କରୋନା ସଂକଟ: ହରିଦ୍ୱାର-ୟୁପି ସୀମା ସିଲ୍, ସୋମବତୀ ଅମାବାସ୍ୟା ଉପରେ ଲାଗିଲା ପ୍ରତିବନ୍ଧକ
Advertisement

କରୋନା ସଂକଟ: ହରିଦ୍ୱାର-ୟୁପି ସୀମା ସିଲ୍, ସୋମବତୀ ଅମାବାସ୍ୟା ଉପରେ ଲାଗିଲା ପ୍ରତିବନ୍ଧକ

କୋରୋନା ମୁକାବିଲା ଲାଗି  ହରିଦ୍ୱାର-ୟୁପି ସୀମାକୁ ସିଲ୍ କରିଛନ୍ତି ଉତ୍ତରଖଣ୍ଡ ସରକାର। 

କରୋନା ସଂକଟ: ହରିଦ୍ୱାର-ୟୁପି ସୀମା ସିଲ୍, ସୋମବତୀ ଅମାବାସ୍ୟା ଉପରେ ଲାଗିଲା ପ୍ରତିବନ୍ଧକ

ହରିଦ୍ୱାର: ଏବେ ଦେଶ ସମେତ ସମଗ୍ର ବିଶ୍ୱରେ ଜାରି ରହିଛି କରୋନା ସଂକଟ । ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବା ଲାଗି ଆକ୍ସନ ମୁଡରେ ଅଛନ୍ତି ଉତ୍ତରଖଣ୍ଡ ସରକାର । ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ଏଭଳି ପରିସ୍ଥିତିରେ ରାଜ୍ୟ ପ୍ରଶାସନ ପକ୍ଷରୁ ହରିଦ୍ୱାର ଜିଲ୍ଲାର ସୀମାକୁ ଜୁଲାଇ ୨୦ ସୁଦ୍ଧା ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସୋମବତୀ ଅମାବାସ୍ୟା ମେଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍ତରାଖଣ୍ଡରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣର ନୂଆ ମାମଲା ସାମ୍ମାକୁ ଆସୁଛି । ଏପରି ସ୍ଥିତିରେ ଜନସମାଗମକୁ ବନ୍ଦ କରିବା ଲାଗି ହରିଦ୍ୱାର ସୀମାକୁ ୨ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ।

ଏନେଇ ଜିଲ୍ଲା ପୋଲିସ ଅଧିକ୍ଷକ ସେନ୍ଥିଲ ଅବୁଦାଇ କହିଛନ୍ତି କୋଭିଡ୧୯ ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶକୁ ଲାଗିଥିବା ହରିଦ୍ୱାର ଜିଲ୍ଲାର ସୀମାକୁ ଆସନ୍ତା ୨୦ ରବିବାର ପର୍ଯ୍ୟନ୍ତ ସିଲ୍ କରାଯାଇଛି। ନଦୀ ଓ ଘାଟରେ ଗାଧୋଇବାକୁ ମଧ୍ୟ ଅନୁମତି ନାହିଁ ।

ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ ଭଗବାନ ଶିବଙ୍କୁ ଜଳ କରିବା ଲାଗି ବୋଲବମ ଯାତ୍ରାରେ ବାହାରିବା ସହ ପାଣି ନେବା ଲାଗି ହରିଦ୍ୱାରରେ ପହଞ୍ଚିଥାନ୍ତି । ହେଲେ ଚଳିତ ବର୍ଷ କୋରାନା କାରଣରୁ କାଉଡି ଯାତ୍ରା ବାତିଲ ହୋଇଯାଇଛି। ଶୁକ୍ରବାର ସମଗ୍ର ଉତ୍ତରାଖଣ୍ଡରେ ୧୨୦ଟି ନୂତନ କୋଭିଡ୧୯ ମାମଲା ଆସିଛି । ରାଜ୍ୟରେ ମୋଟ ୪୧୦୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୨୧ ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ।