)
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରି ୨୦ ଲକ୍ଷ କୋଟି ପ୍ୟାକେଜ ଘୋଷଣା କରିଛନ୍ତି । ଏହା ସହିତ ସେ ଲକଡାଉନ୍ 4.0 ବିଷୟରେ ମଧ୍ୟ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦ ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ 'ଆତ୍ମ ନିର୍ଭର ଭାରତ ଅଭିଯାନ' ପାଇଁ ଏକ ନୂତନ ଦିଗ ପ୍ରଦାନ କରିବ । ଏହା ସହିତ ସେ କହିଛନ୍ତି ଯେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟ ହେବ । କିନ୍ତୁ ଏହାକୁ ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଲାଗୁ କରାଯିବ । ଏଥିପାଇଁ ନୂତନ ନିୟମ ସ୍ଥିର ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ୱୋଧନ ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
1/2
मा. मोदी जी,आपने सम्बोधन से मीडिया को ख़बर बनाने को “हेडलाइन” तो दे दी पर देश को “मदद की हेल्पलाइन” का इंतज़ार है।
वादे से हक़ीक़त तक का सफ़र पूरा होने का इंतज़ार रहेगा।
— Randeep Singh Surjewala (@rssurjewala) May 12, 2020
କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଟ୍ୱିଟ୍ କରି କହିଛନ୍ତି, ମାନ୍ୟବର ମୋଦୀ ଜୀ, ଆପଣ ସମ୍ୱୋଧନରୁ ଗଣମାଧ୍ୟମକୁ ଖବର କରିବା ପାଇଁ 'ହେଡଲାଇନ୍' ଦେଇଛନ୍ତି, କିନ୍ତୁ ଦେଶ' ହେଲ୍ପ ହେଲ୍ପଲାଇନ'କୁ ଅପେକ୍ଷା କରିଛି । ପ୍ରତିଶୃତି ଠାରୁ ବାସ୍ତବତା ପର୍ଯ୍ୟନ୍ତ ଯାତ୍ରାର ଅପେକ୍ଷା ରହିବ ।
2/2
मा. मोदी जी,घर वापसी करते लाखों प्रवासी मज़दूर भाईयों को राहत, घाव पर मरहम, आर्थिक सहायता व सुरक्षित घर लौटने की मदद पहली ज़रूरत है।
उम्मीद थी आज आप इसकी घोषणा करेंगे।
देश राष्ट्रनिर्माता मज़दूरों व श्रमिकों के प्रति आपकी निठुरता व असवेंदनशीलता से निराश है।
— Randeep Singh Surjewala (@rssurjewala) May 12, 2020
ଏହା ବ୍ୟତୀତ ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ' ଘରକୁ ଫେରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଭାଇଙ୍କ ରିଲିଫ, କ୍ଷତ ଆରୋଗ୍ୟ, ଆର୍ଥିକ ସହାୟତା ଏବଂ ନିରାପଦରେ ଘରକୁ ଫେରିବାରେ ସାହାଯ୍ୟ ପ୍ରଥମେ ଆବଶ୍ୟକତା ରହିଛି । ଆଶା କରୁଥିଲି ଆପଣ ଆଜି ଏହାକୁ ଘୋଷଣା କରିବେ । ଦେଶ ନିର୍ମାଣକାରୀ ଶ୍ରମିକ ଓ ଶ୍ରମିକମାନଙ୍କ ପ୍ରତି ଆପଣଙ୍କ ନିଷ୍ଠୁରତା ଏବଂ ଅସମ୍ବେଦନଶୀଳତା ଯୋଗୁଁ ଦେଶ ନିରାଶ ହୋଇଛି ।