କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରବିବାର ଟ୍ୱିଟ କରି କୋରୋନା ଭାଇରସର ଟେଷ୍ଟ କରିବାର ସୀମାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ରାହୁଲ କହିଛନ୍ତି ଯେ କୋଭିଡୃ-19 ସହ ମୁକାବିଲା କରିବା ପାଇଁ ଭାରତରେ ବର୍ତ୍ତମାନ ଯାଏ ପର୍ଯ୍ୟାପ୍ତ ଟେଷ୍ଟ କରାଯାଇ ନାହିଁ । ଲୋକଙ୍କ ତାଳି ବଜାଇବା ଓ ଦୀପ ଜାଳିବାରୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ ।
Trending Photos
)
ନୂଆଦିଲ୍ଲୀ: କୋରୋନା ମୁକାବିଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ । ଭାରତରେ କୋରୋନା ଭାଇରସ ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟ ବା ପରୀକ୍ଷଣ ହୋଇପାରୁ ନାହିଁ ବୋଲି କହିଛନ୍ତି ସେ । ବିନା ନାଁ ନେଇ ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସେ । ତାଳି ବଜାଇବା ଓ ଦୀପ ଜାଳିବାରୁ ସମସ୍ୟାର ସମାଧାନ କରାଯାଇ ହେବନାହିଁ ବୋଲି କଂଗ୍ରେସ ସାଂସଦ କହିଛନ୍ତି ।
India is simply not testing enough to fight the #Covid19 virus.
Making people clap & shining torches in the sky isn't going to solve the problem. pic.twitter.com/yMlYbiixxW
— Rahul Gandhi (@RahulGandhi) April 4, 2020
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରବିବାର ଟ୍ୱିଟ କରି କୋରୋନା ଭାଇରସର ଟେଷ୍ଟ କରିବାର ସୀମାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି । ରାହୁଲ କହିଛନ୍ତି ଯେ କୋଭିଡୃ-19 ସହ ମୁକାବିଲା କରିବା ପାଇଁ ଭାରତରେ ବର୍ତ୍ତମାନ ଯାଏ ପର୍ଯ୍ୟାପ୍ତ ଟେଷ୍ଟ କରାଯାଇ ନାହିଁ । ଲୋକଙ୍କ ତାଳି ବଜାଇବା ଓ ଦୀପ ଜାଳିବାରୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ ।
ରାହୁଲ ନିଜ ଟ୍ୱିଟରେ ଏକ ଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି । ଯେଉଥିରେ ଦୁନିଆର ପ୍ରତି ମିଲିୟନ ଜନସଂଖ୍ୟାର ହିସାବରେ ହେବାକୁ ଥିବା ଟେଷ୍ଟ ଓ ପୋଜିଟିଭ ମିଳୁଥିବା ମାମଲା ମଧ୍ୟରେ ସମ୍ପର୍କକୁ ପ୍ରଦର୍ଶିତ କରିଛନ୍ତି । ଅନ୍ୟପକ୍ଷେ ବଡ଼ ସଂଖ୍ୟାରେ ଟେଷ୍ଟର ସୀମାକୁ ବୃଦ୍ଧି କରିବାର ଦାବି ବହୁ ଦିନରୁ ହୋଇ ଆସୁଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟେଷ୍ଟର ହାର ବୃଦ୍ଧି କରିବାକୁ ଦାବି କରିଛନ୍ତି ।