ଦିଲ୍ଲୀରେ ୧୪ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha686378

ଦିଲ୍ଲୀରେ ୧୪ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଅନ୍ୟପକ୍ଷେ ଲକଡାଉନ୍ ସତ୍ତ୍ୱେ ଦେଶରେ କୋରୋନା ଭୂତାଣୁଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାରରୁ ଅଧିକ ପହଞ୍ଚିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ମେ ୨୫ ସୋମବାର ଦେଶରେ ସର୍ବାଧିକ ସଂଖ୍ୟକ କୋଭିଡ-19 ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୯୭୭ ନୂତନ ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମଣ ମାମଲା ୧ ଲକ୍ଷ ୩୮ ହଜାର ୮୪୫କୁ ବୃଦ୍ଧି ପାଇଛି । 

ଦିଲ୍ଲୀରେ ୧୪ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । କୋରୋନା ସଂକ୍ରମିତ ମାମଲା ଏଠାରେ ୧୪,୦୫୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୩୫ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୨୩୧ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।  ଫଳରେ ଦିଲ୍ଲୀରେ ବର୍ତ୍ତମାନ ଯାଏ ମୋଟ ୬୭୭୧ କୋରୋନା ସଂକ୍ରମିତ ଆରୋଗ୍ୟ / ଡିସଚାର୍ଜ / ସ୍ଥାନାନ୍ତରିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ମୃତ୍ୟୁ ଖବର ଆସି ନାହିଁ । ବର୍ତ୍ତମାନ ଦିଲ୍ଲୀରେ ୭,୦୦୬ କୋରୋନାର ସକ୍ରିୟ ମାମଲା ରହିଛି । ଏଠାରେ ସୁସ୍ଥ ହେବା ହାର ୪୮.୧୮ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୯୨ ପ୍ରତିଶତ ରହିଛି । 

ଅନ୍ୟପକ୍ଷେ ଲକଡାଉନ୍ ସତ୍ତ୍ୱେ ଦେଶରେ କୋରୋନା ଭୂତାଣୁଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାରରୁ ଅଧିକ ପହଞ୍ଚିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ମେ ୨୫ ସୋମବାର ଦେଶରେ ସର୍ବାଧିକ ସଂଖ୍ୟକ କୋଭିଡ-19 ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬,୯୭୭ ନୂତନ ମାମଲା ଆସିବା ପରେ ଦେଶରେ ମୋଟ ସଂକ୍ରମଣ ମାମଲା ୧ ଲକ୍ଷ ୩୮ ହଜାର ୮୪୫କୁ ବୃଦ୍ଧି ପାଇଛି । ଏହାସହ ଏହି ମହାମାରୀ ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୪ ହଜାର ୨୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ସଂଖ୍ୟକ ନୂତନ ମାମଲା ଚିହ୍ନଟ କରାଯାଇଛି । ଏହାପୂର୍ବରୁ ରବିବାର ୬,୭୬୭ ନୂତନ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ।

;