ସୋନିଆ ଗାନ୍ଧୀ ଆଜି ସକାଳେ ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଏକ ଭିଡିଓ କନଫରେନ୍ସ ଯୋଗେ ବୈଠକ କରିଥିଲେ ।
Trending Photos
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟର ନିୟମିତ ଯାଞ୍ଚ କରାଯିବ । ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ଆଜି ରାତି ପ୍ରାୟ ୭ଟାରେ ନିୟମିତ ଯାଞ୍ଚ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭର୍ତ୍ତି କରାଯାଇଛି ।
ସେ କହିଛନ୍ତି ଯେ, ସୋନିଆଙ୍କ ଅବସ୍ଥା ସ୍ଥିର ରହିଛି । ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ଆଜି ସକାଳେ ଦଳର ରାଜ୍ୟସଭା ସଦସ୍ୟଙ୍କ ସହ ଏକ ଭିଡିଓ କନଫରେନ୍ସ ଯୋଗେ ବୈଠକ କରିଥିଲେ ।