Advertisement
Article Detail0/zeeodisha/odisha681937
Zee OdishaOdisha National-Internationalଆର୍ଥିକ ପ୍ୟାକେଜକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଆର୍ଥିକ ପ୍ୟାକେଜକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ, ପରିବହନ, ଭିତ୍ତିଭୂମି ତଥା ମାର୍କେଟିଂ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ସୁବିଧା ପାଣ୍ଠି ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ସାରା ଦେଶରେ କୋରୋନା ସଙ୍କଟ ଦେଖାଦେଇଛି । ଏହି ସମୟରେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭର ଭାରତ ପ୍ୟାକେଜ । ଯାହାକୁ ନେଇ ଗତ ୩ ଦିନ ଧରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ବିସ୍ତାରିତ ଭାବେ ବିବରଣୀ ପ୍ରଦାନ କରୁଛନ୍ତି । ଏହି କ୍ରମରେ ଆଜି(ଶୁକ୍ରବାର) ସେ କୃଷି ସମ୍ୱନ୍ଧୀୟ ବିଷୟକୁ ନେଇ ବିଭିନ୍ନ ଘୋଷଣା କରିଛନ୍ତି । ଯାହା ପରେ ବିରୋଧୀ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । 

କଂଗ୍ରେସ କହିଛି ଯେ, ମୋଦୀ ସରକାର ଆର୍ଥିକ ପ୍ୟାକେଜ୍ ନାଁରେ ବଜେଟ୍ ଯୋଜନା ଉପସ୍ଥାପନା କରୁଛନ୍ତି । ଆଉ ଏହି ପ୍ୟାକେଜ୍ କେବଳ '୧୩ ଶୂନ 'ବୋଲି ପ୍ରମାଣିତ ହୋଇଛି । ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏହା ମଧ୍ୟ ଦାବି କରିଛନ୍ତି ଯେ, ମୋଦୀ ସରକାରଙ୍କ ଏଜେଣ୍ଡାରେ କୃଷକ ଓ ଶ୍ରମିକମାନେ କୌଣସି ସ୍ଥାନରେ ନାହାଁନ୍ତି । ଭିଡିଓ ଲିଙ୍କ୍ ମାଧ୍ୟମରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ହେଉଛି ଜୁମଲା ଘୋଷଣାନାମା ପ୍ୟାକେଜ୍ । ମୋଦୀ ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ କେବଳ '୧୩ ଶୂନ୍ୟ'ବୋଲି ପ୍ରମାଣିତ ହୋଇଛି ।

ସୁର୍ଜେୱାଲା ଅଭିଯୋଗ କରିଛନ୍ତି ଯେ, ଅର୍ଥ ମନ୍ତ୍ରୀ କେବଳ ଆର୍ଥିକ ପ୍ୟାକେଜ ନାଁରେ ବଜେଟ୍ ଯୋଜନା ସାମ୍ନାକୁ ରଖୁଛନ୍ତି । ଅର୍ଥନୈତିକ ପ୍ୟାକେଜ ଭାବରେ ବଜେଟ୍ ଯୋଜନା ଉପସ୍ଥାପନ କରିବା ଜାତୀୟ ସ୍ୱାର୍ଥ ସହିତ ଛଳନା ଅଟେ ।  ଗତ ୩ ଦିନ ମଧ୍ୟରେ ଅର୍ଥମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି, ତାହା କେବଳ ଋଣ ବିଷୟରେ ଆଲୋଚନା କରାଯାଇଛି । କୃଷକ ଓ ଶ୍ରମିକମାନଙ୍କୁ କୌଣସି ରିହାତି ମିଳି ନାହିଁ । କଷ୍ଟ ସମୟରେ ସେମାନଙ୍କୁ ଋଣ ଦେଇ ସରକାର ନିଜ ଦାୟିତ୍ୱରୁ ରକ୍ଷା ପାଇପାରିବେ କି ? 

Add Zee News as a Preferred Source

ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ, ପରିବହନ, ଭିତ୍ତିଭୂମି ତଥା ମାର୍କେଟିଂ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ସୁବିଧା ପାଣ୍ଠି ଘୋଷଣା କରିଛନ୍ତି ।

About the Author