କୋରୋନା ସଂକଟ: ପ୍ରଥମ ଥର ଲାଇଭଷ୍ଟ୍ରିମିଂରେ ବାବା ଅମରନାଥଙ୍କ ଆରତୀ ଅନୁଷ୍ଠିତ

ପ୍ରଥମ ଥର ଲାଗି ଲାଇଭଷ୍ଟ୍ରିିମିଂ ମାଧ୍ୟମରେ ବାବା ଅମରନାଥଙ୍ ଆରତୀ ଅନୁଷ୍ଠିତ ହୋଇଛି।

କୋରୋନା ସଂକଟ: ପ୍ରଥମ ଥର ଲାଇଭଷ୍ଟ୍ରିମିଂରେ ବାବା ଅମରନାଥଙ୍କ ଆରତୀ ଅନୁଷ୍ଠିତ

ଶ୍ରୀନଗର: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଧାର୍ମିକସ୍ଥଳକୁ ଅନେକ କଟକଣା ମଧ୍ୟରେ ଖୋଲାଯାଇଛି। ଏହିକ୍ରମରେ ଦେଶର ଅନ୍ୟତମ ଶୈବକ୍ଷେତ୍ରରେ ଅମରନାଥ ଯାତ୍ରା ପାଇଁ ଅନେକ ପ୍ରତିବନ୍ଧକ ଜାରି କରାଯିବା ସହ, ବାବାଙ୍କ ପୀଠରେ ହେଉଥିବା ଆରତୀକୁ ଇତିହାସରେ ପ୍ରଥମ ଥର ଲାଗି ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦୂରଦର୍ଶନ ପକ୍ଷରୁ ସିଧା ପ୍ରସାରଣ କରାଯାଉଛି। 

ଗତ ରବିବାର ଅମରନାଥ ତୀର୍ଥଯାତ୍ରା ବୋର୍ଡ ପକ୍ଷରୁ ବାବାଙ୍କ ଆରତୀର ସିଧା ପ୍ରସାରଣ ଦୂରଦର୍ଶନର ମାଧ୍ୟମରେ କରାଯାଉଛି। କୋରୋନା ମହମାରୀକୁ ନଜରରେ ରଖି ଏପରି ନିଆଯାଇଥିବା କୁହାଯାଇଛି। ଜାମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅମରନାଥ ତୀର୍ଥଯାତ୍ରା ଉପରେ ଅନେକ ନୀତିନିୟମ ଜାରି କରାଯାଇଛି ।

ଜାମ୍ମୁ କାଶ୍ମୀର ପ୍ରଶାସନ ଏହି ଯାତ୍ରା ସମୟରେ ଜାମ୍ମୁରୁ ଅମରନାଥକୁ ଯୋଗ କରୁଥିବା ପ୍ରାୟ ୩୮୮୦ ମିଟର ରାସ୍ତାରେ ଦୈନିକ ପ୍ରାୟ ୫୦୦ ତୀର୍ଥଯାତ୍ରୀଙ୍କୁ ଯାତ୍ରା କରିବା ଲାଗି ଅନୁମତି ପ୍ରଦାନ କରିଛି।  ଯାହା ଚଳିତ ମାସର ଦ୍ୱିତୀୟ ସପ୍ତାହ ପରେ ବାଲଟାଲ ଟ୍ରାକରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ଏହାପୂର୍ବରୁ ଜୁନ ୨୩ ତାରିଖରେ ଅନନ୍ତନାଗସ୍ଥିତ ଥିବା ପାହଲଗମ ଏବଂ ଗାଣ୍ଡରବାଲର ବାଲଟାଲ ଟ୍ରାକରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା ହେଲେ କୋରୋନା ମହାମାରୀ କାରଣରୁ ଯାତ୍ରା ବିଳମ୍ବ ହୋଇଥିଲା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜିସି ମୁର୍ମୁ ରବିବାର ପୂର୍ବାହ୍ନରେ ଆଷାଡ ପୂର୍ଣ୍ଣିମା ଅବସରରେ ଦକ୍ଷିଣ କାଶ୍ମୀରର ଅମରନାଥଙ୍କ ପବିତ୍ର ଗୁମ୍ଫା ମନ୍ଦିରରେ ଆରତୀ ପରିବେଷଣ କରିଥିଲେ। ଏହି ସମୟରେ ଶ୍ରାବଣ ମାସ ଆରମ୍ଭ ହେବା ପରେ ମଧ୍ୟ କୋରୋନା କାରଣରୁ ଶୈବପୀଠରେ ପୂର୍ବାପେକ୍ଷା ଅଧିକ ଜନଗହଳି ହୋଇନାହିଁ।