ମନ୍ଦିର ନିର୍ମାଣ: ଏହି ତାରିଖରୁ ଚାନ୍ଦା ଅଭିଯାନ ଚଳାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ
Advertisement

ମନ୍ଦିର ନିର୍ମାଣ: ଏହି ତାରିଖରୁ ଚାନ୍ଦା ଅଭିଯାନ ଚଳାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ

ମନ୍ଦିର ନିର୍ମାଣ ଲାଗି ଆଗାମୀ ଦିନରେ ଚାନ୍ଦା ଅଭିଯାନ ଚଳାଇବାକୁ ଯୋଜନା କରିଛି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ।

ମନ୍ଦିର ନିର୍ମାଣ: ଏହି ତାରିଖରୁ ଚାନ୍ଦା ଅଭିଯାନ ଚଳାଇବ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ

ବେଙ୍ଗାଲୁରୁ: ଧର୍ମନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ଲାଗି ଶନିବାର ଆୟୋଜିତ ହୋଇଥିବା ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ଯାହା ମଧ୍ୟରେ ରହିଛି ମନ୍ଦିରର ମଡେଲ, ନିର୍ମାଣ ସମୟ, ଆନୁମାନିକ ମୂଲ୍ୟ ଏବଂ ଭୂମି ପୂଜନ । ଏହା ସହିତ ମନ୍ଦିରର ନିର୍ମାଣ ଲାଗି ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ନ୍ୟାସ ପକ୍ଷରୁ ୨୫ ନଭେମ୍ବରରୁ  ୨୫ ଡିସେମ୍ବର ପର୍ଯ୍ୟନ୍ତ ପ୍ରାୟ ମାସେ ଧରି ଦେଶବ୍ୟାପୀ ଏକ ବୃହତ ଅର୍ଥ ସଂଗ୍ରହ ଅଭିଯାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାମୀ ବିଶ୍ୱପ୍ରସନ୍ନ ତିର୍ଥ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାମ ଜନ୍ମଭୋମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟଙ୍କ ସହ ସାକ୍ଷାତ କରିବା ପରେ ଏକ ଭିଡିଓ ବାର୍ତ୍ତା ଦେଇ ଏହି ସୂଚନା ଦେଇଛନ୍ତି।

ସ୍ୱାମୀ ତୀର୍ଥଙ୍କ କହିବା ଅନୁସାରେ, ମନ୍ଦିର ନିର୍ମାଣର ଆନୁମାନିକ ମୂଲ୍ୟ ୩୦୦ କୋଟି ଟଙ୍କା ହୋଇଥିବାବେଳେ, ମନ୍ଦିର ଚର୍ତୁପାର୍ଶ୍ୱରେ ଥିବା ୨୦ ଏକର ଜମିର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ଆବଶ୍ୟକ । ରାମ ମନ୍ଦିରର ଉଚ୍ଚତା ଏବଂ ଆକାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ, ସେବେଠାରୁ ପ୍ରାୟ ସାଢେ ତିନି ବର୍ଷ ସମୟ ଏହାକୁ ଶେଷ କରିବାକୁ ଲାଗିବ। ଏହା ବ୍ୟତୀତ ମନ୍ଦିର ନିର୍ମାଣ ପାଇଁ ସମାଜରୁ ପାଣ୍ଠି ସଂଗ୍ରହ କରାଯିବ।

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି ପ୍ରସ୍ତାବିତ ରାମ ମନ୍ଦିର ମଡେଲର ଉଚ୍ଚତା ୧୨୮ଫୁଟ, ଯାହାକୁ ୧୬୧ ଫୁଟ ଉଚ୍ଚକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ଗର୍ଭଗୃହ ପରିସରରେ ୫ଟି ଗମ୍ବୁଜ ନିର୍ମାଣ କରାଯିବ, ଯେତେବେଳେ କି ପ୍ରଥମେ ୩ଟି ଗମ୍ବୁଜ ନିର୍ମାଣ କରିବାକୁ ଯୋଜନା ରହିଥିଲା। ରାମ ମନ୍ଦିରର ତଳ ମହଲାର ପଥର ଖୋଦନ କାର୍ଯ୍ୟ ଶେଷ ହୋଇଛି। ଏଠାରେ ସିଂହଦ୍ୱାର, ଗର୍ଭଗୃହ, ନୃତ୍ୟଦ୍ୱାର, ରଙ୍ଗମଣ୍ଡପ ରହିବ। ପ୍ରଥମ ମହଲାରେ ରାମଙ୍କ ଦରବାରକୁ ସ୍ଥାନ ଦିଆଯିବ । କେବଳ ଏତିକି ନୁହେଁ, ପ୍ରସ୍ତାବିତ ରାମ ମନ୍ଦିରର ମଡେଲ ଅନୁଯାୟୀ, ମନ୍ଦିରରେ ୨୪ଟି ଫ୍ରେମ୍ ରହିବ, ଯାହା ମାର୍ବଲରେ ନିର୍ମିତ ହେବ। ରାଜସ୍ଥାନର ମାକରାନାରୁ ଏହି ମାର୍ବଲ ପଥର ଅଣାଯିବ । 

ପ୍ରସ୍ତାବିତ ରାମ ମନ୍ଦିରର ଲମ୍ବ ୨୬୮ ଫୁଟ, ମୋଟେଇ ୧୪୦ ଫୁଟ ଏବଂ ଉଚ୍ଚତା ୧୨୮ ଫୁଟ ସ୍ଥିର କରାଯାଇଛି। ଏହା ବ୍ୟତୀତ ମନ୍ଦିରରେ ୨୧୨ ସ୍ତମ୍ଭ ରହିବ । ସେଥିମଧ୍ୟରୁ ପ୍ରଥମ ମହଲାରେ ୧୦୬ ଦ୍ୱିତୀୟ ମହଲାରେ ୧୦୬ ସ୍ତମ୍ଭ ନିର୍ମାଣ ହେବ।  ପ୍ରତ୍ୟେକ ସ୍ତମ୍ଭରେ ୧୬ଟି ପ୍ରତିମା ରହିବ ଏବଂ ମନ୍ଦିରରେ ଦୁଇଟି ଚଉରା ରହିବ । 

ରାମ ମନ୍ଦିର ପରିସରରେ ୪୫ ଏକର ଜମିରେ ରାମକଥା କୁଞ୍ଜ ନିର୍ମାଣ କରାଯିବ। ଏଠାରେ ୧୨୫ ମୂର୍ତ୍ତି ପ୍ରଭୁ ରାମଙ୍କ ଜୀବନ ସମୟରୁ ନିର୍ମିତ ହେବ । ଜନ୍ମ ଠାରୁ ଆରମ୍ଭ କରି ଲଙ୍କା ଏବଂ ସିଂହାସନ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହା ବ୍ୟତୀତ ଧର୍ମଶାଳା ଏବଂ ଗୋଶାଳା ମଧ୍ୟ ନିର୍ମାଣ ହେବ ।