corona alert: ପୁଣି ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କୋରୋନା ଆକ୍ରାନ୍ତ
Advertisement

corona alert: ପୁଣି ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କୋରୋନା ଆକ୍ରାନ୍ତ

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଅସଲମ ଶେଖ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।     

corona alert: ପୁଣି ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ: ଦେଶର କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ଏହି ବିଶ୍ୱ ମହାମାରୀର ପ୍ରଭାବରୁ ରାଜ୍ୟର ସ୍ଥିତି ବିପଦପୂର୍ଣ୍ଣ ହୋଇଉଠିଛି । ସରକାରୀ କଳ ସହ ଜଡିତ ଥିବା ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର କବଳରେ ରହିଛନ୍ତି । ଏବେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଅସଲମ ଶେଖ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।     

ରାଜ୍ୟର ଟେକ୍ସଟାଇଲ, ବନ୍ଦର, ମତ୍ସ୍ୟ ବିଭାଗର ମନ୍ତ୍ରୀ ଅଛନ୍ତି ଶେଖ । ସେ ରାଜଧାନୀ ମୁମ୍ବାଇର ମାଲଦ ପଶ୍ଚିମ ନିର୍ବାଚନମଣ୍ଡଳୀରୁ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କୁ ମିଶାଇ ରାଜ୍ୟ ସରକାରଙ୍କ ମୋଟ ୪ ଜଣ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି ।        

କୋରୋନା ପଜିଟଭ ସମ୍ପର୍କିତ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରର ଲୋକଙ୍କ ସେବା କରିବା ପାଇଁ ସେ ଘରୁ କାମ ଜାରି ରଖିବେ । ଯେଉଁମାନେ ତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛନ୍ତି ସେମାନେ ନିଜକୁ ପରୀକ୍ଷା କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏନେଇ ଟ୍ୱିଟ ସେ କହିଛନ୍ତି, ''ମୁଁ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ମୁଁ ନିଜକୁ ଅଲଗା କରୁଛି। ମୁଁ ମୋ ରାଜ୍ୟର ଲୋକଙ୍କ ସେବା କରିବା ପାଇଁ ଘରୁ କାମ ଜାରି ରଖିବି । ''

ଏହା ପୂର୍ବରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଜିତେନ୍ଦ୍ର ଆହାଡ, ଅଶୋକ ଚଭନ ଏବଂ ଧନଞ୍ଜୟ ମୁଣ୍ଡେ ପ୍ରମୁଖ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା ।