Advertisement
Article Detail0/zeeodisha/odisha675651

ଗୋଟିଏ ବିଲ୍ଡିଂରେ ୪୧ ଜଣଙ୍କୁ କୋରୋନା

ପରୀକ୍ଷା ରିପୋର୍ଟରେ ବିଳମ୍ବ ହେବାର କାରଣ ନୋଏଡାର NIB ଲ୍ୟାବକୁ ପଠାଯାଇଥିବା ଅଧିକ ନମୁନାକୁ କୁହାଯାଉଛି । କିନ୍ତୁ ଏଥି ସହିତ ଦକ୍ଷିଣ ପଶ୍ଚିମ ଜିଲ୍ଲା କାର୍ଯ୍ୟାଳୟ ଅନୁଯାୟୀ ଏପ୍ରିଲ ୨୫ ପରେ ଦକ୍ଷିଣ ପଶ୍ଚିମ ଜିଲ୍ଲାରୁ ନୋଏଡା ଲ୍ୟାବକୁ କୌଣସି ନମୁନା ପଠାଯାଇ ନାହିଁ ।

ଗୋଟିଏ ବିଲ୍ଡିଂରେ ୪୧ ଜଣଙ୍କୁ କୋରୋନା

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଭୂତାଣୁ ସଂକ୍ରମଣ ମାମଲା ବନ୍ଦ ହେବା ପରି ମନେ ହେଉନାହିଁ । ଦିଲ୍ଲୀର କାପଶହେଡ଼ାର ଏକ ବିଲ୍ଡିଂରେ ୪୧ ଜଣଙ୍କୁ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବାସ୍ତବରେ, ଏପ୍ରିଲ ୧୮ରେ ଦିଲ୍ଲୀର କାପଶହେଡ଼ାର ଏକ ଘରୁ କୋରୋନା ମାମଲା ସାମ୍ନାକୁ ଆସିଥିଲା । 

ଜନବହୁଳ ଅଞ୍ଚଳକୁ ଦୃଷ୍ଟିରେ ରଖି ପ୍ରଶାସନ ଏପ୍ରିଲ ୧୯କୁ ଏହି ଅଞ୍ଚଳକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଏପ୍ରିଲ ୨୦ରେ ୯୫ ଜଣଙ୍କ ନମୁନା ଏବଂ  ଏପ୍ରିଲ ୨୧ରେ ୮୦ ଜଣଙ୍କ ନମୁନା ନିଆଯାଇଥିଲା । ଏହି ନମୁନାଗୁଡିକ ନୋଏଡାର NIB ଲ୍ୟାବକୁ ପଠାଯାଇଥିଲା । ମୋଟାମୋଟି ଭାବେ ୧୭୫ ଜଣଙ୍କ ନମୁନା ମଧ୍ୟରୁ ୬୭ ଜଣଙ୍କ ନମୁନାର ରିପୋର୍ଟ ଆଜି ଆସିଛି । ଏହି ଲୋକମାନଙ୍କ ମଧ୍ୟରୁ ୪୧ ଜଣ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ୧୦-୧୧ ଦିନ ମଧ୍ୟରେ ଆସିଥିବା ରିପୋର୍ଟ ମଧ୍ୟ ସଂପୂର୍ଣ୍ଣ ନୁହେଁ ।

ପରୀକ୍ଷା ରିପୋର୍ଟରେ ବିଳମ୍ବ ହେବାର କାରଣ ନୋଏଡାର NIB ଲ୍ୟାବକୁ ପଠାଯାଇଥିବା ଅଧିକ ନମୁନାକୁ କୁହାଯାଉଛି । କିନ୍ତୁ ଏଥି ସହିତ ଦକ୍ଷିଣ ପଶ୍ଚିମ ଜିଲ୍ଲା କାର୍ଯ୍ୟାଳୟ ଅନୁଯାୟୀ ଏପ୍ରିଲ ୨୫ ପରେ ଦକ୍ଷିଣ ପଶ୍ଚିମ ଜିଲ୍ଲାରୁ ନୋଏଡା ଲ୍ୟାବକୁ କୌଣସି ନମୁନା ପଠାଯାଇ ନାହିଁ ।

Add Zee News as a Preferred Source
About the Author