ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି, ଆପଣଙ୍କୁ ଶୀଘ୍ର ସୁସ୍ଥ ହେବାର କାମନା । ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି କି ନାହିଁ ମୋତେ ଜଣାନ୍ତୁ । ଉଲ୍ଲେଖନୀୟ କଥା ହେଉଛି, ପ୍ରିୟଙ୍କା ବିଗତ କିଛି ମାସ ପୂର୍ବେ କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଇଥିଲେ ।
Trending Photos
ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ଝାଙ୍କୁ କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ଶୁକ୍ରବାର ଅପରାହ୍ନରେ ନିଜେ ଟ୍ୱିଟ କରି ସଞ୍ଜୟ ଝା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଭୂତାଣୁର ଲକ୍ଷଣ ଦେଖି ଯାଇନାହିଁ । ସେ ବର୍ତ୍ତମାନ ମୁମ୍ବାଇରେ ନିଜ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି ।
I have tested positive for Covid_19 . As I am asymptomatic I am in home quarantine for the next 10-12 days. Please don’t underestimate transmission risks, we are all vulnerable.
Do take care all.
— Sanjay Jha (@JhaSanjay) May 22, 2020
ସେ ଟ୍ୱିଟରେ ଲେଖିଛନ୍ତି ଯେ, ମୁଁ କୋଭିଡ-19 ପଜିଟିଭକୁ ଆସିଛି । ଯେହେତୁ ମୋର ବର୍ତ୍ତମାନ କୋରୋନାର କୌଣସି ଲକ୍ଷଣ ନାହିଁ । ମୁଁ ପରବର୍ତ୍ତୀ ୧୦-୧୨ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ରହିଛି । ସଂକ୍ରମଣର ବିପଦକୁ ଦୟାକରି କମ୍ କରି ଦେଖନ୍ତୁ ନାହିଁ । ଆମେ ସମସ୍ତେ ଅସୁରକ୍ଷିତ ରହିଛୁ । ସମସ୍ତଙ୍କର ଯତ୍ନ ନିଅନ୍ତୁ । ଏହି ପୋଷ୍ଟ ପରେ ଶତାଧିକ ଲୋକ କଂଗ୍ରେସ ନେତା ସଞ୍ଜୟ ଝାଙ୍କୁ ଶୀଘ୍ର ସୁସ୍ଥ ହେବାର କାମନା କରିଥିଲେ ।