)
Ayodhya Ram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହିତ ଜଡିତ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁରୁ ଏନେଇ ସୂଚନା ଦିଆଯାଇଛି । ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଗୋଟିଏ ବର୍ଷରୁ ଅଧିକ ସମୟ ପରେ ମନ୍ଦିରର ଛୋଟମୋଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜାନୁଆରୀ ୨୨, ୨୦୨୪ ରେ ରାମ ମନ୍ଦିର ଉଦଘାଟନ କରାଯାଇଥିଲା ହେଲେ ସେତେବେଳେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନଥିଲା।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଛି । ସୂଚନାରେ କୁହାଯାଇଛି ଯେ, ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନଙ୍କୁ ଖୁସିର ସହ ଆମେ ଜଣାଉଛୁ ଯେ, ମନ୍ଦିର ନିର୍ମାଣ ସମାପ୍ତ ହୋଇଛି। ଏଥିରେ ମୁଖ୍ୟ ମନ୍ଦିର ଏବଂ କମ୍ପ୍ଲେକ୍ସ ମଧ୍ୟରେ ଥିବା ମହାଦେବ, ଗଣେଶ, ହନୁମାନ, ସୂର୍ଯ୍ୟଦେବ, ମା ଭଗବତୀ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଛଅଟି ମନ୍ଦିର, ଏବଂ ଶେଷାବତାର ମନ୍ଦିର ଅନ୍ତର୍ଭୁକ୍ତ ରହିଛି। ସମସ୍ତ ପାର୍ଶ୍ୱ ଦେବତାଙ୍କ ମନ୍ଦିରଗୁଡ଼ିକରେ ପତାକା ଏବଂ କଳଶ ସ୍ଥାପନ କରାଯାଇଛି।
ଋଷି ବାଲ୍ମୀକି, ବଶିଷ୍ଠ, ବିଶ୍ୱାମିତ୍ର, ଅଗସ୍ତ୍ୟ, ନିଷାଦରାଜ, ଶବରୀ ଏବଂ ଦେବୀ ଅହଲ୍ୟାଙ୍କ ଉଦ୍ଦେଶ୍ୟରେ ସମର୍ପିତ ସାତଟି ମଣ୍ଡପ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ସନ୍ଥ ତୁଳସୀଦାସ ମନ୍ଦିର ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଜଟାୟୁ ଏବଂ ଗିଚାଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ବ୍ୟାପକ ସୁବିଧା ସହିତ ଜଡିତ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି। ବର୍ତ୍ତମାନ L&T ରାସ୍ତା ନିର୍ମାଣ ଏବଂ ପଥର ପାଚେରି କାର୍ଯ୍ୟ କରୁଛି, ସେହିପରି GMR ଦ୍ରୁତ ଗତିରେ 10 ଏକର ଜମିରେ ସବୁଜିମା ଏବଂ ପଞ୍ଚବଟୀ ବିକାଶ ଉପରେ କାମ କରୁଛି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କେବଳ ସେହି କାର୍ଯ୍ୟ ଚାଲିଛି ଯାହା ସିଧାସଳଖ ଜନସାଧାରଣଙ୍କ ସହିତ ଜଡିତ ନୁହେଁ । ଯେପରିକି 3.5 କିଲୋମିଟର ଲମ୍ବା ସୀମା ପ୍ରାଚୀର, ଟ୍ରଷ୍ଟ କାର୍ଯ୍ୟାଳୟ, ଅତିଥି ଗୃହ, ଅଡିଟୋରିୟମ୍ ଇତ୍ୟାଦି ।
सभी श्रीरामभक्तों को यह जानकारी देते हुए हर्ष हो रहा है कि मंदिर निर्माण सबंधी सभी कार्य पूर्ण हो गए हैं अर्थात- मुख्य मंदिर, परकोटा के ६ मंदिर - भगवान शिव, भगवान गणेश, भगवान हनुमान, सूर्यदेव, देवी भगवती, देवी अन्नपूर्णा तथा शेषावतार मंदिर भी पूर्ण हो चुके हैं। इन पर ध्वजदण्ड एवं…
— Shri Ram Janmbhoomi Teerth Kshetra (@ShriRamTeerth) October 27, 2025