ମୁମ୍ୱାଇର ଆର୍ଥର ରୋଡ ଜେଲରେ ଆହୁରି ୮୧ କଏଦୀଙ୍କୁ କୋରୋନା
Advertisement

ମୁମ୍ୱାଇର ଆର୍ଥର ରୋଡ ଜେଲରେ ଆହୁରି ୮୧ କଏଦୀଙ୍କୁ କୋରୋନା

ମୁମ୍ବାଇର ଆର୍ଥର ରୋଡ ଜେଲରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି । ଆର୍ଥର ରୋଡ ଜେଲରେ ନୂତନ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ନୂତନ ରୋଗୀ ଜେଲରେ ବନ୍ଦୀ ଅଛନ୍ତି । ଆର୍ଥର ରୋଡ ଜେଲରେ ଥିବା ୮୧ ଜଣ କଏଦୀଙ୍କ ରିପୋର୍ଟ ବର୍ତ୍ତମାନ କୋରୋନା ପଜିଟିଭ ବୋଲି ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ଦେଶରେ କୋରୋନା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ହେଉଛି ଦେଶର କୋରୋନା ଭୂତାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ । ଏଥି ସହିତ ମହାରାଷ୍ଟ୍ରର ମୁମ୍ବାଇର ଆର୍ଥର ରୋଡ ଜେଲରେ କୋରୋନା ସଂକ୍ରମଣ କ୍ରମାଗତ ବ୍ୟାପୁଛି । ଏପର୍ଯ୍ୟନ୍ତ ମୁମ୍ବାଇର ଆର୍ଥର ରୋଡ ଜେଲରେ ୧୫୦ରୁ ଅଧିକ କଏଦୀ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ।

ମୁମ୍ବାଇର ଆର୍ଥର ରୋଡ ଜେଲରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି । ଆର୍ଥର ରୋଡ ଜେଲରେ ନୂତନ କୋରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ନୂତନ ରୋଗୀ ଜେଲରେ ବନ୍ଦୀ ଅଛନ୍ତି । ଆର୍ଥର ରୋଡ ଜେଲରେ ଥିବା ୮୧ ଜଣ କଏଦୀଙ୍କ ରିପୋର୍ଟ ବର୍ତ୍ତମାନ କୋରୋନା ପଜିଟିଭ ବୋଲି ବୋଲି ଜଣାପଡିଛି ।

ଏହା ସହିତ ଆର୍ଥର ରୋଡ ଜେଲରେ ଏପର୍ଯ୍ୟନ୍ତ ୧୫୮ କଏଦୀ କୋରୋନା ପଜିଟିଭ  ମିଳିଛି । ଏହାପୂର୍ବରୁ ଏହି ଜେଲରୁ ୭୭ କଏଦୀ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥି ସହିତ ୧୫୮ କଏଦୀଙ୍କ ବ୍ୟତୀତ ୨୬ ଜଣ ଜେଲ ଅଧିକାରୀ କୋରୋନା ସଂକ୍ରମିତ ଥିବାର ସୂଚନା ମିଳିଛି । ଏହା ସହିତ ଆର୍ଥର ରୋଡ ଜେଲରେ ୧୮୪ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି ।