ଆସନ୍ତାବର୍ଷ ପହିଲାରେ କଂଗ୍ରେସକୁ ମିଳିପାରେ ସ୍ଥାୟୀ ଅଧ୍ୟକ୍ଷ। ମଙ୍ଗଳବାର ବୈଠକ ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ।
Trending Photos
)
ନୂଆଦିଲ୍ଲୀ: କଂଗ୍ରେସ ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ବୈଠକରେ ନିର୍ବାଚନ ପ୍ରକ୍ରିୟାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ତେବେ ଏହା ସୁରୁଖୁରୁରେ ଚାଲେ ତେବେ ଆସନ୍ତାବର୍ଷ ପ୍ରରମାର୍ଦ୍ଧରେ କଂଗ୍ରେସକୁ ନୂଆ ମୁଖିଆ ମିଳିବ ବୋଲି ଆଶା କରାଯାଉଛି।
ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଆଇସିସି ମୁଖ୍ୟାଳୟରେ ମଙ୍ଗଳବାର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥରେ ନିର୍ବାଚନ ନେଇ କାର୍ଯ୍ୟସୂଚୀ ପ୍ରସ୍ତୁକ ହୋଇଛି। ଯଦି ସବୁକିଛି କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥାଏ, ତେବେ ୨୦୨୧ ମସିହା ସୁଦ୍ଧା କଂଗ୍ରେସ ଏକ ନୂତନ ନିର୍ବାଚିତ ଅଧ୍ୟକ୍ଷ ପାଇବ। ଅଗଷ୍ଟରେ ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଙ୍ଗଠାନିକ ନିର୍ବାଚନ କରିବାପାଇଁ ସୋନିଆ ଗାନ୍ଧୀଙ୍କୁ ଦଳର ୨୩ ପ୍ରମୂଖ ନେତା ଦାବି କରିଥିଲେ।
ଅଧିକ ପଢନ୍ତୁ: ଅକ୍ସଫୋର୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା: କୋରୋନା ଟିକା ନେଲେ ମଣିଷ ପାଲଟିଯିବ ମାଙ୍କଡ଼
ବର୍ତ୍ତମାନ କଂଗ୍ରେସର ସାଙ୍ଗଠାନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଏହା ନଭେମ୍ବର ସୁଦ୍ଧା ଜୋର ଧରିବ। ନିର୍ବାଚନ ପାଇଁ କମିଟି ପ୍ରଥମେ ସୋନିଆ ଗାନ୍ଧିଙ୍କୁ ସୂଚନା ଦେବ। ପରେ ସିଡବ୍ଲ୍ୟୁଡିସି ବୈଠକରେ ଏହି ପ୍ରସଙ୍ଗକୁ ଉପସ୍ଥାପନା କରାଯିବ। ତେବେ କୌତୁହଳର ବିଷୟ, ନିର୍ବାଚନ ପାଇଁ ଦଳର ସର୍ବୋଚ୍ଚ ସଂସ୍ଥା କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲୁସି)ର ସଦସ୍ୟଙ୍କ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ଆଉ ଯଦି ନିର୍ବାଚନ କରିବାକୁ ହେଲେ ସିଡବ୍ଲୁସିର ସବୁଜ ସଙ୍କେତ ଆବଶ୍ୟକ।
କଂଗ୍ରେସ ଦଳର ସମ୍ବିଧାନ ଅନୁଯାୟୀ, ସିଡବ୍ଲୁସିର ୨୪ ଜଣ ସଦସ୍ୟ ରହିବେ। ଏଥିମଧ୍ୟରୁ ୧୧ ଜଣ ନିର୍ବାଚିତ ହେବାବେଳେ ବାକି ୧୨ଙ୍କୁ ଦଳର ସଭାପତି ମନୋନୀତ କରିପାରିବେ। ଏହା ଦଳ ପାଇଁ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ, କାରଣ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ଏଆଇସିସି ସଦସ୍ୟଙ୍କ ତାଲିକାକୁ ଏକତ୍ର କରିବାକୁ ପଡିବ ଏବଂ ଯଦି ସବୁକିଛି ନିର୍ଧାରିତ ସମୟ ଅନୁସାରେ ଚାଲିଥାଏ। ତେବେ ଜାନୁୟାରୀ ୨୦୨୧ ସୁଦ୍ଧା ଦଳର ଜଣେ ନୂତନ ନିର୍ବାଚିତ ଅଧ୍ୟକ୍ଷ ରହିବେ ବୋଲି ସୂତ୍ରରୁ ପ୍ରକାଶ।
ଅଧିକ ପଢନ୍ତୁ: ସୀମା ବିବାଦର ସମାଧାନର ଚାଣକ୍ୟ ହେବେ ଏସ ଜୟଶଙ୍କର
ଅଗଷ୍ଟ ୨୪ରେ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ସାଙ୍ଗଠାନୀକ ସ୍ତରେ ଫାଟ ଥିବେ ସେମାନେ ଜଣାଇବା ସହ ନିର୍ବାଚନ କରିବାକୁ ଦାବି କରିଥିଲେ। ଚିଠିର ପ୍ରତିଉତ୍ତରେ ଆସନ୍ତା ୬ ମାସ ମଧ୍ୟରେ ନିର୍ବାତଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେପଟେ ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯୟ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ନୈତିକତା ଦୃଷ୍ଟିରୁ ଏଆଇସିସି ଅଧ୍ୟକ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି।
ଆସନ୍ତା ଦିନରେ 'ଗ୍ରାଣ୍ଡ ଓଲ୍ଡ ପାର୍ଟି'ରେ ଏକ ବଡ଼ ଧରଣର ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। କାରଣ ରାହୁଲ ଗାନ୍ଧୀ କହିଥିଲେ ଯେ, ଏଥର ଜଣେ ଅଣ-ଗାନ୍ଧୀ ପରିବାରର ସଦସ୍ୟ ଦଳର ସଭାପତି ହେବା ଉଚିତ୍। କିନ୍ତୁ ସେପଟେ ଦଳର ଏକ ବଡ଼ ଅଂଶ ରାହୁଲଙ୍କୁ ଦଳର ମୁଖ୍ୟ ଭାବେ ଦେଖିବାକୁ ଚାହୁଁଛନ୍ତି ।