ଆର୍ଥିକ ପ୍ୟାକେଜକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
Advertisement
Article Detail0/zeeodisha/odisha681937

ଆର୍ଥିକ ପ୍ୟାକେଜକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ, ପରିବହନ, ଭିତ୍ତିଭୂମି ତଥା ମାର୍କେଟିଂ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ସୁବିଧା ପାଣ୍ଠି ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ସାରା ଦେଶରେ କୋରୋନା ସଙ୍କଟ ଦେଖାଦେଇଛି । ଏହି ସମୟରେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ପ୍ୟାକେଜ । ଯାହାକୁ ନେଇ ଗତ ୩ ଦିନ ଧରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ବିସ୍ତାରିତ ଭାବେ ବିବରଣୀ ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି(ଶୁକ୍ରବାର) ସେ କୃଷି ସମ୍ୱନ୍ଧୀୟ ବିଷୟକୁ ନେଇ ବିଭିନ୍ନ ଘୋଷଣା କରିଛନ୍ତି । ଯାହା ପରେ ବିରୋଧୀ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । 

କଂଗ୍ରେସ କହିଛି ଯେ, ମୋଦୀ ସରକାର ଆର୍ଥିକ ପ୍ୟାକେଜ୍ ନାଁରେ ବଜେଟ୍ ଯୋଜନା ଉପସ୍ଥାପନା କରୁଛନ୍ତି । ଆଉ ଏହି ପ୍ୟାକେଜ୍ କେବଳ '୧୩ ଶୂନ 'ବୋଲି ପ୍ରମାଣିତ ହୋଇଛି । ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏହା ମଧ୍ୟ ଦାବି କରିଛନ୍ତି ଯେ, ମୋଦୀ ସରକାରଙ୍କ ଏଜେଣ୍ଡାରେ କୃଷକ ଓ ଶ୍ରମିକମାନେ କୌଣସି ସ୍ଥାନରେ ନାହାଁନ୍ତି । ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ହେଉଛି ଜୁମଲା ଘୋଷଣାନାମା ପ୍ୟାକେଜ୍ । ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ କେବଳ '୧୩ ଶୂନ୍ୟ'ବୋଲି ପ୍ରମାଣିତ ହୋଇଛି ।

ସୁର୍ଜେୱାଲା ଅଭିଯୋଗ କରିଛନ୍ତି ଯେ, ଅର୍ଥ ମନ୍ତ୍ରୀ କେବଳ ଆର୍ଥିକ ପ୍ୟାକେଜ ନାଁରେ ବଜେଟ୍ ଯୋଜନା ସାମ୍ନାକୁ ରଖୁଛନ୍ତି । ଅର୍ଥନୈତିକ ପ୍ୟାକେଜ ଭାବରେ ବଜେଟ୍ ଯୋଜନା ଉପସ୍ଥାପନ କରିବା ଜାତୀୟ ସ୍ୱାର୍ଥ ସହିତ ଛଳନା ଅଟେ ।  ଗତ ୩ ଦିନ ମଧ୍ୟରେ ଅର୍ଥମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି, ତାହା କେବଳ ଋଣ ବିଷୟରେ ଆଲୋଚନା କରାଯାଇଛି । କୃଷକ ଓ ଶ୍ରମିକମାନଙ୍କୁ କୌଣସି ରିହାତି ମିଳି ନାହିଁ । କଷ୍ଟ ସମୟରେ ସେମାନଙ୍କୁ ଋଣ ଦେଇ ସରକାର ନିଜ ଦାୟିତ୍ୱରୁ ରକ୍ଷା ପାଇପାରିବେ କି ? 

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ, ପରିବହନ, ଭିତ୍ତିଭୂମି ତଥା ମାର୍କେଟିଂ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ସୁବିଧା ପାଣ୍ଠି ଘୋଷଣା କରିଛନ୍ତି ।

;