ଦରଗାହ ପାଖରେ ହନୁମାନ ମୂର୍ତ୍ତି ଲଗାଇବାକୁ ନେଇ ବିବାଦ; ୧୪୪ ଧାରା ଜାରି
Advertisement

ଦରଗାହ ପାଖରେ ହନୁମାନ ମୂର୍ତ୍ତି ଲଗାଇବାକୁ ନେଇ ବିବାଦ; ୧୪୪ ଧାରା ଜାରି

ନିମୁଚ ସହର ପୁରୁଣା କଚେରୀ ଅଞ୍ଚଳରେ  ରହିଥିବା  ଦରଗାହ ପାଖରେ ହନୁମାନ  ମୂର୍ତ୍ତି ଲଗାଇବାକୁ ନେଇ  ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେବା ସହ ପଥର ମାଡ଼  ହୋଇଥିଲା।

ଦରଗାହ ପାଖରେ ହନୁମାନ ମୂର୍ତ୍ତି ଲଗାଇବାକୁ ନେଇ ବିବାଦ;  ୧୪୪  ଧାରା ଜାରି

Controversy  for  Hanuman Idol: ଦରଗାହ ପାଖରେ ହନୁମାନ  ମୂର୍ତ୍ତି ଲଗାଇବାକୁ ନେଇ  ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଛି  ହିଂସାତ୍ମକ ସଂଘର୍ଷ।  ଏପରିକି  ଏହି  ଘଟଣାକୁ  ଉଭୟ ପକ୍ଷ ମଧ୍ୟରେ ପଥର ମାଡ଼ ମଧ୍ୟ ହୋଇଛି। ମଧ୍ୟ ପ୍ରଦେଶ ନିମଚ ସହରରେ ଘଟିଯାଇଛି ଏଭଳି ଘଟଣା। ପରିସ୍ଥିତିକୁ ନଜରରେ ରଖି ସହରରେ ୧୪୪ ଧାରା ଜାରି କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି।  

ନିମୁଚ ସହର ପୁରୁଣା କଚେରୀ ଅଞ୍ଚଳରେ  ରହିଥିବା  ଦରଗାହ ପାଖରେ ହନୁମାନ  ମୂର୍ତ୍ତି ଲଗାଇବାକୁ ନେଇ  ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେବା ସହ ପଥର ମାଡ଼  ହୋଇଥିଲା। ଏହି  ଘଟଣାରେ ଅନେକ ଗାଡି଼  ଭଙ୍ଗାରୁଜା କରାଯାଇଥିବାର ଖବର ମିଳିଛି।  ହିଂସାକାଣ୍ଡ ପରେ ଘଟଣାସ୍ଥଳରେ ଭାରୀମାତ୍ରାରେ ପୋଲିସ ବଳ ମୁତୟନ  କରାଯାଇଛି।  

ହିଂସାତ୍ମକ ପରିସ୍ଥିତିକୁ ମୁକାବିଲା କରିବାକୁ ଯାଇ  ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଗୁଳି ଚାଳନା କରିଛି। ଲୋକ ଭିଡ଼କୁ ହଟାଇବା ପାଇଁ ପୋଲିସ  ବଳ ପ୍ରୟୋଗ କରିଛି। ସମଗ୍ର ଅଞ୍ଚଳରେ ପ୍ରଶାସନ  ୧୪୪ ଧାରା ଲଗାଇବାକୁ ଆଦେଶ ଜାରି କରିଛି। ଏଠାରେ ଲୋକଙ୍କ ଏକାଠି ହେବା ଉପରେ  ପ୍ରତିବନ୍ଧକ ଲଗାଯାଇଛି। 

Also Read: ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ

ହିଂସାତ୍ମକ  ଘଟଣାରେ ପ୍ରତିକ୍ରିୟା ରଖି ନିମଚ ଏସପି କହିଛନ୍ତି କେତେକ ଲୋକ  ଏକ ଦରଗାହ ପାଖରେ  ହନୁମାନ  ମୂର୍ତ୍ତି ରଖି ଦେଇଥିଲେ।  ଯାହାକୁ ନେଇ  ସହରର କଚେରୀ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ  ହୋଇଥିଲା। ସଂଘର୍ଷ ବେଳେ କିଛି ଲୋକ ପଥର ମାଡ଼ କରିଥିଲେ।   ଯାହା ଦ୍ୱାରା  ତିନି ଚାରୋଟି ଗାଡି  କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାରେ  କୌଣସି  ଲୋକ ଆହତ ହୋଇନାହାଁନ୍ତି।   ଏଠାରେ ପର୍ଯ୍ୟାପ୍ତ ମାତ୍ରାରେ  ପୋଲିସ ବଳ ମୁତୟନ କରାଯାଇଛି।