)
ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା। ଦିନକୁ ଦିନ ଲୋକଙ୍କ ସଚେତନ କାରଣରୁ ହେଉ ଉଲ୍ଲେଖନୀୟ ପଦକ୍ଷେପ ହେଉ, ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ତୁଳନାତ୍ମକ ଭାବେ ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମୋଟ ୯୫୪ ମାମଲା ସାମ୍ନାକୁ ଆସିଛି। ଫଳରେ ଦିଲ୍ଲୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୭୪୭ରେ ପହଞ୍ଚିଛି।
ସେହିପରି ୨୪ ଘଣ୍ଟା ମଧ୍ୟରେ ୧୭୮୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଫଳରେ ମୋଟ ୧,୦୪,୯୧୮ ଜଣ କୋରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୬୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମୋଟ ୧୫,୧୬୬ ଜଣ ଚିକିତ୍ସାଧିନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୧୭୭ RT-PCR ଟେଷ୍ଟ ଓ ୭୨୯୩ ରାପିଡ଼୍ ଆଣ୍ଟିଜେନ ଟେଷ୍ଟ ହୋଇଛି। ଯାହା ଏକ ଆଶ୍ୱସ୍ତିକର ଖବର। ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୪୭୦ଟି ଟେଷ୍ଟ ହୋଇଛି। ମୋଟ ଟେଷ୍ଟ ସଂଖ୍ୟା ୮,୩୦,୪୫୯।
ସେପଟେ ବର୍ତ୍ତମାନ ମୋଟ ୮୩୭୯ ଜଣ କୋରୋନା ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି। ଦିଲ୍ଲୀରେ ୮୪.୭୮ ପ୍ରତିଶତରେ କୋରୋନା ରୋଗୀ ସୁସ୍ଥ ହେଉଛନ୍ତି। ସେହି ଅନୁପାତରେ ୨.୯୬ ପ୍ରତିଶତରେ କୋରୋନା ରୋଗୀଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି।