Advertisement
Article Detail0/zeeodisha/odisha761448
Zee OdishaOdisha National-Internationalକୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରୁଛନ୍ତି ଟ୍ରମ୍ପ!

କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରୁଛନ୍ତି ଟ୍ରମ୍ପ!

କୋରୋନାକୁ ନେଇ ସବୁବେଳେ ବିବାଦ ଘେରରେ ରହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମହାମାରୀକୁ ନେଇ ସେ ସୋସିଆଲ ମିଡିଆରେ ଏକ ବିଭ୍ରାନ୍ତିକର ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ଫେସବୁକ ହଟାଇଥିବା ବେଳେ ଟ୍ୱିଟର ହାଇଡ କରି ରଖିଛି।

କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରୁଛନ୍ତି ଟ୍ରମ୍ପ!

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି, ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବେଦନଶୀଳତା ସେତିକି କମି କମି ଯାଉଛି। କୋରୋନା କମ ମାରାତ୍ମକ ବୋଲି ଗତକାଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ୨୪ ଘଣ୍ଟା ନ ପୁରୁଣୁ ତାହାକୁ ଟ୍ୱିଟର ଓ ଫେସବୁକ ହଟେଇ ଦେଇଛନ୍ତି।

ନିକଟରେ କୋରୋନା ନିୟମ ଉଲ୍ଲଙ୍ଘନ କରି ସମାଲୋଚନାର ଶିକାର ହୋଇଛନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଭିନ୍ନ କୋରୋନାକୁ ନେଇ ବିବାଦୀୟ ମନ୍ତବ୍ୟ ବି ଦେଇଛନ୍ତି। ଆଉ ଏବେ ଅସମ୍ବେଦନତା ସମସ୍ତ ସୀମା ଲଙ୍ଘିଛନ୍ତି ବାଚାଳ ରାଜନେତା ଟ୍ରମ୍ପ। ଯାହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି।

ଆମେରିକା ଫ୍ଲୁ ବା ଥଣ୍ଡା ସହିତ ଖାପ ଖୁଆଇ ଚଳିବା ଶିଖିଛି, ସେମିତି ଏବେ ଆମେ କୋରୋନା ସହ ବଞ୍ଚିବା ଶିଖୁଛୁ। ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ବି ମହାମାରୀ କୋରୋନା ଘାତକ ନୁହିଁ ବୋଲି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ୱିଟ ଏବଂ ଫେସବୁକ ପୋଷ୍ଟରେ ଲେଖିଥିଲେ।

Add Zee News as a Preferred Source

ଟ୍ରମ୍ପଙ୍କ ଏହି ପୋଷ୍ଟକୁ ନେଇ ଆକ୍ରାମକତା ଦେଖାଇଛନ୍ତି ଟ୍ୱିଟର ଓ ଫେସବୁକ। ଉଭୟ ପ୍ଲାଟଫର୍ମରୁ ସେହି ପୋଷ୍ଟକୁ କମ୍ପାନୀ ହଟାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟ୍ ସମାଜକୁ ଭ୍ରମିତ କରିବା ସହ ବିପଦଜନକ ବୋଲି ଟ୍ୱିଟର କହିଛି। ସେପଟେ ପୋଷ୍ଟରେ ମିଥ୍ୟା ଖବର ରହିଛି ତେଣୁ ଫେସବୁକ ତାହାକୁ ପ୍ଲାଟଫର୍ମରୁ ହଟାଇଛି ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବିବାଦୀୟ ଟ୍ୱିଟ ପାଇଁ ଅତିତରେ ଅନେକ ଥର ଟ୍ରମ୍ପଙ୍କୁ ଟ୍ୱିଟର ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ୨ୟ ଥର ପାଇଁ ଟ୍ରମ୍ପଙ୍କ ପୋଷ୍ଟକୁ ହଟାଇଛି ଫେସବୁକ। ଉଭୟ କମ୍ପାନୀର କହିବା ହେଲା, କୋରୋନା ଏକ ମାରାତ୍ମକ ଭାଇରସ। ଏହାକୁ ନେଇ ମିଥ୍ୟା ପ୍ରଚାର କରିବା ଅନୁଚିତ। ଯଦି କିଏ ଏଭଳି କରେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେପଟେ ଫେସବୁକ ଓ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ ପରେ 'ରିପିଲ ସେକ୍ସନ ୨୩୦' ବୋଲି ପୋଷ୍ଟ କରିଛନ୍ତି। ଏହି ଆଇନ ଅନୁସାରେ ଆମେରିକାରେ କୌଣସି ପୋଷ୍ଟକୁ ବିପଦପୂର୍ଣ୍ଣ ଭାବି ସମ୍ପୃକ୍ତ ସୋସିଆଲ ମିଡିଆ କମ୍ପାନୀ ଏଡିଟ କିମ୍ବା ଡିଲିଡ କରି ପାରିବେ। ଆଉ ଏହି ନିୟମକୁ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ଦବି କରିଛନ୍ତି।

About the Author