ଭାରତର ନକ୍ସା ଭୁଲିଲା କଂଗ୍ରେସ, ପୋଷ୍ଟ କରି ସମାଲୋଚିତ
ଭାରତର ଭୁଲ ନକ୍ସା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିବାଦରେ କଂଗ୍ରେସ
Trending Photos
)
ନୂଆଦିଲ୍ଲୀ: ଭାରତର ଭୁଲ ନକ୍ସା ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିବାଦରେ କଂଗ୍ରେସ । ମହିଳା କଂଗ୍ରେସ ଦ୍ୱାରା କରାଯାଇଥିବା ଏହି ଟ୍ୱିଟକୁ ନେଇ ଦେଶବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯଦିଓ ଏପରି ସମାଲୋଚନାର ବାର୍ତ୍ତା ଦେଖି ମହିଳା କଂଗ୍ରେସ ତାର ଟ୍ୱିଟର ପେଜରୁ ଉକ୍ତ ପୋଷ୍ଟକୁ ଡ଼ିଲିଟ କରିଦେଇଛି ।
ମିଳିଥିବା ସୂଚନା ମୁତାବକ କଂଗ୍ରେସର ମହିଳା ଓ୍ୱିଂଗ ସର୍ବଭାରତୀୟ ମହିଳା କଂଗ୍ରେସ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଭାରତର ଏକ ନକ୍ସା ପୋଷ୍ଟ କରିଥିଲେ । ଯେଉଁଥିଲେ ଜମ୍ମୁ କାଶ୍ମୀର ଏବଂ ଲଦାଖ ହିଁ ନଥିଲା । ଯାହାକୁ ନେଇ ବେଶ ସମାଲୋଚନାର ଶିକାର ହୋଇଥିବା କଂଗ୍ରେସ । ଟ୍ୱିଟର ହ୍ୟାଣ୍ଡେଲରେ ପ୍ରବଳ ସମାଲୋଚନାର ଶିକାର ହେବା ପରେ ମହିଳା କଂଗ୍ରେସ ଉକ୍ତ ପୋଷ୍ଟକୁ ଡିଲିଟ କରିଦେଇଥିଲେ ।
ସେହିପରି ଉକ୍ତ ପୋଷ୍ଟରେ ଉତ୍ତରପ୍ରଦେଶ ସରକାରଙ୍କ ସମ୍ପର୍କରେ ସମାଲୋଚନା କରାଯାଇଥିଲା । ଗତ 19 ତାରିଖରେ ସିଏଏକୁ ନେଇ ହୋଇଥିବା ହିଂସା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଏହା ସହିତ ହିନ୍ଦୀର ଏକ କବିତାର ଉଦାହରଣ ଦିଆଯାଇ ରାଜ୍ୟ ସରକାରଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ନେଇ ଜଣାପଡ଼ିଛି । ଏହା ସହିତ ଉକ୍ତ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ କାର୍ଟୁନକୁ ମଧ୍ୟ ଉକ୍ତ ପୋଷ୍ଟରେ ଉପସ୍ଥାପିତ କରାଯାଇଥିବା ଜଣାପଡ଼ିଛି ।