ବିବାଦୀୟ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ

ବିବାଦୀୟ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫଙ୍କୁ ଅନୁଗୋଳ ହଣ୍ଡପା ଅଞ୍ଚଳରୁ ଗିରଫ କରାଯାଇଛି |

ବିବାଦୀୟ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଗିରଫ

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ବିବାଦୀୟ ହୋଇ ପଡିଥିବା ସୁନ୍ଦରଗଡ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଅନୁଗୁଳ ହଣ୍ଡପା ଅଞ୍ଚଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ | ସେ ସ୍ଥାନୀୟ ଅଞ୍ଚଳର ଏକ ଜଙ୍ଗଲରେ ଲୁଚି ରହିଥିବାର ଜଣାପଡିବା ପରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି | 

ଆଇଆଇସିଙ୍କ ଗିରଫଦାରୀ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ | ପ୍ରଥମେ ଏ ମାମଲାରେ ପୋଲିସ ଡିଜି  ବିବାଦୀୟ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ | ଏନେଇ ଡିଜିପିଙ୍କ ପକ୍ଷରୁ କୁହାଯାଇଥିଲା ସୁନ୍ଦରଗଡ ଜିଲ୍ଲା ରାଇବଗା ଠାରେ ଘଟିଥିବା ଦୁଷ୍କର୍ମ ଘଟଣାରେ ବିବାଦୀୟ ଆଇଆଇସିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି | ପୀଡିତାଙ୍କୁ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ |

ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଏବଂ ଡାକ୍ତରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ରାଏବଗା ଥାନାରେ ମାମଲା ରୁଜୁ ହୋଇଥିଲା | ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଡିଜିପି ଏ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି | ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଏହି ଘଟଣାର ତଦନ୍ତ କରୁଛି |