କୋରୋନା ମୁକାବିଲା: ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଜାରି ରହିବ ଲକ ଡାଉନ

ମହାରାଷ୍ଟ୍ରରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ସମ୍ପ୍ରସାରିତ କରାଯାଇଛି |

କୋରୋନା ମୁକାବିଲା: ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଜାରି ରହିବ ଲକ ଡାଉନ

ମୁମ୍ବାଇ: ଦେଶରେ ବର୍ତ୍ତମାନ କୋରୋନା ସଂକଟ ଜାରି ରହିଥିବା ବେଳେ ଏହା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟଙ୍କ ତାଲିକାରେ ରହିଛି ମହାରାଷ୍ଟ୍ର | ଏଠାରେ କୋଭିଡ୧୯ ଜନିତ ସ୍ଥିତି ଅତି ଦୟନୀୟ ହୋଇପଡିଛି | ଏହି ବିଶ୍ୱ ମହାମାରୀର ମୁକାବିଲା ଲାଗି ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଲକ ଡାଉନ ଅବଧିକୁ ସମ୍ପ୍ରସାରଣ କରାଯାଇଛି | 

ଜୁନ ୨୯ ତାରିଖ ସୋମବାର ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି | ରାଜ୍ୟରେ ଲକ ଡାଉନ ଜାରି ହେବା ବେଳେ ଲାଗୁ ହୋଇଥିବା ଏବଂ ଲୋକଙ୍କୁ ଦିଆଯାଇଥିବା ଆଶ୍ୱସ୍ତି ସମ୍ପର୍କିତ ନିୟମକୁ ଆଗାମୀ ମାସ ଶେଷ ପର୍ଯ୍ୟାନ୍ତ ପୂର୍ବ ଭଳି କାର୍ଯ୍ୟକାରୀ କରାଯିବ | 

କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯିବ | ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ  ସମସ୍ତ ଗତିବିଧିକୁ ବନ୍ଦ କରାଯିବ | କେବଳ ଡାକ୍ତରୀଦଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱରେ ଥିବା ଲୋକଙ୍କୁ ଏଠାକୁ ଯିବା ଆସିବା  କରିବା ପାଇଁ ଅନୁମତି ପ୍ରଦାନ କରାଯିବ |

'ମିଶନ ବିଗିନିଙ୍ଗ ଏଗେନ'(Mission Begin Again) ଅଭିଯାନ ମାଧ୍ୟମରେ ଦୋକୋନ ବଜାର, ଯାନବାହାନ ଚଳାଚଳ ଏବଂ ଅତ୍ୟାବଶ୍ୟକ ସେବାରେ ଜଡିତ ଥିବା କର୍ମଚାରୀଙ୍କ ପାଇଁ ଟ୍ରେନ ସେବାକୁ ଚାଲୁ କରାଯାଇଛି | ଏହା ସହିତ ସୀମିତ କର୍ମଚାରୀଙ୍କୁ ନେଇ ଘରୋଇ ଏବଂ ସରକାରୀ କାର୍ଯ୍ୟାଳୟ ପରିଚାଳିତ ହେବ |

ରାଜ୍ୟରେ କୋରୋନା ମାମଲା ବଢି ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଦିନ ଗୁରୁତର କୋଭିଡ୧୯ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା 'ପ୍ରୋଜେକ୍ଟ ପ୍ଲାଟିନା ୱାର୍ଲ୍ଡ’ ବିଶ୍ୱର ସର୍ବବୃହତ କନଭାଲେସେଣ୍ଟ ପ୍ଲାଜମା ଥେରାପି ଟ୍ରାଏଲ୍ ବ୍ୟବସ୍ଥାର
ଉଦଘାଟନ କରିଛନ୍ତି | ମେଡିକାଲ ଶିକ୍ଷା ଏବଂ ଡ୍ରଗ୍ସ ବିଭାଗ ଅଧିନରେ ଥିବା ୧୭ଟି ମେଡିକାଲ କଲେଜରେ ଏବଂ ମୁମ୍ବାଇର ବିଏମସି ଅଧିନସ୍ଥ ୪ଟି ମେଡିକାଲ କଲେଜରେ ୨୧ଟି କୋଭିଡ୧୯ ପରୀକ୍ଷା କରାଯିବ |

କୋରୋନା କାରଣରୁ ଦେଶରେ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟଙ୍କ ତାଲିକାରେ ରହିଛି ମହାରାଷ୍ଟ୍ର | ଏଠାରେ ୧୬୪୬୨୬ କୋଭିଡ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୭୪୨୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |  ବର୍ତ୍ତମାନ ରାଜ୍ୟର ୭୦୬୨୨ ମାମଲା ସକ୍ରିୟ ରହିଥିବା ବେଳେ, ୮୬୫୭୫ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି |