Advertisement
Article Detail0/zeeodisha/odisha2777187
Zee OdishaOdisha National-InternationalCorona cases: ସାରା ଦେଶରେ ତାଣ୍ଡବ ରଚାଇଲାଣି କୋରୋନା, ୧୨ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

Corona cases: ସାରା ଦେଶରେ ତାଣ୍ଡବ ରଚାଇଲାଣି କୋରୋନା, ୧୨ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

Corona cases in india: ଦେଶରେ କୋରୋନା ଭାଇରସର ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। କୋଭିଡ୍ ମାମଲା ବୃଦ୍ଧି ପାଇବା ସହିତ, ସ୍ୱାସ୍ଥ୍ୟ ବିଭାଗ ସତର୍କ ମଧ୍ୟ ହୋଇଛି। ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୧୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

 

Corona cases in india
Corona cases in india

Corona cases in india: ଦେଶରେ କୋରୋନା ଭାଇରସର ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। କୋଭିଡ୍ ମାମଲା ବୃଦ୍ଧି ପାଇବା ସହିତ, ସ୍ୱାସ୍ଥ୍ୟ ବିଭାଗ ସତର୍କ ମଧ୍ୟ ହୋଇଛି। ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୧୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଏବଂ କେରଳରେ ସର୍ବାଧିକ ସକ୍ରିୟ ମାମଲା ଦେଖାଯାଉଛି। ଏକ ଚାରି ମାସର ଝିଅ କୋଭିଡ୍ ପଜିଟିଭ୍ ଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରାଜ୍ୟୱାରୀ ତଥ୍ୟ ଅନୁଯାୟୀ, କେରଳ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କରୋନାଭାଇରସ୍ ମାମଲା ବୃଦ୍ଧି ପାଇଛି। କେରଳରେ ୪୩୦ ମାମଲା ରିପୋର୍ଟ ହୋଇଛି, ଯାହା ମଧ୍ୟରୁ ୩୩୫ ଟି ନୂଆ ମାମଲା। ଏହି ସମୟରେ ମହାରାଷ୍ଟ୍ରରେ ୧୫୪ ଟି ନୂତନ ସଂକ୍ରମଣ ସହିତ ୨୧୦ ଟି ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀ ୯୯ ଟି ନୂତନ ମାମଲା ସହିତ ତୃତୀୟ ସ୍ଥାନରେ ଅଛି> ଯାହା ମୋଟ ମାମଲା ସଂଖ୍ୟା ୧୦୪ କୁ ପହଞ୍ଚାଇଛି। ଗୁଜୁରାଟ, କର୍ଣ୍ଣାଟକ, ହରିୟାଣା, ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଛି।

ବୁଧବାର ଦିନ ଓଡ଼ିଶାରେ ପାଞ୍ଚଟି ନୂଆ କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି। ଏହା ରାଜ୍ୟରେ ସଂକ୍ରମଣ ଫେରିବା ନେଇ ଚିନ୍ତା ସୃଷ୍ଟି କରିଛି। ସରକାରୀ ସୂତ୍ର ଅନୁସାରେ ନୂଆ କରି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ଭୁବନେଶ୍ୱରର ବାସିନ୍ଦା। ଯେତେବେଳେ କି ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ମାମଲା ରିପୋର୍ଟ ହୋଇଛି।

Add Zee News as a Preferred Source

WHO ର ନୂତନ ତଥ୍ୟ ଅନୁଯାୟୀ ଏହି ସମୟରେ ଭାରତ ସମେତ ୨୦ ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଛି। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ହଠାତ୍ ଏପରି କଣ ହେଲା ଯେ ଭାଇରସର ମାମଲା ଦ୍ରୁତ ଗତିରେ। ଏଥର କରୋନାର ଭାରିଏଣ୍ଟରେ JN.1, BA.2.86 ମାମଲା ବୃଦ୍ଧି ପାଉଛି। ଅର୍ଥାତ୍ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାର କ୍ଷମତା ରଖିଛି। କିନ୍ତୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ICMR ପକ୍ଷରୁ କୌଣସି ନିଶ୍ଚିତକରଣ ହୋଇନାହିଁ ଯେ ଏହି ଭାରିଆଣ୍ଟଗୁଡ଼ିକ ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ।

About the Author