Advertisement
Article Detail0/zeeodisha/odisha672413
Zee OdishaOdisha National-Internationalକୋରୋନା ସଙ୍କଟର ମୁକାବିଲା ପାଇଁ ଅତିଶୀଘ୍ର ରାଷ୍ଟ୍ରୀୟ ଯୋଜନା ପ୍ରସ୍ତୁତ କରନ୍ତୁ ସରକାର

'କୋରୋନା ସଙ୍କଟର ମୁକାବିଲା ପାଇଁ ଅତିଶୀଘ୍ର ରାଷ୍ଟ୍ରୀୟ ଯୋଜନା ପ୍ରସ୍ତୁତ କରନ୍ତୁ ସରକାର'

ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀ, ଆପଣ ପରାମର୍ଶ ଦିଅନ୍ତି, କିନ୍ତୁ ବେଳେବେଳେ କଂଗ୍ରେସ ଦଳର ପରାମର୍ଶ ଗ୍ରହଣ କରନ୍ତୁ ।

'କୋରୋନା ସଙ୍କଟର ମୁକାବିଲା ପାଇଁ ଅତିଶୀଘ୍ର ରାଷ୍ଟ୍ରୀୟ ଯୋଜନା ପ୍ରସ୍ତୁତ କରନ୍ତୁ ସରକାର'

ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଙ୍କଟର ମୁକାବିଲା କରିବା ପାଇଁ ମୋଦି ସରକାର ରାଷ୍ଟ୍ରୀୟ ସ୍ତରରେ ଯୋଜନା ପ୍ରସ୍ତୁତ କରନ୍ତୁ । ଅର୍ଥବ୍ୟବସ୍ଥା ଲକଆଉଟ ହୋଇଯାଇଛି । ଏହି ପରିସ୍ଥିତିରେ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ଜରୁରୀ । ଏପରି କିଛି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀ, ଆପଣ ପରାମର୍ଶ ଦିଅନ୍ତି, କିନ୍ତୁ ବେଳେବେଳେ କଂଗ୍ରେସ ଦଳର ପରାମର୍ଶ ଗ୍ରହଣ କରନ୍ତୁ ।

କଂଗ୍ରେସ ନେତାଙ୍କ ଅନୁଯାୟୀ, କୋଭିଡ-19 ପରେ ଏକ ନୂତନ ହିନ୍ଦୁସ୍ତାନ ନିର୍ମାଣ କରିବାକୁ ହେବ । ଆମେ ସମସ୍ତେ ମିଶି ଦେଶକୁ ଆଗକୁ ବଢ଼ାଇବା । ଦେଶକୁ ଆଗକୁ ନେବାକୁ ଯାଉଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ । ସେମାନଙ୍କ ମଧ୍ୟରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଗୁଡିକ ଉପରେ ଆପଣ ଯୋଜନା କ'ଣ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହନ୍ତୁ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ହେବା ବିଷୟରେ ଆଲୋଚନା କରନ୍ତି । ଯଦି ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ, ତେବେ ଏହା କିପରି ହେବ ? ଆମେ ବାହ୍ୟ କମ୍ପାନୀ ଉପରେ ନିର୍ଭରଶୀଳ । ଅଧିକାଂଶ କମ୍ପାନୀ ବାହାରେ ଅଛନ୍ତି ।

ସିବଲ କହିଛନ୍ତି, ଅଶୋଧିତ ତୈଳ ଦର ୨୦ ଡଲାର ହୋଇଯାଇଛି । ପେଟ୍ରୋଲ-ଡିଜେଲର ମୂଲ୍ୟ ସମାନ ରହିଛି । ଆପଣ କାହିଁକି ଜନସାଧାରଣଙ୍କୁ ଏହାର ଲାଭ ଦେଉନାହାଁନ୍ତି ? ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ବନ୍ଦ କରିବା କଥାକୁ ଉଲ୍ଲେଖ୍ୟକରି ଏହି ପଦକ୍ଷେପ କାହିଁକି ନିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ବିପର୍ଯ୍ୟୟ ମୁକାବିଲା ଆଇନ-2005କୁ ଦର୍ଶାଇ କହିଛନ୍ତି ଯେ, ଏହି ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୯ ଜଣ ମନୋନୀତ ସଦସ୍ୟଙ୍କୁ ନେଇ ଏକ ଜାତୀୟ କର୍ତ୍ତୃପକ୍ଷ ଅଛନ୍ତି । ଏହା ଅଧୀନରେ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ସିବଲ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ ଯଥାଶୀଘ୍ର ଜାତୀୟ ଯୋଜନା ପ୍ରସ୍ତୁତ କରିବା ଆମର ପରାମର୍ଶ ।

Add Zee News as a Preferred Source
About the Author