ସୋନିଆ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କୋରୋନାକୁ ଏଡାଇବା ପାଇଁ ସମସ୍ତ ନିୟମକୁ ସମ୍ପୂର୍ଣ୍ଣରୂପେ ପାଳନ କରାଯିବା ଉଚିତ ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲାକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି । ସେ ଦଳର ପ୍ରଦେଶାଧ୍ୟକ୍ଷଙ୍କୁ କହିଛନ୍ତି ଯେ, ଏହା ଦେଶ ତଥା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସଙ୍କଟର ସମୟ ଏବଂ ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଏଭଳି ବୈଠକ ଅନୁଷ୍ଠିତ ହେଉଛି । କୋରୋନା ମହାମାରୀକୁ ରୋକିବା ପାଇଁ ଦେଶ ସଂଘର୍ଷ କରୁଛି । ଏହି ସଂଘର୍ଷରେ ଆମେ ଆମର ଭୂମିକା ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ସେ ଆହୁରି କହିଛନ୍ତି ଯେ, ଆପଣ ସମସ୍ତେ ଜାଣିଛନ୍ତି ଯେ ପ୍ରତ୍ୟେକ ରାଜ୍ୟରେ କଂଗ୍ରେସ ଅଧିକାରୀ, ଆମର କର୍ମୀମାନେ ଅନେକ ସପ୍ତାହ ଧରି ଦେଶବାସୀଙ୍କ ସେବାରେ ନିୟୋଜିତ ଅଛନ୍ତି । ଲକ୍ ଡାଉନ୍ ଯୋଗୁଁ ଗରିବ ଶ୍ରମିକମାନେ ନିଜ ନିଜ ଗାଁ ଆଡ଼କୁ ପଳାୟନ କରୁଥିବା ବେଳେ ଆମର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଏକାଠି ହୋଇ କାମ କରିଛନ୍ତି । ଆଜି ବି ପ୍ରତ୍ୟେକ ଜିଲ୍ଲାର କଂଗ୍ରେସ ସିପାହୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆପଣମାନଙ୍କ ଉତ୍ସର୍ଗ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ ।
ସୋନିଆ ଗାନ୍ଧୀ କହିଛନ୍ତି, ଆପଣ ନିଶ୍ଚୟ ଜାଣିଥିବେ ଯେ ମୁଁ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଜୀ ମଧ୍ୟ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଆଶା କରୁଛି ସରକାର ଏହି ସଙ୍କଟର ସାମ୍ନା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗରିବ, କୃଷକ ଏବଂ ଶ୍ରମିକମାନେ ଅଧିକ ଯନ୍ତ୍ରଣା ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ ଡାଉନ୍ ଯୋଗୁଁ ଆମର ଅର୍ଥନୀତି ଉପରେ ବହୁତ ଅଧିକ ଖରାପ ପ୍ରଭାବ ପଡି଼ବ । ଏମିତିରେ ପୂର୍ବରୁ ଅର୍ଥନୀତି ସଙ୍କଟରେ ଥିଲା, ଲାଗୁଛି ବର୍ତ୍ତମାନ ଆହୁରି ଅଧିକ ସମସ୍ୟା ବୃଦ୍ଧି ପାଇବ । ଏହି ପରିସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ ।
କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହେଁ ଯେ ଆପଣଙ୍କ ରାଜ୍ୟରେ କୋରୋନା ମହାମାରୀ ବିସ୍ତାରକୁ ରୋକିବା କାର୍ଯ୍ୟ କିପରି ଚାଲିଛି ? ସରକାରଙ୍କ ଉଦ୍ୟମରେ ଆପଣ ସନ୍ତୁଷ୍ଟ କି ? କଂଗ୍ରେସ ଦଳ ବର୍ତ୍ତମାନ ଏହାର ସଂଗଠନ ମାଧ୍ୟମରେ କୋରୋନା ମୁକାବିଲାରେ ଅଧିକ ଯୋଗଦାନ କିପରି କରିପାରିବେ ? ଏବଂ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ କେଉଁ କାମ କରିଛନ୍ତି ?
ସୋନିଆ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କୋରୋନାକୁ ଏଡାଇବା ପାଇଁ ସମସ୍ତ ନିୟମକୁ ସମ୍ପୂର୍ଣ୍ଣରୂପେ ପାଳନ କରାଯିବା ଉଚିତ ।