଥିଲେ ସୋମନାଥ ମନ୍ଦିରର ଉଦଘାଟନ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ । ମନ୍ଦିର ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଏପରି କିଛି କରିବା ଆବଶ୍ୟକ ନାହିଁ ଯାହା ଦ୍ୱାରା ଏକ ଧର୍ମନିରପେକ୍ଷ ଦେଶ ପାଇଁ ଲାଭ ହେବ ନାହିଁ ।
ଧର୍ମ ନିରପେକ୍ଷତାକୁ ପ୍ରଭାବିତ କରୁଥିବା କାର୍ଯ୍ୟରୁ ସରକାର ଦୂରରେ ରହିବା ଉଚିତ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଯୋଧ୍ୟା ଗସ୍ତ
ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ଗସ୍ତ କରିପାରିବେ। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିବ। ସେଠାରୁ ଏକ ହେଲିକପ୍ଟର ଯୋଗେ ସାକେତ କଲେଜକୁ ଯିବେ। ଏଠାରୁ ପ୍ରଧାନମନ୍ତ୍ରୀ  ରାସ୍ତାରେ ୨ କିମି ଅତିକ୍ରମ କରିବା ପରେ ଅଯୋଧ୍ୟସ୍ଥିତ  ଶ୍ରୀରାମ ଜନ୍ମଭୂମିରେ ପହଞ୍ଚିବେ । 

ଭୂମି ପୂଜନରେ କିଏ ସାମିଲ ରହିବେ?
ଭୂମି ପୂଜନ କାର୍ଯ୍ୟକ୍ରମରେ ୨୫୦ ଅତିଥି ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ସହ ଜଡିତ ପ୍ରମୁଖ ସାଧୁସନ୍ଥ ଉପସ୍ଥିତ ରହିବେ। ପ୍ରସ୍ତାବିତ ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବ । ମନ୍ଦିରରେ ବର୍ତ୍ତମାନ ୩ ପରିବର୍ତ୍ତେ  ୫ଟି ଗମ୍ବୁଜ ରହିବ । ରାମ ଜନ୍ମଭୂମି ଆନ୍ଦୋଳନ ସହିତ ଜଡିତ ସମସ୍ତ ବରିଷ୍ଠ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସହ ଜଡିତ ପ୍ରମୁଖ ଲୋକ ଏଥିରେ ସାମିଲ ହେବେ । କେନ୍ଦ୍ର ଓ ୟୁପି ସରକାରଙ୍କ କେତେକ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦ୍ୱାରା ନିମନ୍ତ୍ରଣ ପଠାଯାଇଛି।